ବିବାହ ପରେ ଏହି ୫ଟି କାର୍ଯ୍ୟକ୍ରମରେ ବଧୂ ରୂପରେ ସଜ୍ଜିତ ଐଶ୍ୱର୍ଯ୍ୟାଙ୍କୁ ଦେଖି ପ୍ରଶଂସକଙ୍କ ହୋଶ୍ ଉଡି ଯାଇଥିଲା !

ବିବାହ ପରେ ଏହି ୫ଟି କାର୍ଯ୍ୟକ୍ରମରେ ବଧୂ ରୂପରେ ସଜ୍ଜିତ ଐଶ୍ୱର୍ଯ୍ୟାଙ୍କୁ ଦେଖି ପ୍ରଶଂସକଙ୍କ ହୋଶ୍ ଉଡି ଯାଇଥିଲା !

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦର ତଥା ସଫଳ ଅଭିନେତ୍ରୀ ଭାବରେ ବିବେଚନା କରାଯାଏ । ଐଶ୍ୱର୍ଯ୍ୟା ନିଜ ଅଭିନୟ ଏବଂ ଚଳଚ୍ଚିତ୍ର ସହିତ ନିଜ ସୌନ୍ଦର୍ଯ୍ୟ ହେତୁ ଦେଶ ତଥା ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟତା କୁ ଦେଖି ସମସ୍ତେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ଐଶ୍ୱର୍ଯ୍ୟା ଅନେକ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଚଳଚ୍ଚିତ୍ରରେ ପୂର୍ବ ପରି ସେତେ ମାତ୍ରାରେ ନଜର ଆସୁ ନାହାଁନ୍ତି । ୨୦୦୭ ମସିହାରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପର ଠାରୁ ଐଶ୍ୱର୍ଯ୍ୟା ଧୀରେ ଧୀରେ ଚଳଚ୍ଚିତ୍ର ଜଗତ ଠାରୁ ଦୂରେଇ ଯିବାକୁ ଲାଗିଲେ । ଏଥିସହିତ, ୨୦୧୧ ମସିହାରେ ଝିଅ ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱର୍ଯ୍ୟା ଚଳଚ୍ଚିତ୍ର ଜଗତ ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଥିଲେ । କହିରଖୁଛୁ କି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହ ବଲିଉଡର ପ୍ରସିଦ୍ଧ ବିବାହ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ସଫଳ ଭାବରେ ଉଭୟଙ୍କ ବିବାହକୁ ୧୪ ବର୍ଷ ସମ୍ପୂର୍ଣ୍ଣ ହୋଇଗଲାଣି ।

ଐଶ୍ୱର୍ଯ୍ୟା ସାଧାରଣ ରୂପରେ ବହୁତ ସୁନ୍ଦର ନଜର ଆସିଥାନ୍ତି, ଅପରପକ୍ଷରେ ଯେତେବେଳେ ସେ କୌଣସି ବିବାହ ପୋଷାକ ପିନ୍ଧନ୍ତି ତେବେ ଦର୍ଶକ ମାନଙ୍କ ଚକ୍ଷୁ ତାଙ୍କ ଠାରୁ ହଟି ନଥାଏ । ବିବାହ ପରେ ଐଶ୍ୱର୍ଯ୍ୟା ଯେତେବେଳେ ବୋହୂ ଅବତାରରେ ଭିନ୍ନ ଭିନ୍ନ ରୂପରେ ନଜର ଆସିଥିଲେ ସେତେବେଳେ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଦେଖିବା ପରେ ନିଜ ହରାଇ ବସିଥିଲେ । ଆଜି ଆମେ ଆପଣଙ୍କୁ ବିବାହ ପରେ ଐଶ୍ୱର୍ଯ୍ୟାଙ୍କ ଏହିପରି ପାଞ୍ଚଗୋଟି ‘ଲୁକ୍’ର ଫୋଟ ଦେଖାଇବାକୁ ଯାଉଛୁ…

ଐଶ୍ୱର୍ଯ୍ୟାଙ୍କ ଏହି ପଞ୍ଜାବୀ ଲୁକ୍

ଐଶ୍ୱର୍ଯ୍ୟାଙ୍କ ଏହି ପଞ୍ଜାବୀ ଲୁକ୍ ତାଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଖାସ୍ ଅଟେ । ଐଶ୍ୱର୍ଯ୍ୟା ଏକ ‘ସାଲୱାର୍ ସୁଟ୍’ରେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ନଜର ଆସୁଛନ୍ତି । କହିରଖୁଛୁ କି ବିବାହ ସମୟରେ କନ୍ୟାମାନେ ପ୍ରାୟତଃ ପଞ୍ଜାବୀ ସୁଟ୍ ପିନ୍ଧିଥାନ୍ତି, ବିବାହର କିଛି ଦିନ ପରେ ଐଶ୍ୱର୍ଯ୍ୟା ମଧ୍ୟ ଏହାକୁ ପରିଧାନ କରିଥିଲେ ।

