ଏହି ୬ ଲୋକଙ୍କ ସହ ଥିଲା ଐଶ୍ଚର୍ଯ୍ୟା ରାୟଙ୍କ ଅଫେୟାର୍ ! ଅନେକ ଲୋକଙ୍କ ହୃଦୟକୁ ଭାଙ୍ଗି ଅଭିଷେକ ବଚ୍ଚନଙ୍କୁ  କରିଥିଲେ ବିବାହ…

ଏହି ୬ ଲୋକଙ୍କ ସହ ଥିଲା ଐଶ୍ଚର୍ଯ୍ୟା ରାୟଙ୍କ ଅଫେୟାର୍ ! ଅନେକ ଲୋକଙ୍କ ହୃଦୟକୁ ଭାଙ୍ଗି ଅଭିଷେକ ବଚ୍ଚନଙ୍କୁ କରିଥିଲେ ବିବାହ…

ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ଫିଲ୍ମୀ କ୍ୟାରିୟର୍ ବହୁତ ଭଲ ଥିଲା । ଐଶ୍ଚର୍ଯ୍ୟା ରାୟ ଭାରତର ପ୍ରସିଦ୍ଧ ଓ ହାଇ ପ୍ରୋଫାଇଲ୍ ସେଲିବ୍ରିଟି ମଧ୍ୟରେ ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଐଶ୍ଚର୍ଯ୍ୟା ରାୟ ନିଜ ସୁନ୍ଦରତା ଓ ଉତ୍ତମ ଅଭିନୟରୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣି ନେଇଛନ୍ତି । ଯେପରିକି ଆମେ ସମସ୍ତେ ଜାଣୁ ଯେ ଐଶ୍ଚର୍ଯ୍ୟା ରାୟ “ବଚ୍ଚନ ପରିବାରର’ ବୋହୂ ଅଟନ୍ତି । ଐଶ୍ଚର୍ଯ୍ୟା ରାୟଙ୍କ ବିବାହ ଅଭିଷେକ ବଚ୍ଚନଙ୍କ ସହିତ ହୋଇଛି । ଏମାନଙ୍କ ବିବାହ ଭାରତର ଏକ ହାଇ ପ୍ରୋଫାଇଲ୍ ବିବାହ ମଧ୍ୟରୁ ଏକ ଅଟେ । ଯେଉଁଥିରେ କେବଳ କିଛି ବଛା ଯାଇଥିବା ଲୋକଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏମାନଙ୍କ ବିବାହ ସମସ୍ତ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା ।

ସେମିତିରେ ଆମେ ସମସ୍ତେ ଏହା ଭଲ ଭାବରେ ଜାଣୁ ଯେ ଅଭିଷେକ ବଚ୍ଚନ ଐଶ୍ଚର୍ଯ୍ୟା ରାୟଙ୍କ ଜୀବନରେ ଆସିଥିବା ପ୍ରେମ ନୁହଁନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରିର ଦବଙ୍ଗ ଭାବେ ପରିଚିତ ଅଭିନେତା ସଲମାନ୍ ଖାଁଙ୍କ ସହ ଐଶ୍ଚର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ ଏକ ସମୟରେ ଖବରରେ ଛାଇ ରହିଥିଲା କିନ୍ତୁ ପରେ ଏମାନଙ୍କ ବ୍ରେକଅପ୍ ହୋଇଗଲା କିନ୍ତୁ ଆଜି ମଧ୍ୟ ଐଶ୍ଚର୍ଯ୍ୟା ଓ ସଲମାନଙ୍କ ପ୍ରେମର କଥାଗୁଡିକ କୁହାଯାଏ । ସେମିତିରେ ସଲମାନ୍ ମଧ୍ୟ ଐଶ୍ଚର୍ଯ୍ୟାଙ୍କ ପ୍ରଥମ ପ୍ରେମ ନୁହଁନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କେଉଁ କେଉଁ ଲୋକଙ୍କ ହୃଦୟ ଐଶ୍ଚର୍ଯ୍ୟାଙ୍କ ଉପରେ ଆସିଥିଲା, ଏହା ବିଷୟରେ ସୂଚନା ଦେବାକୁ ଯାଉଛୁ ।

