ଖୁବ୍ ମହଙ୍ଗା ସୌକ୍ ରଖନ୍ତି ଅଜୟ ଦେବଗନ । ତାଙ୍କର ଏହି ୪ଟି ସବୁଠାରୁ ଦାମୀ ଜିନିଷ ଯାହାକୁ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ !

ଖୁବ୍ ମହଙ୍ଗା ସୌକ୍ ରଖନ୍ତି ଅଜୟ ଦେବଗନ । ତାଙ୍କର ଏହି ୪ଟି ସବୁଠାରୁ ଦାମୀ ଜିନିଷ ଯାହାକୁ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ !

ଅଜୟ ଦେବଗନଙ୍କ ନାମ ଆସିଲେ ଆମ ସମସ୍ତଙ୍କ ମନରେ ଏକ ଶାନ୍ତ, ଗମ୍ଭୀର ଏବଂ ପ୍ରତିଭାଶାଳୀ ଅଭିନେତାଙ୍କ ପ୍ରତିଛବି ସୃଷ୍ଟି ହୋଇଥାଏ । ତାଙ୍କୁ ଇଣ୍ଡଷ୍ଟ୍ରିକୁ ଆସିବାର ୨୬ ବର୍ଷ ସମ୍ପୂର୍ଣ୍ଣ ହୋଇ ଗଲାଣି । ଆଜି ସେ ଯେତିକି ଭଲ କଳାକାର ଅଟନ୍ତି ସେତିକି ଭଲ କଳାକାର ସେ ପିଲାଦିନୁ ମଧ୍ୟ ଥିଲେ । ଅଜୟ ନିଜର ଅଭିନୟ କ୍ୟାରିଅରର ପ୍ରାରମ୍ଭ ଜଣେ ଶିଶୁ କଳାକାର ଭାବରେ କରିଥିଲେ । ତାଙ୍କ କ୍ୟାରିଅର ମଧ୍ୟରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ନିଜ କ୍ୟାରିଅରରେ ସେ ଏତେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଯେ ତାଙ୍କର ଫ୍ୟାନ୍ ଫୋଲୋଇଂ କେବଳ ଭାରତରେ ନୁହେଁ ବରଂ ସମଗ୍ର ଦୁନିଆରେ ରହିଛନ୍ତି । ଆଜି ସାରା ଦୁନିଆରେ ତାଙ୍କର ଶୁଭ ଚିନ୍ତକ ରହିଛନ୍ତି । ନିକଟରେ ଅଜୟ ଦେବଗନଙ୍କର ଏକ କୋମେଡି ଫିଲ୍ମ ‘ ଦେ ଦେ ପ୍ୟାର୍ ଦେ ‘ ରିଲିଜ୍ ହୋଇଥିଲା ଯାହାକି ବୋକ୍ସ ଅଫିସରେ ଖୁବ୍ ଭଲ ଆୟ କରିଥିଲା । ଏହି ଫିଲ୍ମରେ ତାଙ୍କ ସହିତ ତବ୍ବୁ ଏବଂ ରକୁଲ ପ୍ରୀତ ନଜର ଆସିଥିଲେ ।

google

ଅଜୟ ଦେବଗନ ନିଜ ଫିଲ୍ମ କ୍ୟାରିଅରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଆଜି ତାଙ୍କୁ କୌଣସି ପରିଚୟର ଅବଶ୍ୟକତା ନାହିଁ । ଅଜୟ ଦେବଗନ ବଲିଉଡ଼ର ସେହି ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାଙ୍କ ରୋଜଗାର କୋଟିରେ ହୋଇଥାଏ । ଶାନ୍ତ ଏବଂ ଗମ୍ଭୀର ଦେଖା ଯାଉଥିବା ଅଜୟ ଦେବଗନଙ୍କୁ ଦାମୀ ଜିନିଷ କିଣିବାର ସୌକ ରହିଛି । ଆଜିକାର ଏହି ବିଷୟରେ ଆମେ ଆପଣଙ୍କୁ ତାଙ୍କର ସବୁଠାରୁ ଦାମୀ ଜିନିଷ ବିଷୟରେ କହିବୁ ଯାହାର ମୂଲ୍ୟ ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସି ଯିବ ।

