ଏଜାଜ୍ ଖାନ୍ ଏବଂ ପବିତ୍ର ପୁନିୟାଙ୍କ ପ୍ରେମ, ଏବେ ବିନା ବିବାହରେ ଲିଭଇନରେ ରହିବାକୁ ନିଷ୍ପତ୍ତି…

ଏଜାଜ୍ ଖାନ୍ ଏବଂ ପବିତ୍ର ପୁନିୟାଙ୍କ ପ୍ରେମ, ଏବେ ବିନା ବିବାହରେ ଲିଭଇନରେ ରହିବାକୁ ନିଷ୍ପତ୍ତି…

ଟିଭି ଦୁନିଆର ସବୁଠାରୁ କଂଟ୍ରୋଭର୍ସିଆଲ୍ ରିୟାଲିଟି ଶୋ’ ବିଗ୍-ବସ୍ ୧୪ରେ ଏଥର କେତେକ ନୂଆ ସମ୍ପର୍କ ସ୍ଥାପନ ହେବାର ଦେଖା ଯାଇଛି । ସେଥିମଧ୍ୟରୁ ଗୋଟିଏ ଥିଲା ପବିତ୍ର ପୁନିୟା ଏବଂ ଏଜାଜ୍ ଖାନଙ୍କର କଣ୍ଟ୍ରୋଭର୍ସିଆଲ ସମ୍ପର୍କ । ଏମାନେ ଦୁହେଁ ପୁରା ସିଜନରେ ନିଜର ରୋମାଣ୍ଟିକ୍ ଅନ୍ଦାଜ କୁ ନେଇ ଚର୍ଚ୍ଚାରେ ରହିଥିଲେ । ପବିତ୍ର ପୁନିୟା ଏବଂ ଏଜାଜ୍ ଖାନ୍ ଶୋ’ରେ ସମସ୍ତଙ୍କ ସାମ୍ନାରେ ନିଜର ସମ୍ପର୍କକୁ ଗ୍ରହଣ କରିଥିଲେ ।

‘ବିଗ୍ ବସ୍’କୁ ଯେବେ ଦୁହେଁ ଏଣ୍ଟ୍ରି କରିଥିଲେ ସେତେବେଳେ ଦୁହେଁ ପରସ୍ପରକୁ ପସନ୍ଦ କରୁ ନଥିଲେ । କିନ୍ତୁ ଧୀରେ ଧୀରେ ଦୁଇଜଣ ପରସ୍ପରକୁ ପସନ୍ଦ କରିବାରେ ଲାଗିଲେ । କିନ୍ତୁ ଶୋ’ର ପ୍ରତିଯୋଗୀ ହେବା ସମୟରେ ଏଜାଜ୍ ଖାନ୍ ସ୍ପଷ୍ଟ କରି ଦେଇଥିଲେ ଯେ ସେ ଶୋ’ରେ କୌଣସି ପ୍ରକାରର ପ୍ରେମ ଏଙ୍ଗଲ୍ ବନାଇବାକୁ ଆସି ନାହାଁନ୍ତି । ତାଙ୍କୁ ତାଙ୍କ ଜୀବନରେ ଅନ୍ୟ କାହାର ଆବଶ୍ୟକତା ନାହିଁ । ପୁଣି ପବିତ୍ରା ପୁନିୟା ମଧ୍ୟ ପ୍ରାରମ୍ଭରୁ କହିଥିଲେ ଯେ ଯଦି ତାଙ୍କୁ ଏହି ଶୋ’ରେ କେହି ଭଲ ବ୍ୟକ୍ତି ମିଳନ୍ତି ତେବେ ସେ ରିଲେଶନଶିପ୍ ବିଷୟରେ ଭାବି ପାରନ୍ତି ।

ପବିତ୍ରା ଏବଂ ଏଜାଜଙ୍କ ମଧ୍ୟରେ ସିଜନ୍ ସମୟରେ ଅନେକ ଥର ଝଗଡ଼ା ହେବାର ମଧ୍ୟ ଦେଖା ଯାଇଛି । ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ସେହି ସିଜନରେ ଏଜାଜ୍ ଖାନ୍ ନ୍ୟାସନାଳ୍ ଟିଭିରେ ‘ନାଗିନ୍’ ଅଭିନେତ୍ରୀ ପବିତ୍ରା ପୁନିୟାଙ୍କ ପାଇଁ ନିଜର ଭଲପାଇବା ବିଷୟରେ ସମସ୍ତଙ୍କ ସାମ୍ନାରେ ଜଣାଇଥିଲେ । ଯେହେତୁ ଏବେ ଶୋ’ ଶେଷ ହୋଇ ଯାଇଛି ତେଣୁ ଯେକେହିବି ବର୍ତ୍ତମାନ ଏହି କପଲ୍ ଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି ।