ରାଜୀବ୍ ମୂଲଚନ୍ଦାନୀ

ଐଶ୍ଚର୍ଯ୍ୟା ରାୟଙ୍କ ଜୀବନରେ ଯେଉଁ ପ୍ରଥମ ବ୍ୟକ୍ତି ଆସିଥିଲେ ତାଙ୍କ ନାମ ଥିଲା ରାଜୀବ ମୂଲଚନ୍ଦାନୀ । ଯେତେବେଳେ ଐଶ୍ଚର୍ଯ୍ୟା ରାୟ ମଡ଼ଲିଂ କ୍ଷେତ୍ରରେ ନିଜ କ୍ୟାରିୟର୍ ତିଆରି କରିବାରେ ଲାଗି ପଡ଼ିଛନ୍ତି ସେହି ସମୟରେ ରାଜୀବ ମୂଲଚନ୍ଦାନୀ ତାଙ୍କ ଜୀବନକୁ ଆସିଥିଲେ । ଧୀରେ ଧୀରେ ଏ ଦୁହିଁଙ୍କ ମଧ୍ୟରେ ନିକଟତା ବୃଦ୍ଧି ହେବାକୁ ଲାଗିଲା କିନ୍ତୁ ଯେତେବେଳେ ଐଶ୍ଚର୍ଯ୍ୟା ରାୟ ବିଶ୍ୱ ସୁନ୍ଦରୀ ସମ୍ମାନ ଲାଭ କରିଥିଲେ ସେତେବେଳେ ସେ ରାଜୀବ୍ ମୂଲଚନ୍ଦାନୀଙ୍କ ଠାରୁ ଦୂର ହୋଇଯାଇଥିଲେ । ଏ ଦୁହିଁଙ୍କ ସମ୍ପର୍କ ଅଧିକ ସମୟ ତିଷ୍ଠି ପାରିନଥିଲା ଏବଂ ଦୁହିଁଙ୍କ ବ୍ରେକଅପ୍ ହୋଇଯାଇଥିଲା ।

ହେମନ୍ତ ତ୍ରିବେଦୀ

ଏକ ସମୟ ଆଗରୁ ଐଶ୍ଚର୍ଯ୍ୟା ରାୟଙ୍କ ନାମ ଫ୍ୟାଶନ୍ ଡିଜାଇନର ହେମନ୍ତ ତ୍ରିବେଦୀଙ୍କ ସହ ମଧ୍ୟ ଜଡ଼ିତ ହୋଇଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ଐଶ୍ଚର୍ଯ୍ୟା ରାୟ ଯେତେବେଳେ ନିଜ ମୁଣ୍ଡରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ ସେହି ସମୟରେ ହେମନ୍ତ ତ୍ରିବେଦୀଙ୍କ ଡିଜାଇନ୍ କରାଯାଇଥିବା ଗାଉନ୍ ପିନ୍ଧିଥିଲେ ।

ଅକ୍ଷୟ ଖାନ୍ନା

ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ଉପରେ ଅକ୍ଷୟ ଖାନ୍ନାଙ୍କ ହୃଦୟ ମଧ୍ୟ ଆସି ଯାଇଥିଲା । ଖବର ଅନୁସାରେ ଏପରି କୁହାଯାଏ ଯେ ଚଳଚ୍ଚିତ୍ର “ଆ ଅବ ଲୋଟ୍ ଚଲେ”ର ଶୁଟିଂ ସମୟରେ ଏ ଦୁହେଁ ପରସ୍ପର ଖୁବ୍ ନିକଟରେ ଥିଲେ । ଅକ୍ଷୟ ଖାନ୍ନା ଓ ଐଶ୍ଚର୍ଯ୍ୟା ଚଳଚ୍ଚିତ୍ର “ତାଳ”ରେ ମଧ୍ୟ ଏକାଠି କାମ କରିଥିଲେ । ରିପୋର୍ଟ ଅନୁସାରେ ଏପରି କୁହାଯାଏ ଯେ ସଲମାନ୍ ଖାଁଙ୍କ ପାଇଁ ଐଶ୍ଚର୍ଯ୍ୟା ରାୟ ଅକ୍ଷୟ ଖାନ୍ନାକୁ ନିଜ ଜୀବନରୁ ଦୂର କରି ଦେଇଥିଲେ ।

ସଲମାନ୍ ଖାଁ

ଏପରି ଏକ ସମୟ ଥିଲା ଯେତେବେଳେ ସଲମାନ ଖାଁ ଓ ଐଶ୍ଚର୍ଯ୍ୟା ରାୟ ପରସ୍ପରକୁ ବହୁତ ପ୍ରେମ କରୁଥିଲେ । ଏତିକିନୁହେଁ ବରଂ ଏକାଠି ଜୀବନ ଓ ମରଣର ସଂକଳ୍ପ ନେଇଥିଲେ । ଏ ଦୁହିଁଙ୍କ ପ୍ରେମର ଶୁଭାରମ୍ଭ ଚଳଚ୍ଚିତ୍ର “ହମ୍ ଦିଲ୍ ଦେ ଚୁକେ ସନମିଷ୍ଟ”ର ଶୁଟିଂରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଏ ଦୁହିଁଙ୍କ ପ୍ରେମ କାହାଣୀ ଖବରରେ ଛାଇ ରହିଥିଲେ । ସମସ୍ତ ଲୋକଙ୍କୁ ଏହା ଲାଗୁଥିଲା ଯେ ଐଶ୍ଚର୍ଯ୍ୟା ଓ ସଲମାନ୍ ନିଜ ପ୍ରେମକୁ ବିବାହ ପର୍ଯ୍ୟନ୍ତ ନେଇପାରିବେ କିନ୍ତୁ ଭାଗ୍ୟକୁ ଆଉ କିଛି ମଞ୍ଜୁର ଥିଲା । ସଲମାନ୍ ଖାଁଙ୍କ ବ୍ୟବହାରରୁ ଚିନ୍ତିତ ହୋଇ ଐଶ୍ଚର୍ଯ୍ୟା ରାୟ ତାଙ୍କ ସହିତ ବ୍ରେକଅପ୍ କରି ନେଇଥିଲେ ।

