ଟିକ୍-ଟକ୍ ଭାରତରେ ବ୍ୟାନ୍ ହେବା ପରେ ଏହି ସ୍ୱଦେଶୀ ଆପ୍ (App)ର ଲଟେରୀ ଲାଗିଯାଇଛି ! ମାତ୍ର ୭୨ ଘଣ୍ଟାରେ ୫ ଲକ୍ଷ ଲୋକ କରିଛନ୍ତି ଡାଉନଲୋଡ୍ !

ଟିକ୍-ଟକ୍ ଭାରତରେ ବ୍ୟାନ୍ ହେବା ପରେ ଏହି ସ୍ୱଦେଶୀ ଆପ୍ (App)ର ଲଟେରୀ ଲାଗିଯାଇଛି ! ମାତ୍ର ୭୨ ଘଣ୍ଟାରେ ୫ ଲକ୍ଷ ଲୋକ କରିଛନ୍ତି ଡାଉନଲୋଡ୍ !

ଗଲୱାନ ଘାଟିରେ ୨୦ ଜଣ ଯବାନଙ୍କ ସହିଦର ପ୍ରତିଶୋଧ ନେବା ସହିତ ଭାରତ ସରକାର ଚୀନକୁ ଡ଼ିଜିଟାଲ କ୍ଷେତ୍ରରେ ବହୁତ ବଡ଼ ଝଟକା ଦେଇଛି । ଯେଉଁଥି କାରଣରୁ ପଡ଼ୋଶୀ ଦେଶ ଚୀନ ବହୁତ ଚିନ୍ତିତ ହୋଇଯାଇଛି । ବିଗତ ଦିନ ରାତିରେ ଭାରତ ସରକାର ଚାଇନା ଉପରେ ଡ଼ିଜିଟାଲ ଷ୍ଟ୍ରାଇକ୍ କରିବା ସହ ଟିକ୍-ଟକ୍ ସମେତ ୫୯ଟି ଆପ୍ (App)କୁ ରଦ୍ଦ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ, ଯେଉଁଥି କାରଣ ସମଗ୍ର ଭାରତରେ ଖୁସିର ଲହରୀ ଖେଳି ଯାଇଛି । ଏହି ମଧ୍ୟରେ ଟିକ୍-ଟକ୍ ରଦ୍ଦ ହେବା ସହିତ ଏକ ସ୍ୱଦେଶୀ କମ୍ପାନୀର ଭାଗ୍ୟ ଚମକି ଯାଇଛି । ଆଜ୍ଞା ହଁ, ଆମେ କଥା ହେଉଛେ ଆପ୍ “ଚିଙ୍ଗାରୀ” ବିଷୟରେ, ଯାହାର ଡାଉନଲୋଡ୍ ଅଚାନକ ବଢିଗଲା ।

google

ଗଲୱାନରେ ଚୀନ ପକ୍ଷରୁ ଯେଉଁ ବିଶ୍ୱାସଘାତ କରାଯାଇଥିଲା, ଏଥିପାଇଁ ଭାରତ କୂଟନୀତିକ ପ୍ରକ୍ରିୟାରେ ତାକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଦେଇ ଚାଲୁଛି । ଯେଉଁଥିରୁ ସବୁଠାରୁ ବଡ଼ ଝଟକା ହେଉଛି ଚାଇନିଜ ଆପ୍ (App)କୁ ବନ୍ଦ କରିବା । ବାସ୍ତବରେ, ଚାଇନିଜ ଆପ୍ ବନ୍ଦ ହେବା ପରେ ଚୀନକୁ ବହୁତ ଆର୍ଥିକ କ୍ଷତି ହେବ, ଯାହାକି ସ୍ପଷ୍ଟ ଭାବେ ତାଙ୍କ ଚେହେରାରୁ ନଜର ଆସୁଛି । ଆପଣଙ୍କୁ କହି ରଖୁଛୁ ଯେ, ଯେପରି ବିଗତ ରାତିରେ ଭାରତ ସରକାରଙ୍କ ପକ୍ଷରୁ ଚାଇନିଜ ଆପ୍ ବନ୍ଦ କରିବାକୁ ବଡ଼ ଫଇସଲା ନିଆଯାଇଛି, ଯାହାଫଳରେ ଦେଶବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।