ଫାର୍ମ ହାଉସ୍ :-

newstrend

ଅଜୟ ଦେବଗନଙ୍କ ପାଖରେ ନିଜର ଏକ ଖୁବ୍ ସୁନ୍ଦର ଫାର୍ମ ହାଉସ୍ ରହିଛି । ଏହି ଫାର୍ମ ହାଉସ୍ ମୁମ୍ବାଇ ପାଖରେ କର୍ଯତ ସହରରେ ରହିଛି । ୨୮ ଏକର ଜମିରେ ନିର୍ମିତ ହୋଇଥିବା ଏହି ଫାର୍ମ ହାଉସର ମୂଲ୍ୟ ୨୫ କୋଟି ଟଙ୍କା ଅଟେ । ଏହି ଫାର୍ମ ହାଉସରେ ଫଳ ଏବଂ ପରିବା ଚାଷ ହୋଇଥାଏ ।

ଲଣ୍ଡନ ହାଉସ୍ :-

newstrend

ଅଜୟ ଦେବଗନ ଲଣ୍ଡନରେ ମଧ୍ୟ ଏକ ଘର କିଣିଛନ୍ତି । ଲଣ୍ଡନର ଏହି ଘର ଖୁବ୍ ଦାମୀ ଅଟେ । ମିଡିଆ ରିପୋର୍ଟ ଅନୁସାରେ ଅଜୟ ଦେବଗନଙ୍କର ଲଣ୍ଡନରେ ଥିବା ଘରର ମୂଲ୍ୟ ପ୍ରାୟ ୫୪ କୋଟି ଟଙ୍କା ଅଟେ ।

ପ୍ରାଇଭେଟ୍ ଜେଟ୍ :-

newstrend

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଜୟ ଦେବଗନଙ୍କ ପାଖରେ ନିଜର ଏକ ପ୍ରାଇଭେଟ୍ ଜେଟ୍ ମଧ୍ୟ ରହିଛି ଯାହାର ନାମ ପାସ୍ ହୋକର ୮୦୦ ଅଟେ । ଏହି ଜେଟର ମୂଲ୍ୟ ୮୪ କୋଟି ଟଙ୍କା ଅଟେ । ଏହି ଜେଟ୍ ଅଜୟ ଦେବଗନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ଅଧିକ ଦାମୀ ଜିନିଷ ।

ରେଞ୍ଜ ରୋବର କାର୍ :-

newstrend

ଅଜୟ ଦେବଗନଙ୍କ ପାଖରେ ରେଞ୍ଜ ରୋବରର ସବୁଠାରୁ ଦାମୀ ଗାଡ଼ି ରହିଛି । ଯାହାର ମୂଲ୍ୟ ୨.୦୮ କୋଟି ଟଙ୍କା ଅଟେ । କେବଳ ଏତିକି ନୁହେଁ, ଏହାବ୍ୟତୀତ ତାଙ୍କ ପାଖରେ ବୀଏମଡ଼ବ୍ଲ୍ୟୁ ଏବଂ ଓଡୀ କାର୍ ମଧ୍ୟ ରହିଛି ।

ଏହି ହିଟ୍ ଫିଲ୍ମରେ କାମ କରି ସାରିଛନ୍ତି :-

newstrend

୯୦ ଦଶକରେ ଅଜୟ ଦେବଗନ ନିଜର ଫିଲ୍ମ କ୍ୟାରିଅରର ଆରମ୍ଭ କରିଥିଲେ । ଅଧିକ ଆକ୍ସନ ଫିଲ୍ମ କରିବା କାରଣରୁ ସେ ଆକ୍ସନ ହିରୋ ଭାବରେ ପ୍ରସିଦ୍ଧ ହୋଇ ଯାଇଥିଲେ । କିନ୍ତୁ ଯେତେବେଳେ ଅଜୟ ଦେବଗନ କୋମେଡି ଫିଲ୍ମରେ କାମ କରିଲେ ସେତେବେଳେ ଜଣା ପଡ଼ିଲା ଯେ ସେ ସବୁ ପ୍ରକାର ପ୍ରତିଭାର ଅଧିକାରୀ ଅଟନ୍ତି । ଏବେ ପର୍ଯ୍ୟନ୍ତ ଅଜୟ ଦେବଗନ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ‘ ଫୁଲ୍ ଓର୍ କାଣ୍ଟେ ‘ । ଦୃଶ୍ୟମ୍, ସିଙ୍ଘମ୍, ଗୋଲମାଲ, ଗଙ୍ଗାଜଲ, ଦିଲୱାଲେ, ଅପହରନ୍, ଶିବାୟ ଆଦି ତାଙ୍କର କେତେକ ହିଟ୍ ଫିଲ୍ମ ଅଟେ ।

Leave a Reply

Your email address will not be published. Required fields are marked *