ବିବାହ ଉପରେ ପୁଣିଥରେ ଆସିଲା କରୋନାର ସଙ୍କଟ ! ସମାରୋହରେ କେବଳ ଅଳ୍ପ ସଂଖ୍ୟାରେ ଯୋଗ ଦେଇ ପାରିବେ ଅତିଥି…

ବିବାହ ଉପରେ ପୁଣିଥରେ ଆସିଲା କରୋନାର ସଙ୍କଟ ! ସମାରୋହରେ କେବଳ ଅଳ୍ପ ସଂଖ୍ୟାରେ ଯୋଗ ଦେଇ ପାରିବେ ଅତିଥି…

କ୍ରମାଗତ ଭାବରେ ଚାରିଦିନ ଧରି କରୋନାର ମାମଲା ଏକ ଲକ୍ଷ ଉପରକୁ ଆସୁଅଛି । ଯେଉଁଥିପାଇଁ ଅନେକ କଟକଣା ଲାଗୁ କରାଯାଉଛି ଏବଂ ଦେଶର ଅଧିକାଂଶ ସହରରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ତେବେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯିବା ପରେ ମଧ୍ୟ କରୋନାର ମାମଲା କମିବାକୁ ଲାଗୁନାହିଁ । ଯେଉଁଥିପାଇଁ ମହାରାଷ୍ଟ୍ର ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ଲକଡାଉନ୍ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହିଭଳି ଭାବରେ ଅନେକ ରାଜ୍ୟ ସରକାର ମଧ୍ୟ ଅତ୍ୟନ୍ତ କଠୋର ନିୟମ ପ୍ରସ୍ତୁତ କରିଦେଇଛନ୍ତି । ଏହି ନିୟମ ଗୁଡିକର ସବୁଠାରୁ ଅଧିକ ପ୍ରଭାବ ବିବାହ ସମାରୋହ ଉପରେ ପଡୁଅଛି ।

ବାସ୍ତବରେ ଅନେକ ରାଜ୍ୟରେ ବିବାହ ସମାରୋହରେ ଅନ୍ତର୍ଭୁକ୍ତ ହେଉଥିବା ଅତିଥି ମାନଙ୍କର ସଂଖ୍ୟାକୁ ସୀମିତ କରାଯାଇଛି । ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଅତିଥି ମାନଙ୍କୁ ବିବାହ ନିମନ୍ତ୍ରଣ କରିବା ଉପରେ ଭାରି ଜୋରିମାନା ଦେବାକୁ ପଡୁଅଛି । ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟ ସରକାର ବିବାହ ସମାରୋହକୁ ଆସୁଥିବା ଅତିଥି ମାନଙ୍କର ସଂଖ୍ୟା କେତେ ରଖିଛନ୍ତି ।

ଦିଲ୍ଲୀ:-

ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବିବାହ ସମାରୋହରେ ଅନ୍ତର୍ଭୁକ୍ତ ହେଉଥିବା ଅତିଥି ମାନଙ୍କର ସଂଖ୍ୟା ୫୦ କରିଦେଇଛନ୍ତି । ଏହାପୂର୍ବରୁ ଏହି ସଂଖ୍ୟା ୧୦୦ ଥିଲା । ସମାରୋହରେ ଅତିବେଶୀରେ ୨୦୦ ଜଣ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାର ଅନୁମତି ପୂର୍ବରୁ ଦିଆ ଯାଇଥିଲା । କିନ୍ତୁ ମାର୍ଚ୍ଚ ମାସରେ କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ପ୍ରଥମେ ୧୦୦ ତା’ପରେ ୫୦ କରି ଦିଆଯାଇଛି । ଯେତେବେଳେ କି ସମସ୍ତ ପ୍ରକାରର ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ୍, ସାଂସ୍କୃତିକ ଏବଂ ଧାର୍ମିକ ସଭା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଦିଲ୍ଲୀରେ ଏହି ଆଦେଶ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ।

ଉତ୍ତରପ୍ରଦେଶ:-

ଉତ୍ତରପ୍ରଦେଶ ସରକାର ମଧ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା କମ୍ କରିଦେଇଛନ୍ତି । ସରକାରଙ୍କ ଆଦେଶ ଅନୁଯାୟୀ ସାର୍ବଜନୀକ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ଖୋଲା ସ୍ଥାନରେ ୨୦୦ରୁ ଅଧିକ ଏବଂ ବନ୍ଦ ସ୍ଥାନରେ ୧୦୦ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ଏହାବ୍ୟତୀତ ଧାର୍ମିକସ୍ଥଳରେ ଏକାସହିତ କେବଳ ୫ ଜଣ ଲୋକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯାଇଛି ।

ବିହାର:-

ବିହାରରେ ମଧ୍ୟ କରୋନା ଯୋଗୁଁ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି କେବଳ ଆବଶ୍ୟକୀୟ ସେବା ଯେପରିକି ପୋଲିସ୍, ସ୍ୱାସ୍ଥ୍ୟ, ଆପାତକାଳୀନ ପ୍ରବନ୍ଧନ, ଫାୟାର ବ୍ରିଗେଡ଼, ଦୂର ସଞ୍ଚାର, ଡାକ ବିଭାଗ ଏବଂ ବ୍ୟାଙ୍କ ଆଦି ଖୋଲା ରହିବ । ସାର୍ବଜନୀକ ଏବଂ ସରକାରୀ ସ୍ଥଳରେ ଆୟୋଜନ ଉପରେ ପ୍ରତିବନ୍ଧକ ରହିବ । ଅନ୍ତିମ ସଂସ୍କାର ପାଇଁ ୫୦ ଏବଂ ଶ୍ରାଦ୍ଧ ଓ ବିବାହ ପାଇଁ ୨୦୦ ଲୋକ ପର୍ଯ୍ୟନ୍ତ ସୀମିତ ରହିବ ।

