୩୦୦ କୋଟି ଟଙ୍କାର ମାଲିକ ଅଟନ୍ତି ଅଜୟ ଦେବଗଣ ! କଣ ଆପଣ ଦେଖିଛନ୍ତି ତାଙ୍କ ସୁନ୍ଦର ଘରର ଫୋଟଗୁଡିକ…

୩୦୦ କୋଟି ଟଙ୍କାର ମାଲିକ ଅଟନ୍ତି ଅଜୟ ଦେବଗଣ ! କଣ ଆପଣ ଦେଖିଛନ୍ତି ତାଙ୍କ ସୁନ୍ଦର ଘରର ଫୋଟଗୁଡିକ…

ଅଜୟ ଦେବଗଣ ଓ କାଜଲଙ୍କ ଯୋଡ଼ି ବଲିଉଡ଼ର ସଫଳ ବିବାହିତା ଯୋଡ଼ି ମଧ୍ୟରେ ଗଣାଯାଏ । କାଜଲ୍ ବାହାଘର ପରେ ବଲିଉଡ଼ରେ ନିଜ ଅଭିନୟରୁ ବିଶେଷ ନାମ ଅର୍ଜନ କରିଛନ୍ତି, କିନ୍ତୁ ଦୁହିଁଙ୍କ ଯୋଡ଼ି ସର୍ବଦା ଚର୍ଚ୍ଚାରେ ରହେ । କାଜଲଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚୁଲବୁଲି ଓ ହସମୁଖ ହିରୋଇନ୍ କୁହାଯାଏ । ସେପଟେ ଅଜୟ ଦେବଗଣ ବଲିଉଡ଼ର ସିଙ୍ଘମ୍ ଅଟନ୍ତି, ଯାହାଙ୍କ ନାକ ଉପରେ ସବୁବେଳେ କ୍ରୋଧ ରହିଥାଏ ।

ଅଜୟ ଦେବଗଣ ଦେଖିବାରେ ମଧ୍ୟ ବହୁତ ଶାନ୍ତ ଓ ଗମ୍ଭୀର ସ୍ୱଭାବର ଅଟନ୍ତି । ଦୁହିଁଙ୍କ ଯୋଡ଼ି ୨ଟି ଦିଗର ମେଳ ଅଟେ, ଯଦିଓ ଏହା ସତ୍ତ୍ୱେ ମଧ୍ୟ ଦୁହିଁଙ୍କ ଯୋଡ଼ି ସଫଳ ବୈବାହିକ ଯୋଡ଼ି ମଧ୍ୟରେ ଅନ୍ୟତମ । ଗୋଟିଏ ପଟେ ଅଜୟ ଦେବଗଣଙ୍କୁ ନିଜର ଖାଲି ସମୟ ପରିବାର ସହ ବିତାଇବାକୁ ଭଲ ଲାଗେ ତେବେ ଅନ୍ୟପଟେ କାଜଲ୍ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ନିଜ ଫୋଟରୁ ସ୍ପଷ୍ଟ ଦର୍ଶାଇ ଦିଅନ୍ତି ଯେ ତାଙ୍କୁ ଶିଶୁ ଓ ସ୍ୱାମୀ ଅଜୟ ଦେବଗଣଙ୍କ ସହିତ ସମୟ ଅତିବାହିତ କରିବା ବହୁତ ପସନ୍ଦ ଆସେ ।

ତାଙ୍କ ଘର ବିଷୟରେ ଆଲୋଚନା କରିବା ତେବେ ଅଜୟ ଦେବଗଣଙ୍କୁ ସରଳତା ପସନ୍ଦ ଅଟେ । ସେପଟେ ସ୍ତ୍ରୀ କାଜଲ୍ ଘରକୁ କିଛି ଏପରି ଭାବରେ ସଜାଇଛନ୍ତି ଯେ ତାହା ‘5 star’ ବିଶିଷ୍ଟ ହୋଟେଲରୁ କମ୍ ଦେଖାଯାଏ ନାହିଁ । ଏମିତିରେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଅଜୟ ଦେବଗଣଙ୍କ ଘର ଭିତରର କିଛି ଫଟୋ ଦେଖାଇବୁ ।

