ନିଜ ବିବାହରେ ସ୍ଵର୍ଗରୁ ଆସିଥିବା କୌଣସି ଅପ୍ସରା ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା ରାୟ ! ଦେଖନ୍ତୁ ମେହେନ୍ଦୀ ଠାରୁ ଆରମ୍ଭ କରି ବିଦାୟୀ ପର୍ଯ୍ୟନ୍ତ ଏଲବମ୍ ।

ନିଜ ବିବାହରେ ସ୍ଵର୍ଗରୁ ଆସିଥିବା କୌଣସି ଅପ୍ସରା ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା ରାୟ ! ଦେଖନ୍ତୁ ମେହେନ୍ଦୀ ଠାରୁ ଆରମ୍ଭ କରି ବିଦାୟୀ ପର୍ଯ୍ୟନ୍ତ ଏଲବମ୍ ।

ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଦୁଇଜଣ ଖାସ୍ ବୟଫ୍ରେଣ୍ଡ ଆସିଥିଲେ । ପ୍ରଥମ ହେଉଛନ୍ତି ସଲମାନ ଖାନ୍ ଏବଂ ଦ୍ଵିତୀୟ ବିବେକ୍ ଓବରୋୟ । କିନ୍ତୁ ଏହି ଦୁଇଜଣଙ୍କ ସହିତ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ସବୁବେଳେ ବିବାଦ ପୂର୍ଣ୍ଣ ରହିଥିଲା । ଏହି ସମୟରେ ଐଶ୍ୱର୍ଯ୍ୟାଙ୍କ ସଚ୍ଚା ପ୍ରେମ ଅଭିଷେକଙ୍କ ମଧ୍ୟରେ ଦେଖାଯାଇଥିଲା । ଅଭିଷେକ ଏବଂ ଐଶ୍ୱର୍ଯ୍ୟା ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ । ଐଶ୍ୱର୍ଯ୍ୟାଙ୍କ ବିବାହ ପରେ ଅନେକ ପୁଅଙ୍କ ମନ ଭାଙ୍ଗିଯାଇଥିଲା । ତାଙ୍କ ବିବାହର ଚର୍ଚ୍ଚା ମିଡିଆରେ ମଧ୍ୟ ଚାଲିଥିଲା । ଆଜି ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଲଭ୍ ଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ । ସେମାନଙ୍କ ମଧ୍ୟରେ ଭଲପାଇବା କିପରି ଆରମ୍ଭ ହୋଇଥିଲା । ଏହି ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିବୁ ।

newstrend

ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହକୁ ୧୨ ବର୍ଷରୁ ଅଧିକ ହୋଇଗଲାଣି । ଆଜି ତାଙ୍କର ସ୍ନେହର ଝିଅ ଆରାଧ୍ୟା ମଧ୍ୟ ଅଛି । ତାଙ୍କ ଲଭର ଆରମ୍ଭ ‘ ବଣ୍ଟି ଅର ବବ୍ଲି ‘ ଫିଲ୍ମର ଗୀତ ‘ କଜରାରେ ‘ ସହିତ ଆରମ୍ଭ ହୋଇଥିଲା । ଏହା ସେହି ସମୟ ମଧ୍ୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କର ସଲମାନ ଏବଂ ବିବେକ୍ ଓବରୋୟଙ୍କ ସହିତ ବ୍ରେକଅପ୍ ହୋଇଥିଲା । ତେଣୁ ଏହି ସମୟରେ ଐଶ୍ୱର୍ଯ୍ୟା ଖୁବ୍ ଦୁଃଖିତ ଥିଲେ ତେଣୁ ତାଙ୍କୁ ଏପରି ଜଣେ ଆବଶ୍ୟକ ଥିଲା ଯାହାଙ୍କ ସହ ସେ ନିଜର ଦୁଃଖ ସେୟାର କରିପାରୁଥିବେ । ସେହି ସମୟରେ ଅଭିଷେକ ବଚ୍ଚନ ତାଙ୍କ ସହିତ ରହିଥଲେ । ଅଭିଷେକ ଐଶ୍ୱର୍ଯ୍ୟାଙ୍କ ଠାରୁ ବୟସରେ ସାନ । କିନ୍ତୁ ଯେତେବେଳେ ପ୍ରେମ ହୋଇଥାଏ ସେତେବେଳେ ବୟସକୁ ଦେଖାଯାଇ ନଥାଏ ।

newstrend

ତେଣୁ ଏହିପରି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ସମ୍ପର୍କ ଖୁବଶୀଘ୍ର ଭଲପାଇବାରେ ପରିଣତ ହୋଇଯାଇଥିଲା । ତା’ପରେ ପରିବାରର ସହମତିରେ ଦୁହେଁ ବିବାହ କରିଥିଲେ । କୁହାଯାଏ ଯେ ଐଶ୍ୱର୍ଯ୍ୟାଙ୍କ ବିବାହ ସମୟରେ ମିଡିଆକୁ ବ୍ୟାନ୍ କରାଯାଇଥିଲା । ଏହି କାରଣ ଅଟେ ଯେ ସେମାନେ ନିଜର ବିବାହକୁ ଶାନ୍ତ ବତାବରଣରେ କରିବାକୁ ଚାହୁଁଥିଲେ ।