ମହାରାଷ୍ଟ୍ର:-

ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୩୫୯୫୨ ନୂତନ କରୋନା ମାମଲା ଆସିଅଛି । କରୋନାର ଏହି ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୋଲ୍, ମାର୍କେଟ ଏବଂ ସିନେମା ହଲରେ ୫୦ ପ୍ରତିଶତ ଲୋକଙ୍କର ଆସିବା ଉପରେ କଟକଣା ରଖିଛନ୍ତି । ଏଥିସହିତ ବିବାହ ସମାରୋହରେ କେବଳ ୫୦ ଜଣ ଲୋକ ଅନ୍ତର୍ଭୁକ୍ତ ହୋଇପାରିବେ । ତେବେ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଲଗାଇବାର ସଙ୍କେତ ସରକାର ଦେଇଛନ୍ତି ଏବଂ ଏହାକୁ ନେଇ ଆଜି ବୈଠକ ମଧ୍ୟ ରହିଥିଲା ।

ରାଜସ୍ଥାନ:-

ରାଜସ୍ଥାନରେ ବିବାହ ସମାରୋହକୁ ଆସୁଥିବା ଲୋକଙ୍କ ସଂଖ୍ୟା ୨୦୦ ରଖାଯାଇଛି । ଏଥିସହିତ ଯଦି କରୋନା ମାମଲା କମ୍ ହେବ ନାହିଁ ତେବେ ଏହି ସଂଖ୍ୟାକୁ ଆହୁରି କମ୍ କରିଦିଆଯିବ । ଏହାବ୍ୟତୀତ ରାଜ୍ୟର ୮ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ରାଜସ୍ଥାନ ବିବାହରେ ୨୦୦ ଜଣ ଲୋକ ଏବଂ ଅନ୍ତିମ ସଂସ୍କାରରେ ୨୦ ଜଣ ଲୋକ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇପାରିବେ ।

ଓଡିଶା:-

ଓଡ଼ିଶାରେ ଏବଂ ବିବାହରେ ଅନ୍ତର୍ଭୁକ୍ତ ହେଉଥିବା ଅତିଥି ମାନଙ୍କ ସଂଖ୍ୟା ୨୦୦ ରହିଛି । ଯେତେବେଳେ କି ଅନ୍ତିମ ସଂସ୍କାରରେ ୫୦ ଜଣ ଲୋକ ଅନ୍ତର୍ଭୁକ୍ତ ହୋଇପାରିବେ । ଏହାପୂର୍ବରୁ ରାଜ୍ୟ ସରକାର ବିବାହରେ ଅନ୍ତର୍ଭୁକ୍ତ ହେଉଥିବା ଲୋକଙ୍କ ସଂଖ୍ୟା ୫୦୦ ରଖିଥିଲେ । କିନ୍ତୁ କରୋନା ମାମଲାରେ ଆସିଥିବା ବୃଦ୍ଧି ଯୋଗୁଁ ଓଡ଼ିଶା ସରକାର ଏହି ସୀମାକୁ ୫୦୦ ପରିବର୍ତ୍ତେ ୨୦୦ କରି ଦେଇଛନ୍ତି ।

ଛତିଶଗଡ଼:-

ଛତିଶଗଡ଼ ରାଜ୍ୟ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଅଛି । ଯେଉଁଥିପାଇଁ ଏହି ରାଜ୍ୟରେ ବୈବାହିକ, ଅନ୍ତିମ ସଂସ୍କାର, ଦଶଗାତ୍ର ଭଳି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଉଥିବା ଲୋକଙ୍କ ସଂଖ୍ୟା ୧୦ କରି ଦିଆଯାଇଛି । କେବଳ ଏତିକି ନୁହେଁ ଏହି କାର୍ଯ୍ୟକ୍ରମ ଗୁଡିକରେ ଅନ୍ତର୍ଭୁକ୍ତ ହେବା ପାଇଁ ଲୋକମାନଙ୍କୁ Edistrict.cgstate.gov.inରେ ଆବେଦନ କରିବାକୁ ପଡିବ । ବିବାହ ପାଇଁ ଆବେଦନ କରିବା ସହିତ ବିବାହର କାର୍ଡ କିମ୍ବା ତା’ର ସବିଶେଷ ତଥ୍ୟ ସହ ବର ବଧୂ ଏବଂ ତାଙ୍କ ପିତା ମାତାଙ୍କର ଆଧାର କାର୍ଡ ମଧ୍ୟ ଦେଖାଇବାକୁ ପଡିବ । ବିବାହର କାର୍ଯ୍ୟକ୍ରମକୁ ବର କିମ୍ବା ବଧୂଙ୍କ ଘରେ ମଧ୍ୟ ଆୟୋଜନ କରା ଯାଇପାରେ ଏବଂ ଉଭୟ ପକ୍ଷରୁ କେବଳ ୧୦ ଜଣ ଲୋକ ଉପସ୍ଥିତ ରହିପାରିବେ ।

Leave a Reply

Your email address will not be published. Required fields are marked *