ଏବେ ଏବେ ଖବର ମିଳିଛି ଯେ ଅଭିନେତା ଏଜାଜ୍ ଖାନ୍ ପବିତ୍ରା ପୁନିୟାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି । ଏସବୁ ମଧ୍ୟରେ ଖବର ମିଳିଛି ଯେ ଏହି ଲୋକପ୍ରିୟ କପଲ୍ ବିବାହ ପୂର୍ବରୁ ଏକ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ମୁତାବିକ ଦୁହେଁ ଲିଭଇନ୍ ରିଲେଶନଶିପରେ ରହିବାକୁ ଯାଉଛନ୍ତି । ଏହାର ସବୁଠାରୁ ବଡ଼ କାରଣ ଏହିକି ଯେ ଦୁହେଁ ପରସ୍ପରକୁ ବିବାହ ପୂର୍ବରୁ ଭଲ ଭାବରେ ଜାଣିବାକୁ ଚାହୁଁଛନ୍ତି ଏବଂ ପରସ୍ପର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି ।

ଦୁହିଙ୍କ ସମ୍ପର୍କରେ ମିଳିଥିବା ସୂଚନା ମୁତାବିକ ଏଜାଜ୍ ଖାନ୍ ଏବଂ ପବିତ୍ରା ପୁନିୟା ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ ହୋଇ ଯାଇଛନ୍ତି । ଏହା ସତ୍ତ୍ୱେ ବି ସେମାନେ ଏହି ସମ୍ପର୍କକୁ ଆରାମରେ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି । ସେମାନେ ଏହି ସମ୍ପର୍କକୁ ଦୃଢ଼ କରିବାକୁ ଚାହାଁନ୍ତି । ପରସ୍ପରକୁ ଭଲ ଭାବରେ ବୁଝିବାକୁ ଚାହାଁନ୍ତି । ଏଥିପାଇଁ ଦୁହେଁ ସାଥିରେ ରହିବାର ସବୁ ବନ୍ଦୋବସ୍ତ କରି ସାରିଛନ୍ତି । ଯାହାଦ୍ୱାରା ସେମାନେ ପରସ୍ପରକୁ ଆହୁରି ଅଧିକ ସମୟ ଦେଇ ପାରିବେ । ଖବରରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ଦୁହେଁ ଆଗାମୀ ମାସ ସୁଦ୍ଧା ଅନ୍ୟ ଏକ ଘରକୁ ଶିଫ୍ଟ ହୋଇ ପାରନ୍ତି । ଦୁହେଁ ସାଥିରେ ରହିବାକୁ ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି ।

ଏହାପୂର୍ବରୁ ଏଜାଜ୍ର ଖାନ୍ ଏକ ଇଣ୍ଟରଭିଉରେ କହିଥିଲେ ଯେ, ବିବାହ ପାଇଁ ଏବେ ଅନେକ କିଛି କରିବାର ଅଛି । ସେ ଏହା ମଧ୍ୟ କହିଛନ୍ତି ଯେ ବିବାହ ହେବ ଏବଂ ଠିକ୍ ସମୟ ଆସିଲେ ହେବ । ଆମେ କେବଳ ଆମ ଆଙ୍ଗୁଠି କ୍ରୋସ୍ କରି ବସିଛୁ ଏବଂ ଅପେକ୍ଷା କରିଛୁ । ଯଦି ଏହି ଦୁଇଜଣଙ୍କ ସମ୍ପର୍କ ଏଠାରୁ ଠିକ୍ ହେଉଛି ତେବେ ଦୁହେଁ ଏହି ବର୍ଷ ଶେଷ ସୁଦ୍ଧା ନିଜ ଫ୍ୟାନମାନଙ୍କୁ ଖୁସି ଖବର ଦେଇ ପାରନ୍ତି ।

Leave a Reply

Your email address will not be published. Required fields are marked *