ଇମରାନ ହାଶମୀ ଙ୍କ ଏହି କଥା କୁ ଏବେ ମଧ୍ୟ ଭୁଲି ନାହାଁନ୍ତି  ଐଶର୍ଯ୍ୟା ରାୟ

ଇମରାନ ହାଶମୀ ଙ୍କ ଏହି କଥା କୁ ଏବେ ମଧ୍ୟ ଭୁଲି ନାହାଁନ୍ତି ଐଶର୍ଯ୍ୟା ରାୟ

ଇମରାନ ହାଶମୀଙ୍କ ଏହି କଥାକୁ ଏବେ ମଧ୍ୟ ଭୁଲି ନାହାଁନ୍ତି ଐଶର୍ଯ୍ୟା ରାୟ, ମାଗିବାକୁ ପଡିଥିଲା ଇମରାନଙ୍କୁ କ୍ଷମା ।

କହିବା ପାଇଁ ଗଲେ ସିନେ ଜଗତର ଅନେକ ଗୁଡିଏ କଳାକାର ନିଜ ନିଜର ବିବାଦ କାରଣରୁ ଚର୍ଚ୍ଚାରେ ରୁହଁନ୍ତି । କିନ୍ତୁ କିଛି କଳାକାର ଏହି ବିବାଦରୁ ଦୂରରେ ରହିବା ପାଇଁ ଚେଷ୍ଟା କରନ୍ତି । ହେଲେ ମଧ୍ୟ କିଛି ନା କିଛି କଥା ଯୋଗୁଁ ସେମାନଙ୍କ ବିବାଦ ଲୋକଲୋଚନକୁ ଆସିଯାଇଥାଏ । କରଣ ଜୋହରଙ୍କ ଟକ ସୋ ରେ ଇମରାନ ହାଶମୀ ପୂର୍ବତନ ମିସ ବଲିଉଡ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କିଛି ଏହିଭଳି କଥା କହିଥିଲେ ଯାହା ଫଳରେ ପରେ କ୍ଷମା ମାଗିବାକୁ ପଡ଼ିଥିଲା ।
ଏହା କେବେ ହେଲା ଏବଂ ଇମରାନ ଐଶ୍ୱର୍ଯ୍ୟାଙ୍କୁ କେଉଁ କଥା କହିଲେ ଆସନ୍ତୁ ଜାଣିବା…

ଯେବେ ଇମରାନ ହାଶମୀ ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିଥିଲେ

୨୪ ମାର୍ଚ୍ଚ,୧୯୭୯ ମୁମ୍ବାଇରେ ଜନ୍ମିତ ଇମରାନ ହାସମୀ ଏହି ବର୍ଷ ୪୧ ବର୍ଷର ହୋଇଗଲେ । ଇମରାନ ଅଧିକ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି ଏବଂ ସର୍ବଦା ନିଜକୁ ମିଡିଆରୁ ଦୁରେଇ ରଖନ୍ତି । ଇମରାନ ନିଜର ଆନ୍ତରିକ ଜୀବନକୁ ନେଇ ବିବାଦରେ ବହୁତ କମ୍ ରହିଛନ୍ତି ।କିନ୍ତୁ ଏକଦା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କିଛି ଏମିତି କହିଦେଲେ ଯାହାଫଳରେ ଐଶ୍ୱର୍ଯ୍ୟା ରାୟ ଏବଂ ଇମରାନଙ୍କ ସମ୍ପର୍କରେ ଖଟାପଣ ଆସିଯାଇଥିଲା । କରନ ଜୋହରଙ୍କ ଟକ ଶୋ କଫି ୱିଥ କରନର ରାପିଡ ଫାୟର ରାଉଣ୍ଡରେ କରନ ଗୋଟି ଗୋଟି କରି ତାରକା ମାନଙ୍କ ନାମ ନିଅନ୍ତି ଏବଂ ଯାହା ପ୍ରଥମ ଥର ମୁଣ୍ଡକୁ ଆସିଲା ତାହା ଇମରାନଙ୍କୁ କହିବାର ଥିଲା । ଯେବେ କରନ ଐଶ୍ୱର୍ଯ୍ୟାଙ୍କ ନାମ ନେଲେ ତେବେ ଇମରାନ “ପ୍ଲାଷ୍ଟିକ” ବୋଲି ଶବ୍ଦ କହିଦେଲେ । ଏହା ପରେ ଇମରାନ ଅନେକ କଥା ଶୁଣିଥିଲେ ଏବଂ ଲୋକମାନେ ଅନେକ ପ୍ରକାରର ଏହି କଥାକୁ ନେଇ ଟ୍ରୋଲ କରିଥିଲେ ।

