ଏହି ବ୍ୟକ୍ତିଙ୍କୁ ବହୁତ ଭଲ ପାଉଥିଲେ ଐଶ୍ୱର୍ଯ୍ୟା ରାୟ, କିନ୍ତୁ ପ୍ରସିଦ୍ଧ ହେବା ମାତ୍ରେ ହିଁ ଜୀବନରୁ ବାହାର କରି ଦେଇଥିଲେ :-

ସୌନ୍ଦର୍ଯ୍ୟର ରାଣୀ ଐଶ୍ୱର୍ଯ୍ୟା ରାୟଙ୍କୁ ଅବା କିଏ ଜାଣିନାହିଁ । ଐଶ୍ୱର୍ଯ୍ୟା ଜଣେ ଏପରି ମହିଳା ଅଟନ୍ତି ଯିଏ କେବଳ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ନୁହେଁ ବରଂ ନିଜର ଦମଦାର ଅଭିନୟ ବଳରେ ଲୋକଙ୍କ ହୃଦୟରେ ରାଜତ୍ୱ କରିଛନ୍ତି । ଐଶ୍ୱର୍ଯ୍ୟା ସୌନ୍ଦର୍ଯ୍ୟର ଏକ ଉଦାହରଣ ଅଟନ୍ତି । ତାଙ୍କ ଭଳି ସୁନ୍ଦର ମହିଳା ବୋଧହୁଏ ଦୁନିଆରେ ନାହାନ୍ତି । ହୋଇପାରେ ପ୍ରିୟଙ୍କା ଏବଂ ଦୀପିକା ହଲିଉଡ଼ରେ ଅନେକ ନାମ କମାଉଛନ୍ତି, କିନ୍ତୁ ପ୍ରକୃତରେ ବଲିଉଡ଼କୁ ଐଶ୍ୱର୍ଯ୍ୟା ହିଁ ସାରା ଦୁନିଆରେ ପରିଚିତ କରାଇଛନ୍ତି । ସାରା ଦୁନିଆରେ ଐଶ୍ୱର୍ଯ୍ୟାଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି ।

newstrend

ଐଶ୍ୱର୍ଯ୍ୟାଙ୍କ ଲଭ୍ ଲାଇଫ କଥା କହିଲେ ତାହା କାହା ପାଖରେ ଅଛପା ନୁହେଁ । ସମସ୍ତେ ଜାଣିଛନ୍ତି ଯେ ଐଶ୍ୱର୍ଯ୍ୟା ସଲମାନ ଖାନ୍ ଏବଂ ବିବେକ ଓବରୋୟଙ୍କୁ ଡେଟ୍ କରୁଥିଲେ । କିନ୍ତୁ ସଲମାନ ଖାନଙ୍କ ସହିତ ତାଙ୍କ ଅଫେୟାରକୁ ସମସ୍ତେ ଜାଣିଥିଲେ । ସଲମାନ ଖାନ୍ ଏବଂ ଐଶ୍ୱର୍ଯ୍ୟାଙ୍କ ଅଫେୟାରର ଖବର ସେତେବେଳେ ଅଧିକ ଚର୍ଚ୍ଚାରେ ରହିଥିଲା । ସଲମାନ ଏବଂ ବିବେକ ଓବରୋୟଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ପୂର୍ବରୁ ମଧ୍ୟ ଐଶ୍ୱର୍ଯ୍ୟାଙ୍କର ଜଣେ ବୟଫ୍ରେଣ୍ଡ ଥିଲେ ଯାହାଙ୍କୁ ସେ ବହୁତ ଭଲ ପାଉଥିଲେ । ପ୍ରକୃତରେ, ମୋଡେଲିଙ୍ଗ ସମୟରେ ଐଶ୍ୱର୍ଯ୍ୟା ରାଜୀବ ମୂଲଚନ୍ଦନୀଙ୍କୁ ଡେଟ୍ କରୁଥିଲେ ।

