କୋରୋନା ସଙ୍କଟ ମଧ୍ୟରେ ରେଲୱେ ଷ୍ଟେସନରେ ମିଳିବ ଏୟାରପୋର୍ଟ ଭଳି ସୁବିଧା । ଯାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ଏହି ନୂତନ ବ୍ୟବସ୍ଥା !

କୋରୋନା ସଙ୍କଟ ମଧ୍ୟରେ ରେଲୱେ ଷ୍ଟେସନରେ ମିଳିବ ଏୟାରପୋର୍ଟ ଭଳି ସୁବିଧା । ଯାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ଏହି ନୂତନ ବ୍ୟବସ୍ଥା !

କରୋନା ଭୂତାଣୁ କାରଣରୁ ସମଗ୍ର ଦେଶରେ ଦୃଢ଼ ନିୟମ ପାଳନ କରାଯାଉଛି ଯାହାଦ୍ଵାରା ଏହି ଭୂତାଣୁକୁ ବ୍ୟାପିବାରୁ ରୋକା ଯାଇପାରିବ । ଏହିଭଳି ଭାରତୀୟ ରେଲୱେ ମଧ୍ୟ ଯାତ୍ରୀଙ୍କ ପାଇଁ ଅନେକ ପ୍ରକାରର ନିୟମ ଲାଗୁ କରି ସାରିଛି । ଯେଉଁଥିରେ କରୋନା ସଙ୍କଟ ମଧ୍ୟରେ ଯାତ୍ରୀ ମାନେ ଆରାମରେ ଯାତ୍ରା କରିପାରୁଛନ୍ତି କିନ୍ତୁ ଏହିସବୁ ମଧ୍ୟରେ ରେଲୱେ ବର୍ତ୍ତମାନ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ସୁବିଧା ଦେବାକୁ ବ୍ୟବସ୍ଥା କରିଛି । ବାସ୍ତବରେ କରୋନା ଭୂତାଣୁ ସମୟରେ ସୁରକ୍ଷାକୁ ନଜରରେ ରଖି ବର୍ତ୍ତମାନ ରେଲୱେ ଷ୍ଟେସନରେ ଏୟାରପୋର୍ଟ ଭଳି ସୁବିଧା ଦିଆଯିବ । ଏହି ସମୟରେ ଟିକଟ ନେବା ଠାରୁ ଆରମ୍ଭ କରି ସମସ୍ତ କାମ ଯାତ୍ରୀ ବିନା କାହାର ସମ୍ପର୍କରେ ଆସି କରିପାରିବେ । ଏପରି କୁହାଯାଉଛି ଯେ ଏହି ବ୍ୟବସ୍ଥା ଦ୍ଵାରା କରୋନା ସଂକ୍ରମଣ କମ୍ ହେବ ।

Google

ଭାରତୀୟ ରେଲୱେ ନିଜର ଏହି ନୂତନ ବ୍ୟବସ୍ଥା ଲାଗୁ କରିଛି । ରେଲୱେର ଏହି ନୂତନ ବ୍ୟବସ୍ଥା ସର୍ବପ୍ରଥମେ ଉତ୍ତରପ୍ରଦେଶରେ ପ୍ରୟାଗରାଜରେ ଥିବା ରେଲୱେ ଷ୍ଟେସନରେ ଲାଗୁ କରାଯାଇଛି । ଏଠାରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ସୁବିଧା ଦିଆଯାଉଛି । ଏଠାରେ ଯାତ୍ରୀଙ୍କୁ ଟିକେଟ ବୁକିଂ ପରେ ଏକ କ୍ୟୁଆର କୋଡଡ୍ ପଠାଇ ଦିଆଯାଉଛି । ଏହି କ୍ୟୁଆର କୋଡ୍ ଯାତ୍ରୀଙ୍କୁ ଟିକେଟ କାଉଣ୍ଟରରେ ଦେଖାଇବାକୁ ପଡ଼ିବ । ଯାହା ପରେ କାଉଣ୍ଟର କ୍ଲାର୍କ କ୍ୟୁଆର କୋଡ଼କୁ ସ୍କେନ କରି ବୋର୍ଡିଂ ଟିକେଟ ଜାରି କରିବେ । ଷ୍ଟେସନରେ ଯାତ୍ରୀ ନିଜର ବୋର୍ଡିଂ ଟିକେଟ ଜାରି କରିବେ । ଷ୍ଟେସନରୁ ଆରାମରେ ବାହାରି ପାରିବେ । ଏହି ପ୍ରକ୍ରିୟା ଅନୁସାରେ ଯାତ୍ରୀ ଏବଂ ରେଲୱେ କର୍ମଚାରୀଙ୍କ ମଧ୍ୟରେ କୌଣସି ପ୍ରକାରର କଣ୍ଟାକ୍ଟ ହେବ ନାହିଁ ।

Google

କେବଳ ଏତିକି ନୁହେଁ, ଯାତ୍ରୀ ମାନଙ୍କ ସୁରକ୍ଷାକୁ ନଜରରେ ରଖି ଟିକେଟ କାଉଣ୍ଟରରେ ଏକ ୱେବ୍ କ୍ୟାମେରା ସାହାଯ୍ୟରେ ଯାତ୍ରୀଙ୍କୁ ଠିକ୍ ସ୍ଥାନରେ ପହଞ୍ଚାଇ ଦିଆଯିବ । ଏହି ସମୟରେ କ୍ୟାମେରା ଜରିଆରେ ହିଁ ଯାତ୍ରୀଙ୍କ ପରିଚୟ ପ୍ରମାଣିତ ହେବ । ଯେଉଁଥିପାଇଁ ଟିକେଟ କାଉଣ୍ଟର ପାଖରେ ଏକ ସ୍କ୍ରିନ୍ ମଧ୍ୟ ଲଗାଇଯାଉଛି ଯାହାଦ୍ଵାରା ଯାତ୍ରୀ ମାନେ ମଧ୍ୟ ନିଜର ଡାଟା ଦେଖି ପାରିବେ । ଏହି କୋରୋନା କାଳରେ ୨୦୦ଟି ସ୍ପେଶାଲ ଟ୍ରେନ୍ ଚାଲୁଅଛି । ଏହା ବ୍ୟତୀତ ୩୦ ଏସୀ ବଗି ଥିବା ଟ୍ରେନ୍ ମଧ୍ୟ ଚାଳିତ ହେଉଛି ।

Leave a Reply

Your email address will not be published. Required fields are marked *