ଯେବେ କଥା ମୁଣ୍ଡ ଉପରକୁ ଗଲା ତେବେ ଇମରାନ ହାଶମୀ ନିଜର ଶବ୍ଦ ପାଇଁ କ୍ଷମା ମାଗିଲେ ଏବଂ କହିଥିଲେ ଗିଫ୍ଟ ହେମ୍ପର ଜିତିବା ପାଇଁ ସେହି ସମୟରେ ଯାହା ତାଙ୍କ ମୁଣ୍ଡରେ ଆସିଲା ତାହା କହିଥିଲେ । ଏହି କଥା ଏହି ଠାରେ ସମାପ୍ତ ହୋଇନଥିଲା, ଯେତେବେଳେ ଐଶ୍ୱର୍ଯ୍ୟା ଫିଲ୍ମ ଫେୟରର ଗୋଟିଏ ଇଂଟର୍ଭ୍ୟୁ ଦେଲେ ସେତେବେଳେ ତାଙ୍କ ସହ ରେପିଡ ଫାୟର ଖେଳ ଖେଳା ଗଲା । ଏଥିରେ ସେ କହିଲେ କି ତାଙ୍କ ଜୀବନର ସବୁଠାରୁ ବେକାର କମେଣ୍ଟ , ମିଛ ଏବଂ ପ୍ଲାଷ୍ଟିକ ଥିଲା । ଏହି ବିଷୟ ପରେ ଲୋକଙ୍କ ମଧ୍ୟରେ ଏହି ବିଷୟ ଚର୍ଚ୍ଚା ହେଉଛି ଯେ ବଚ୍ଚନ ପରିବାର ସହ ଇମରାନଙ୍କ ସମ୍ପର୍କରେ ମଧୂରତା ଦେଖାଗଲା ।ଏବେ ଇମରାନଙ୍କୁ ଅମିତାଭ ବଚ୍ଚନ ସହ ଗୋଟିଏ ଫିଲ୍ମରେ ଅଭିନୟ କରୁଥିବା ଦେଖିବାକୁ ପାଇବେ ଦର୍ଶକ।

ଇମରାନ ହାଶମୀ ଇଣ୍ଡଷ୍ଟ୍ରି ରେ ‘ ସୀରିୟଲ କିଶର’ର ନାମରେ ଫେମସ ଅଟନ୍ତି ଏବଂ ଅସଲି ଜୀବନରେ ସେ ବହୁତ ସରଳ ବ୍ୟକ୍ତି ଅଟନ୍ତି । ସେ ନିଜର ଇଣ୍ଟର୍ଭିୟୁ ରେ କହି ସାରିଛନ୍ତି କି ସେ ଫିଲ୍ମରେ ଏମିତି ଅଭିନୟ କରନ୍ତି କାରଣ ସ୍କ୍ରିପ୍ଟ ର ଡିମାଣ୍ଡ ହୋଇଥାଏ ,ନଚେତ ଅସଲ ଜୀବନରେ ସେ ନିଜର ପତ୍ନୀ କୁ ବହୁତ ପ୍ରେମ କରନ୍ତି । ଇମରାନ ହାଶମୀ ବଲିଉଡରେ ୨୦୦୩ ରେ ଫିଲ୍ମ ଫୁଟପାଥରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ଲୋକ ପ୍ରିୟତା ବର୍ଷ ୨୦୦୬ ରେ ଆସିଥିବା ଫିଲ୍ମ ‘ ଆଶିକ ବନାୟା ଆପନେ ‘ ରେ ମିଳିଥିଲା ।

ଇମରାନ ହାଶମୀ ଙ୍କ ଫିଲ୍ମ ରୁ ଅଧିକ ତାଙ୍କ ଗୀତ ସୁପରହିଟ ହୋଇଥାଏ।ସେ ବଲିଉଡ୍ ରେ ଜନ୍ନତ,, ମର୍ଡର, ମର୍ଡର-୨, ହାମରୀ ଅଧୁରୀ କାହାନୀ, ଆବାରାପନ, ରାଜ-୩,ରଜ ରିବୁଟ, ଜନ୍ନତ-୨,ତୁମ ମିଲେ, ଗ୍ୟାଙ୍ଗଷ୍ଟର, ବାଦଶାହୋ, ୱାନ୍ସ ଅପେନ ଏ ଟାଇମ ଇନ୍ ମୁମ୍ବାଇ, ଅକ୍ସର୍, ଜହର, ଦ ଦର୍ଟୀ ପିକ୍ଚର, ରାଜ ଦ ମିଷ୍ଟ୍ରୀ, ଦ କୀଲର୍, ସଂଘର୍ଷ, ତୁମସା ନହିଁ ଦେଖା ଏହି ଭଳି ଅନେକ ସଫଳ ଫିଲ୍ମ ଦେଇଛନ୍ତି। ଅମିତାଭ ବଚ୍ଚନ ସହ ଫିଲ୍ମ ଚେହରା ଆସୁଅଛି ଯାହାର ସୁଟିଙ୍ଗ ଏବେ କୋରୋନା କାରଣ ରୁ ବନ୍ଦ ଅଛି।

Leave a Reply

Your email address will not be published. Required fields are marked *