ସଫଳତା ମିଳିବା ପରେ ସମ୍ପର୍କ ଭାଙ୍ଗି ଦେଇଥିଲେ :-

newstrend
newstrend

ଐଶ୍ୱର୍ଯ୍ୟା ପୂର୍ବରୁ ରାଜୀବ ମୂଲଚନ୍ଦନୀଙ୍କ ସହିତ ରିଲେସନସିପରେ ଥିଲେ । ଦୁହିଁଙ୍କ ସାକ୍ଷାତ ମୋଡେଲିଙ୍ଗ କ୍ୟାରିଅରରେ ହୋଇଥିଲା । ରାଜୀବ ପେଷାରେ ଜଣେ ମୋଡେଲ ଥିଲେ । ତାଙ୍କ ସହିତ କାମ କରୁ କରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ଦୁହେଁ ସାଙ୍ଗରେ ଅନେକ ଫୋଟ ସୁଟ୍ ମଧ୍ୟ କରିଥିଲେ । ଦୁହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ । ପରେ ୧୯୯୪ରେ ମିସ୍ ୱାର୍ଲଡ଼ ହେବା ପରେ ଐଶ୍ୱର୍ଯ୍ୟାଙ୍କୁ ସଫଳତା ମିଳିବା ଆରମ୍ଭ ହୋଇ ଯାଇଥିଲା । ଯେପରି ସେ ସଫଳତାର ସିଡିରେ ଉଠିବାକୁ ଲାଗିଲେ ସେହିପରି ସେ ରାଜୀବଙ୍କ ଠାରୁ ଦୂରେଇ ଯାଇଥିଲେ । ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକମାନେ ଐଶ୍ୱର୍ଯ୍ୟାଙ୍କୁ ଚିହ୍ନିବାରେ ଲାଗିଲେ ସେତେବେଳେ ସେ ରାଜୀବଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଥିଲେ ।

newstrend

କିଛି ଦିନ ମଧ୍ୟରେ ଐଶ୍ୱର୍ଯ୍ୟା ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇଗଲେ ଏବଂ ସଲମାନ ଖାନଙ୍କ ସହିତ ରିଲେସନସିପରେ ଆସିଥିଲେ । ସଞ୍ଜୟ ଲୀଳା ଭାନ୍ସଲି ସଲମାନ ଖାନଙ୍କର ଜଣେ ଭଲ ସାଙ୍ଗ ଥିଲେ ଏବଂ ସଲମାନ ତାଙ୍କୁ ଫିଲ୍ମ ‘ ହମ୍ ଦିଲ୍ ଦେ ଚୁକେ ସନମ୍ ‘ ପାଇଁ ଐଶ୍ୱର୍ଯ୍ୟାଙ୍କୁ ନେବାକୁ ଅନୁରୋଧ କରିଥିଲେ । ଫିଲ୍ମ ତିଆରି ହୋଇଥିଲା ଏବଂ ସୁପରହିଟ୍ ମଧ୍ୟ ହୋଇଥିଲା । ଏହି ଫିଲ୍ମ ପରେ ଐଶ୍ୱର୍ଯ୍ୟା ରାତାରାତି ଷ୍ଟାର ହୋଇ ଯାଇଥିଲେ ଏବଂ ସେ କେବେ ମଧ୍ୟ ପଛକୁ ବୁଲି ଦେଖି ନଥିଲେ । କିନ୍ତୁ ସଲମାନଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ସେ ପ୍ରାୟ ଚର୍ଚ୍ଚାରେ ରହୁଥିଲେ । କିନ୍ତୁ ମାତ୍ର କିଛି ଦିନ ମଧ୍ୟରେ ସଲମାନଙ୍କ ସହିତ ତାଙ୍କ ସମ୍ପର୍କ ଖରାପ ହୋଇଗଲା ଏବଂ ଦୁହେଁ ବ୍ରେକ୍ ଅପ୍ କରାଇ ନେଇଥିଲେ । ତା’ପରେ ସେ ବିବେକ ଓବରୋୟଙ୍କ ସହିତ ରିଲେସନସିପରେ ରହିଥିଲେ । ଶେଷରେ ତାଙ୍କ ବିବାହ ୨୦୦୦ ମସିହାରେ ଅଭିଷେକ ବଚ୍ଚନଙ୍କ ସହିତ ହୋଇଥିଲା ।

Be the first to comment

Leave a Reply

Your email address will not be published.


*