ସ୍ୱଦେଶୀ ଆପ୍ “ଚିଙ୍ଗାରୀ”ର ଭାଗ୍ୟ ଚମକି ଉଠିଲା :

ଚୀନ ଆପ୍ ଟିକ୍-ଟକ୍ ରଦ୍ଦ ହେବା ସହିତ ସ୍ୱଦେଶୀ ଆପ୍ ଚିଙ୍ଗାରୀର ଲୋକପ୍ରିୟତା ବୃଦ୍ଧି ପାଇଛି, ଯାହାକୁ ବଡ ବଡ଼ ଲୋକମାନେ ବ୍ୟବହାର କରୁଛନ୍ତି । ମିଳିଥିନା ସୂଚନା ଅନୁସାରେ, ବିଗତ ୭୨ ଘଣ୍ଟା ମଧ୍ୟରେ ଏହି ଆପ୍ (App)କୁ ପାଖାପାଖି ୫ ଲକ୍ଷ ଲୋକ ଡାଉନଲୋଡ୍ କରିଛନ୍ତି । କେବଳ ଏତିକି ନୁହଁ, ସବୁଠାରୁ ମଜାର କଥା ଏହି କି ଯେ, ଆନନ୍ଦ ମହିନ୍ଦ୍ରା ଏବଂ କେନ୍ଦ୍ର ସରକାରଙ୍କ ପ୍ରିନ୍ସିପାଲ ଇକୋନୋମିକ ଆଡ଼ଭାଇଜର (PEA) ସଞ୍ଜୀବ ସାନ୍ୟାଲଙ୍କ ପରି ବଡ଼ ବଡ଼ ହସ୍ତୀମାନେ ଏହାକୁ ଡାଉନଲୋଡ୍ କରିବା ନିମନ୍ତେ ଲୋକମାନଙ୍କୁ ପ୍ରେରିତ କରୁଛନ୍ତି ।

ଆପଣଙ୍କ ଜ୍ଞାତସାର ନିମନ୍ତେ କହି ରଖୁଛୁ ଯେ, ଯେତେବେଳେ ବଏକଟ୍ ଚାଇନା ଅଭିଯାନ ଜୋର ଧରିଥିଲା, ସେତେବେଳେ ସ୍ୱଦେଶୀ ଆପ୍ “Mitron” ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା । ସବୁ ମିଶାଇ କହିବାକୁ ଗଲେ, ବର୍ତ୍ତମାନ ଯେତେବେଳେ ଚାଇନିଜ ଆପ୍ ରଦ୍ଦ ହେଲା ସେତେବେଳେ ମୁଖ୍ୟ କଥା ଏହି କି ଯେ ସ୍ୱଦେଶୀ ଆପ୍ ଗୁଡିକୁ ଫାଇଦା ମିଳିବ ଏବଂ ଲୋକମାନେ ଏହାକୁ ବ୍ୟବହାର ମଧ୍ୟ କରିବେ । କହି ରଖୁଛୁ ଯେ, “ଚିଙ୍ଗାରୀ” ଆପ୍ ମଧ୍ୟ ଟିକ୍-ଟକ୍ ପରି ହିଁ ଅଟେ, କିନ୍ତୁ ଏହାର ବିଷୟ ବସ୍ତୁ ସମ୍ପୂର୍ଣ୍ଣ ଭାବେ ଅଲଗା ଅଟେ, ଯାହାକୁ ଆପଣ ବ୍ୟବହାର କରିପାରିବେ ଏବଂ ସବୁଠାରୁ ବଡ କଥା ଅଟେ ଯେ, ଏହା ହେଉଛି ଏକ ସ୍ୱଦେଶୀ ଆପ୍ ।

ଭାରତର ନିଜସ୍ଵ ଟିକ୍-ଟକ୍ ଚିଙ୍ଗାରୀ ଅଟେ :

ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରିବା ସହ ଲେଖିଛନ୍ତି, ‘ମୁଁ ଟିକ୍-ଟକ୍ କେବେ ମଧ୍ୟ ଡାଉନଲୋଡ୍ କରି ନାହିଁ, କିନ୍ତୁ ବର୍ତ୍ତମାନ ମୁଁ ଚିଙ୍ଗାରୀ ଡାଉନଲୋଡ୍ କରିଛି, ଯାହାକୁ ଆପଣମାନେ ମଧ୍ୟ ଡାଉନଲୋଡ୍ କରିପାରିବେ ଏବଂ ଏହା ଭାରତର ନିଜସ୍ୱ ଟିକ୍-ଟକ୍ ଅଟେ । ଗୁରୁତ୍ୱପୂର୍ଣ୍ଣ କଥା ଏହି କି ଯେ, ଭାରତରେ ଟିକ୍-ଟକ୍ ବହୁ ମାତ୍ରାରେ ବ୍ୟବହାର କରାଯାଉଥିଲା, ଯେଉଁଥିପାଇଁ ଲୋକମାନଙ୍କୁ ବର୍ତ୍ତମାନ ଅନ୍ୟ ଏକ ପ୍ଲାଟଫର୍ମର ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଚିଙ୍ଗାରୀ ଏକ ଭଲ ବିକଳ୍ପ ଅଟେ ।

ଏହା ବ୍ୟତୀତ, ପିଇଏ ସଞ୍ଜୀବ ସାନ୍ୟାଲ ମଧ୍ୟ “ଚିଙ୍ଗାରୀ”ର ପ୍ରଶଂସା କରିବା ସହିତ ଟ୍ୱିଟ କରି ଲେଖିଛନ୍ତି ଯେ, ସେ କେବେ ମଧ୍ୟ ଟିକ୍-ଟକ୍ ସହିତ ଯୋଡି ହୋଇ ନାହାନ୍ତି କିନ୍ତୁ ଚିଙ୍ଗାରୀକୁ ଡାଉନଲୋଡ୍ କରିଛନ୍ତି ଏବଂ ଏହା ଆମର ଏକ ମଜାଦାର ପ୍ଲାଟଫର୍ମ ଅଟେ । ଆପଣଙ୍କୁ କହିରଖୁଛୁ ଯେ, ଅଧିକାଂଶ ବଡ଼ ବଡ଼ ବ୍ୟକ୍ତିମାନେ ବର୍ତ୍ତମାନ ଚିଙ୍ଗାରୀ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଉଛନ୍ତି ।

ଚିଙ୍ଗାରୀ ଆପ୍ (App)ର ବିଶେଷତ୍ୱ କଣ ଅଛି :

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ଆପ୍ (App)ର ଶୁଭାରମ୍ଭ ବେଙ୍ଗୁଳୁରୁ ଠାରେ ସୁମିତ ଘୋଷ ଏବଂ ବିଶ୍ଵାତ୍ମା ନାୟକଙ୍କ ଦ୍ୱାରା ସ୍ଥାପିତ ଏକ ଷ୍ଟାର୍ଟଅପ୍ କରିଛି, ଯାହାକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୫ ଲକ୍ଷ ଥର ଡାଉନଲୋଡ କରାଯାଇଛି । ସବୁଠାରୁ ମଜାର କଥା ଏହିକି ଯେ, ଏହା ହିନ୍ଦୀ ଓ ଇଂରାଜୀ ସମେତ ଅନ୍ୟ ୯ ଗୋଟି ଭାଷାରେ ମଧ୍ୟ ସୁବିଧା ପ୍ରଦାନ କରୁଛି । କୁହାଯାଉଛି କି ବର୍ତ୍ତମାନ ଉଭୟ ଉଦ୍ୟୋଗୀ ଏହାକୁ ଏକ ସୁପର ଆପ୍ Bharatରେ ପରିଣତ କରିବାକୁ ପ୍ରସ୍ତୁତ କରୁଛନ୍ତି, ଯାହାର ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ଲେଖାଯାଇ ସାରିଛି । ମନେ ପକାଇ ଦେଉଛୁ ଯେ, ଏହି ଆପ୍ ୨୦୧୮ ମସିହାରୁ ପ୍ଲେ-ଷ୍ଟୋରରେ ଉପଲବ୍ଧି ରହିଛି କିନ୍ତୁ ବର୍ତ୍ତମାନ ଏହାକୁ ଅଧିକ ମାନ୍ୟତା ମିଳିବ ଏବଂ ଏଥିଦ୍ୱାରା ଆତ୍ମନିର୍ଭରଶୀଳ ଭାରତ ମିଶନକୁ ମଧ୍ୟ ଫାଇଦା ମିଳିବ ।

Leave a Reply

Your email address will not be published. Required fields are marked *