newstrend

ଏହି ବିବାହରେ ସମଗ୍ର ବଲିଉଡ଼ ଆସିଥିଲା । ବିବାହରେ ଐଶ୍ୱର୍ଯ୍ୟା ସ୍ଵର୍ଗରୁ ଆସିଥିବା କୌଣସି ଅପ୍ସରାଙ୍କ ଭଳି ଦେଖାଯାଉଥିଲେ । ନିଜର ମେହେନ୍ଦୀ ଉତ୍ସବରେ ଐଶ୍ୱର୍ଯ୍ୟା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଏବଂ ବିବାହ ଦିନ ଐଶ୍ୱର୍ଯ୍ୟା ୭୫ ଲକ୍ଷ ଟଙ୍କାର ଶାଢ଼ୀ ପିନ୍ଧିଥିଲେ । ଏହି ଶାଢ଼ୀ ନୀତା ତୁଲ୍ଲା ଡିଜାଇନ କରିଥଲେ । ଏଥିରେ ସୁବର୍ଣ୍ଣ ରଙ୍ଗର ବୋର୍ଡରରେ Swarovski କ୍ରିସ୍ଟଲ ଯୋଡ଼ା ଯାଇଥିଲା ।

newstrend

ଅଭିଷେକଙ୍କ ବିଷୟରେ ଯଦି କହିବୁ ତେବେ ସେ ନିଜର ବିବାହରେ ଅବୁ ଜାନୀ ଏବଂ ସନ୍ଦୀପ ଖୋସଲା ଡିଜାଇନ କରିଥିବା ଶେରୱାନୀ ପିନ୍ଧିଥିବାର ନଜର ଆସିଥିଲେ । ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ି ବିବାହରେ ଖୁବ୍ ସ୍ଵତନ୍ତ୍ର ଲାଗୁଥିଲା । ବିବାହରେ ସମ୍ପୂର୍ଣ୍ଣ ମିଡିଆକୁ ବ୍ୟାନ୍ କରାଯାଇଥିଲା । ଏଥିପାଇଁ ବିବାହ ସମାପ୍ତ ହେବାପରେ ହିଁ ସମସ୍ତ ଫୋଟ ବାହାରକୁ ଆସିଥିଲା ।

newstrend

କିଛି ଲୋକଙ୍କ କହିବା କଥା ଯେ ଐଶ୍ୱର୍ଯ୍ୟାଙ୍କର ଅଭିଷେକଙ୍କୁ ବିବାହ କରିବା ଏକ ବୁଦ୍ଧିମାନିର ନିଷ୍ପତ୍ତି ଥିଲା । ଐଶ୍ୱର୍ଯ୍ୟା ଏବଂ ସଲମାନଙ୍କ ଭୟଙ୍କର ବ୍ରେକଅପ୍ ହୋଇଥିଲା । ସେ ଐଶ୍ୱର୍ଯ୍ୟାଙ୍କୁ ଭୁଲି ପାରୁନଥିଲେ । ଯେତେବେଳେ ଐଶ୍ୱର୍ଯ୍ୟା ବିବେକ୍ ଓବରୋୟଙ୍କ ସହିତ ଥିଲେ ସେତେବେଳେ ମଧ୍ୟ ସଲମାନ ସେମାନଙ୍କ ମଧ୍ୟକୁ ଆସିଥିଲେ । ଇଣ୍ଡଷ୍ଟ୍ରିର ଲୋକଙ୍କ କଥା କହିବାକୁ ଗଲେ ବିବେକଙ୍କ କ୍ୟାରିଅର ବର୍ବାଦ କରିବାରେ ସଲମାନଙ୍କର ହାତ ଥିଲା । ଏହିପରି ଐଶ୍ୱର୍ଯ୍ୟା ବଲିଉଡ଼ର ସବୁଠାରୁ ବଡ଼ ଲୋକପ୍ରିୟ ପରିବାର ବଚ୍ଚନ ପରିବାରକୁ ବାଛିଥିଲେ । ଥରେ ବଚ୍ଚନ ପରିବାରର ବୋହୂ ହୋଇଯିବା ପରେ ସଲମାନ ତାଙ୍କର କୌଣସି କ୍ଷତି କରିପାରିବେନାହିଁ । ଏହି କଥାରେ କେତେ ସତ୍ୟତା ରହିଛି ଏହା ଆମେ ମଧ୍ୟ ଜାଣିନାହୁଁ ।

Leave a Reply

Your email address will not be published. Required fields are marked *