ବିବେକ ଓବରଏ

ଐଶ୍ଚର୍ଯ୍ୟା ରାୟଙ୍କ ନାମ ଅଭିନେତା ବିବେକ୍ ଓବରଏଙ୍କ ସହ ଜଡ଼ିତ ହୋଇ ସାରିଛି । ଏପରି କୁହାଯାଏ ଯେ ବିବେକ୍ ଓବରଏ ଓ ଐଶ୍ଚର୍ଯ୍ୟା ପରସ୍ପରକୁ ନେଇ ବହୁତ ଗମ୍ଭୀର ଥିଲେ । କିଛି ସମୟ ଆଗରୁ ଏ ଦୁହିଁଙ୍କ ସମ୍ପର୍କ ଖବରରେ ଛାଇ ରହିଥିଲା । ସଲମାନଙ୍କ ସହିତ ବ୍ରେକଅପ୍ ପରେ ଐଶ୍ଚର୍ଯ୍ୟା ପୁରାପୁରି ଭାଙ୍ଗି ପଡିଥିଲେ । ସେତେବେଳେ ବିବେକ ଓବରଏ ତାଙ୍କ ସହିତ ଥିଲେ । ଚଳଚ୍ଚିତ୍ର “କ୍ୟୁ ହୋ ଗୟା ନା” ସମୟରେ ବିବେକ୍ ଓ ଐଶ୍ଚର୍ଯ୍ୟା ରାୟ ପରସ୍ପର ନିକଟ କୁ ଆସି ଯାଇଥିଲେ ଏବଂ ଧୀରେ ଧୀରେ ଏ ଦୁହିଁଙ୍କ ମଧ୍ୟରେ ଦୂରତା ନିକଟତାରେ ପରିବର୍ତ୍ତିତ ହେବାକୁ ଲାଗିଥିଲା ।

ବିବେକ ଓବରଏ, ଐଶ୍ଚର୍ଯ୍ୟା ରାୟଙ୍କ ପ୍ରେମରେ ସମ୍ପୂର୍ଣ୍ଣ ଭାବେ ଦିୱାନା ହୋଇ ଯାଇଥିଲେ । ଖବର ଅନୁସାରେ ଏପରି କୁହାଯାଏ ଯେ ବିବେକ ଓବରଏଙ୍କୁ ସଲମାନ୍ ଖାଁଙ୍କ ତରଫରୁ ଧମକ୍ ଦେବା ଭଳି ଫୋନ୍ କଲ୍ ଆସୁଥିଲା, ଏହାପରେ ପ୍ରେସ୍ କନ୍ଫରେନ୍ସରେ ସଲମାନ୍ ଖାଁଙ୍କ ବିରୁଦ୍ଧରେ ବିବେକ ଓବରଏ ବୟାନ ଦେଇଥିଲେ । ଏହି ପ୍ରେସ୍ କନ୍ଫରେନ୍ସ ପରେ ଐଶ୍ଚର୍ଯ୍ୟା ରାୟ ବିବେକଙ୍କ ଠାରୁ ଦୂରେଇ ଚାଲିଗଲେ ଏବଂ ଶେଷରେ ଏ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା ।

ଅଭିଷେକ ବଚ୍ଚନ

ଆପଣଙ୍କୁ ସୁଚାଇଦେଉଛୁ ଯେ ଐଶ୍ଚର୍ଯ୍ୟା ରାୟ ଶେଷରେ ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଏକ ଛୋଟ ସୁନ୍ଦର ଝିଅ ଅଛନ୍ତି ଯାହାଙ୍କ ନାମ ଆରାଧ୍ୟା ବଚ୍ଚନ ଅଟେ । ଆରାଧ୍ୟା ନିଜ କ୍ୟୁଟନେସ୍ କାରଣରୁ ଅଧିକାଂଶ ସମୟରେ ଖବରରେ ଛାଇ ରହେ ।

Leave a Reply

Your email address will not be published. Required fields are marked *