ବିବାହ ପରେ ଏହି ୭ଜଣ ଟିଭି ଅଭିନେତ୍ରୀ ଅଭିନୟକୁ କହିଥିଲେ- ‘ଗୁଡବାୟ’, ଏବଂ ହୋଇଯାଇଛନ୍ତି ଗୃହିଣୀ

ବିବାହ ପରେ ଏହି ୭ଜଣ ଟିଭି ଅଭିନେତ୍ରୀ ଅଭିନୟକୁ କହିଥିଲେ- ‘ଗୁଡବାୟ’, ଏବଂ ହୋଇଯାଇଛନ୍ତି ଗୃହିଣୀ

ବିବାହ ପରେ ନା କେବଳ ସାଧାରଣ ଝିଅଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ, ବରଂ ଅଭିନେତ୍ରୀମାନଙ୍କ ଜୀବନରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଏପରି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିବାହ ପରେ ନିଜ କ୍ୟାରିଅରକୁ ତ୍ୟାଗ କରିଛନ୍ତି ଏବଂ ଏବେ ଗୃହିଣୀ ଭଳି ନିଜର ଜୀବନ ବିତାଉଛନ୍ତି । ଏହି ବିଷୟରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ବିବାହ ପରେ ନିଜ କ୍ୟାରିଅରକୁ ତ୍ୟାଗ କରିଛନ୍ତି ଏବଂ ଗୃହିଣୀ ଭାବରେ ଜୀବନ ବିତାଇଛନ୍ତି ।

୧. ପାରୂଲ ଚୌହାନ

Google

ସିରିଏଲ ‘ବିଦାୟୀ’ରୁ ଘରେ ଘରେ ପ୍ରସିଦ୍ଧ ହୋଇଥିବା ପାରୂଲ ଚୌହାନ ୨୦୧୮ରେ ଚିରାଗ ଠକ୍କରଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଟିଭି ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ । ଶେଷଥର ପାଇଁ ସେ ସିରିଏଲ୍ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ସୁବର୍ଣ୍ଣା ଗୋୟନକା ଭୂମିକାରେ ଦେଖାଯାଇଥିଲେ । ପାରୂଲ ନିଜ କ୍ୟାରିଅରରେ ଅନେକ ଧାରାବାହିକରେ କାମ କରିଛନ୍ତି ।

୨. ଏକତା କୌଲ

Google

ସିରିଏଲ ‘ମେରେ ଅଙ୍ଗନେ ମେ’ରୁ ଘରେ ଘରେ ପରିଚିତ ହୋଇଥିବା ଏକତା କୌଲ ୨୦୧୮ରେ ଅଭିନେତା ସୁମିତ ବ୍ୟାସଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ହିଁ ସେ ସିରିଏଲକୁ ଏବଂ ଟିଭି ଜଗତକୁ ବିଦାୟ ଦେଇଥିଲେ । କୁହାଯାଉଛି ଯେ, ସେ ଏବେ ନିଜ ପରିବାର ସହିତ ଜୀବନ ବିତାଉଛନ୍ତି ।

୩. ମୋହିନା କୁମାରୀ ସିଂହ

Google

ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ କୀର୍ତ୍ତି ଭୂମିକାରେ ଘରେ ଘରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ମୋହିନା କୁମାରୀ ସିଂହ ୨୦୧୯ରେ ବିବାହ କରିଥିଲେ । ବିବାହ ପରେ ନା କେବଳ ସେ ସେହି ସିରିଏଲକୁ ବିଦାୟ ଦେଇଥିଲେ ବରଂ ଅଭିନୟ ଦୁନିଆକୁ ମଧ୍ୟ ବିଦାୟ ଦେଇଥିଲେ । ସେ ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ସତପାଳ ସିଂହଙ୍କ ଝିଅ ସୁୟଶ ରାୱତଙ୍କୁ ବିବାହ କରିଛନ୍ତି ।

୪. ନେହା ମର୍ଦା

Google

ଟିଭି ଅଭିନେତ୍ରୀ ନେହା ମର୍ଦା ଅଭିନୟ ଦୁନିଆରେ ନିଜର ପରିଚୟ ‘ଡୋଲୀ ଅରମାନୋ କୀ’ରେ ଉର୍ମୀ ଭୂମିକା ଦ୍ଵାରା ସୃଷ୍ଟି କରିଥିଲେ । ଏହି ଅଭିନୟରେ ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ ଏବଂ ତାଙ୍କର ଫ୍ୟାନ୍ ଫୋଲଇଂ ମଧ୍ୟ ବଢ଼ିଥିଲା । କିନ୍ତୁ ବିବାହ ପରେ ସେ ନିଜ କ୍ୟାରିଅରକୁ ବିଦାୟ ଦେଇଥିଲେ । ନେହା ମର୍ଦା ଅଭିନୟକୁ ଛାଡ଼ି ଜଣେ ବିଜନେସ୍ ମ୍ୟାନଙ୍କୁ ବିବାହ କରିଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସିରିଏଲ୍ ଠାରୁ ଦୂରରେ ରହିଥିଲେ । ହୁଏତ ଏସବୁ ମଧ୍ୟରେ ସେ ଦୁଇ ତିନୋଟି ଛୋଟ ଭୂମିକାରେ କାମ କରିଥିଲେ କିନ୍ତୁ ଏହାର ଅଧିକ ପ୍ରଭାବ ପଡ଼ିଲା ନାହିଁ ।

୫. ଲବଲୀନ କୌର ସାସନ

Google

ସିରିଏଲ ‘ସାଥ ନିଭାନା ସାଥିୟା’ରେ ପରିଧୀ ମୋଦୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଲବଲୀନ କୌର ସାସନ ଖୁବ୍ କମ୍ ବୟସରେ ହିଁ ଅଭିନୟ ଦୁନିଆକୁ ବିଦାୟ ଦେଇଥିଲେ । ପ୍ରକୃତରେ ଲବଲୀନ କୌର ସାସନ କେବଳ ୨୯ବର୍ଷ ବୟସରେ ମାଁ ମଧ୍ୟ ହୋଇସାରିଛନ୍ତି, ଏବଂ ଏମିତିରେ ତାଙ୍କର ପୁରା ଧ୍ୟାନ ପିଲାଙ୍କ ପ୍ରତିପୋଷଣ ଏବଂ ପରିବାର ଉପରେ ରହିଛି ।

୬. ରୂଚା ହସବ୍ରିସ

Google

ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀଙ୍କ ଲିଷ୍ଟରେ ରୂଚା ହସବ୍ରିସଙ୍କୁ ପ୍ରକୃତ ପରିଚୟ ‘ସାଥ ନିଭାନା ସଥିୟା’ରୁ ହିଁ ମିଳିଥିଲା । ଏହି ସିରିଏଲରେ ସେ ରାଶି ମୋଦୀ ଭୂମିକାରେ କାମ କରିଥିଲେ । ଯେଉଁଥିରେ ଦର୍ଶକମାନେ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ । କେବଳ ଏତିକି ନୁହେଁ, ଏବେବି ଲୋକମାନେ ତାଙ୍କୁ ରାଶି ମୋଦୀ ନାମରେ ହିଁ ଜାଣନ୍ତି । ରୂଚା ୨୦୧୫ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ଅଭିନୟ ଦୁନିଆକୁ ବିଦାୟ ଦେଇଥିଲେ । ଏବେ ସେ ଗୋଟିଏ ଛୁଆର ମାଁ ମଧ୍ୟ ।

୭. ମିହିକା ବର୍ମା

Google

ସିରିଏଲ ‘ୟେ ହେ ମୋହବ୍ବତେ’ରେ ଇଶିତା ଭଲ୍ଲାଙ୍କ ସାନ ଭଉଣୀ ଭୂମିକାରେ କାମ କରିଥିବା ମିହିକା ବର୍ମା ମଧ୍ୟ ଅଭିନୟ ଦୁନିଆକୁ ବିଦାୟ ଦେଇଛନ୍ତି । ସେ ଏବେ ନିଜ ସ୍ଵାମୀ ଏବଂ ପିଲାଙ୍କ ସହିତ ଆମେରିକାରେ ରହନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସେ ଏବେ ଏମବୀଏ ପଢ଼ୁଛନ୍ତି ।

Leave a Reply

Your email address will not be published. Required fields are marked *