ଅଜୟ ଦେବଗଣ ଓ କାଜଲଙ୍କ ଘର କୌଣସି ମହଲ୍ ଠାରୁ କମ୍ ଦେଖାଯାଏ ନାହିଁ । ଏହା ମୁମ୍ବାଇର ଜୁହୁଠାରେ ଅବସ୍ଥିତ । ଜଣାଇଦେଉଛୁ ଯେ ଅଜୟ ଓ କାଜଲଙ୍କ ଘରର ନାମ ଶିବ ଶକ୍ତି ଅଟେ । କାଜଲ୍ ଅନେକ ଥର ନିଜ ଘରର କିଛି ଫୋଟକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଅଜୟ ଦେବଗଣଙ୍କ ଘର ଭିତର ପଟୁ ପୁରାପୁରି ରାଜକୀୟ ଦେଖାଯାଏ । ସେ ହାଲୁକା ରଙ୍ଗ ସହିତ ବହୁତ ମୂଲ୍ୟବାନ୍ ବସ୍ତୁକୁ ନେଇ ନିଜ ଘରକୁ ସଜ୍ଜିତ କରିଛନ୍ତି ।

ଅଜୟ କାଜଲ୍ ନିଜ ଘରକୁ ଖୁବ୍ ସରଳ ଓ ସୁନ୍ଦର ଭାବେ ସଜାଇଛନ୍ତି । ଘରେ ସବୁ ସ୍ଥାନରେ କାନ୍ଥରୁ ନେଇ ହଲ୍ ପର୍ଯ୍ୟନ୍ତ, ୱାଡ଼ରୋବରୁ ନେଇ ଲାଇଟ୍ ପର୍ଯ୍ୟନ୍ତ ‘ଲାଇଟ୍ ଶେଡ୍’ ରଙ୍ଗ ବ୍ୟବହାର କରିଛନ୍ତି । ଷ୍ଟଡ଼ି ଏରିଆରୁ ଜିମ୍ ଓ ମ୍ୟୁଜିକ୍ ରୁମକୁ ମଧ୍ୟ ହାଲୁକା ରଙ୍ଗ ଦିଆଯାଇଛି ।

ଏଥିସହିତ ଘରେ କାଠର ପାହାଚ ଏଣ୍ଟିକ୍ ଲୁକ୍ ଦିଏ । ଜଣାଇଦେଉଛୁ ଯେ ଅଜୟ ଦେବଗଣ ମୋଟ ୨୯୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ଅଜୟ ଦେବଗଣଙ୍କ ରୋଜଗାର ବିଷୟରେ ଆଲୋଚନା କରିବା ତେବେ ଗୋଟିଏ ବର୍ଷରେ ଅଜୟ ଦେବଗଣ ୨୫ କୋଟି ଟଙ୍କାର ରୋଜଗାର କରନ୍ତି । ତାଙ୍କ ହିସାବରେ ତାଙ୍କ ମାସିକ ବେତନ ଦୁଇ କୋଟି ଟଙ୍କାରୁ ଅଧିକ ଅଟେ ।

ଅଜୟ ଦେବଗଣଙ୍କ ପାଖରେ ସମ୍ପତ୍ତି ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ମହଙ୍ଗା ଗାଡ଼ି ମଧ୍ୟ ରହିଛି । ଜଣାଇଦେଉଛୁ ଯେ କାଜଲ୍ ଓ ଅଜୟଙ୍କ ଏହି ଘରର ମୂଲ୍ୟ ୨ କୋଟି ଡଲାର୍ ଟଙ୍କା ପାଖାପାଖି ଅଟେ । ଏହି ଘରେ ଏକ ବଡ଼ ସ୍ୱିମିଙ୍ଗ ପୁଲ୍ ମଧ୍ୟ ରହିଛି, ଯାହାର କିଛି ଫୋଟ କାଜଲ୍ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ସେୟାର୍ କରନ୍ତି ।

ଅଜୟ ଓ କାଜଲଙ୍କ ଦୁଇଟି ଶିଶୁ ଅଛନ୍ତି, ଯେଉଁଥିରେ ତାଙ୍କ ଝିଅ ନ୍ୟାସା ଖୁବଶୀଘ୍ର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି, ତେବେ ସେପଟେ ପୁଅ ୟୁଗ୍ ଏବେ ଛୋଟ ଅଛନ୍ତି ।

Leave a Reply

Your email address will not be published. Required fields are marked *