ଲାଲ ଗାଉନ୍ ରେ ଐଶ୍ୱର୍ଯ୍ୟା

ଏହି ଫୋଟ ଐଶ୍ୱର୍ଯ୍ୟାଙ୍କ ବିବାହର ବହୁ ବର୍ଷ ପର ଅଟେ । ଏଥିରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ନଜର ଆସିଛନ୍ତି । ଐଶ୍ୱର୍ଯ୍ୟା ଏକ ଲାଲ୍ ରଙ୍ଗର ଗାଉନ୍ ପିନ୍ଧିବା ସହିତ ସାଥିରେ ଦୁପଟ୍ଟାକୁ ମଧ୍ୟ ପରିଧାନ କରିଛନ୍ତି । ଏହି ଲୁକ୍ ମହିଳା ମାନଙ୍କ ପାଇଁ ବହୁତ ଖାସ୍ ହୋଇପାରେ । ଏହା ଆପଣଙ୍କୁ କେବଳ ସୁନ୍ଦର କରିବ ନାହିଁ, ବରଂ ଆପଣ ନିଜ ପିଲା ମାନଙ୍କୁ ମଧ୍ୟ ସହଜରେ ସମ୍ଭାଳିବାରେ ସକ୍ଷମ ହୋଇ ପାରିବେ ।

ଐଶ୍ୱର୍ଯ୍ୟାଙ୍କ ପ୍ଲେନ୍ ଶାଢ଼ୀ ଲୁକ୍

‘ପ୍ଲେନ୍ ଶାଢ଼ୀ ଲୁକ୍’ରେ ମଧ୍ୟ ଐଶ୍ୱର୍ଯ୍ୟା ବହୁତ ଚମତ୍କାର ନଜର ଆସୁଛନ୍ତି । ନୂତନ ବଧୁ ମାନଙ୍କ ପାଇଁ ଏହା ଏକ ବିଶେଷ ଲୁକ୍ ହୋଇପାରେ । ଏହି ପାରମ୍ପରିକ ସାଜସଜ୍ଜା ଯେକୌଣସି ଭାରତୀୟ ବୋହୂଙ୍କୁ ଆକର୍ଷଣୀୟ କରିବାରେ ବହୁତ ସାହାଯ୍ୟକାରୀ ଅଟେ । ଏହି ‘ପ୍ଲେନ୍ ଶାଢ଼ୀ ଲୁକ୍’ରେ, ଆପଣ ହାଲୁକା ଅଳଙ୍କାର ମଧ୍ୟ ପରିଧାନ କରି ଅଧିକ ସୁନ୍ଦର ଦେଖାଯିବେ ।

ଐଶ୍ୱର୍ଯ୍ୟାଙ୍କ ଅନ୍ୟ ଏକ ଅବତାର

ବିବାହ ପରେ ଐଶ୍ୱର୍ଯ୍ୟାଙ୍କ ଏହି ବଧୂ ବେଶ ମଧ୍ୟ ବହୁତ ଚର୍ଚ୍ଚିତ ରହିଥିଲା । ଐଶ୍ୱର୍ଯ୍ୟା ଏହି ‘ଲୁକ୍’ରେ ମଧ୍ୟ ସବୁଦିନ ପରି ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି, ଯେଉଁଥିରେ ଐଶ୍ୱର୍ଯ୍ୟା ଲାଲ୍ ରଙ୍ଗର ପୋଷାକରେ ଦେଖିବାକୁ ମିଳିଛନ୍ତି ।

ଗଜରା ସହିତ ସଜ୍ଜିତ ଐଶ୍ୱର୍ଯ୍ୟା

ଗଜରା ଯେକୌଣସି ମହିଳା କିମ୍ବା ବଧୂଙ୍କୁ ବହୁତ ସୁନ୍ଦର ଲୁକ୍ ଦେଇଥାଏ । ଗଜରା ସହିତ ସୁସଜ୍ଜିତ ଐଶ୍ୱର୍ଯ୍ୟା ରାୟଙ୍କର ଏହି ଲୁକ୍ କୌଣସି ନୂତନ ବଧୂଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ହୋଇପାରେ । ଐଶ୍ୱର୍ଯ୍ୟା ଏଵଂ ନିଜ କେଶରେ ଏକ ଗଜରା ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *