ବିବାହ ପରେ ନବ ବିବାହିତା ବୋହୂକୁ ଶଶୁର ଦେଲେ ଏପରି ଉପହାର, ଯାହାକୁ ଦେଖିବା ମାତ୍ରେ ବୋହୂ କାନ୍ଦି ପକାଇଲେ…

ବିବାହ ପରେ ନବ ବିବାହିତା ବୋହୂକୁ ଶଶୁର ଦେଲେ ଏପରି ଉପହାର, ଯାହାକୁ ଦେଖିବା ମାତ୍ରେ ବୋହୂ କାନ୍ଦି ପକାଇଲେ…

ବିବାହ ମନୁଷ୍ୟ ଜୀବନର ଏକ ଅଂଶ ବିଶେଷ ! ଏହା କେବଳ ଦୁଇଟି ଜୀବନର ପରିବର୍ତ୍ତନ ନୁହେଁ ବରଂ ଏହା ଦୁଇଟି ପରିବାରର ମଧ୍ୟ ପରିବର୍ତ୍ତନ ଅଟେ । ପ୍ରତ୍ୟେକ ଝିଅଙ୍କ ଇଚ୍ଛା ରଖିଥାଏ ଯେ, ତାଙ୍କୁ ତାଙ୍କ ଶାଶୁ ଘରେ ସେତିକି ଭଲପାଇବା ଓ ସମ୍ମାନ ମିଳୁ, ଯାହା ସେମାନଙ୍କୁ ନିଜ ଘରେ ମିଳୁଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖର କଥା ସମସ୍ତ ଝିଅଙ୍କ ଭାଗ୍ୟରେ ଏପରି ହୋଇନଥାଏ । କେବଳ ହାତ ଗଣତିରେ ହିଁ କେତେକ ଝିଅଙ୍କ ଭାଗ୍ୟରେ ଏପରି ସୌଭାଗ୍ୟ ଜୁଟିଥାଏ । ତେବେ ଆସନ୍ତୁ ଏହିପରି ଏକ କଥା ବିଷୟରେ ଆଜିର ଏହି ଅନୁଛେଦରେ ଆଲୋଚନା କରିବା, ଯେଉଁଠାରେ ଏକ ପିତାମାତା ନିଜ ଝିଅକୁ ବିଦାୟ କରିବା ମାତ୍ରେ ଝିଅର ଶାଶୁ ଘର ଲୋକମାନେ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ସମ୍ୟକ ସୂଚନା ମାଧ୍ୟମରେ ଆପଣଙ୍କୁ ଜଣାଇ ଦେଉଛୁ, ଯାହା ଗୋଟିଏ ଘଟଣା ପରେ ସାମ୍ନାକୁ ଆସିଛି ଏବଂ ଲୋକମାନେ ଏଭଳି ପରିବାରକୁ ପ୍ରଶଂସା ଓ ସମ୍ମାନ କରିବାକୁ ଆଦୌ ପଛଘୁଞ୍ଚା ଦେଉନାହାନ୍ତି ।

ବାସ୍ତବରେ ଏହି ସମ୍ପୂର୍ଣ୍ଣ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି, ଯେଉଁଠାରେ ଅର୍ପଣ କୁମାର ନାମକ ଜଣେ ବ୍ୟକ୍ତି ନିଜର ଇଞ୍ଜିନିୟର ପୁଅ ଆଦର୍ଶ ରାଜଙ୍କର ବିବାହ ଜଣେ କୃଷକଙ୍କ ଝିଅ, ଯାହାଙ୍କର ନାମ ଅଞ୍ଜଳି ଦ୍ୱିବେଦୀଙ୍କ ସହ କରାଇଥିଲେ । ବିବାହ ଅତ୍ୟନ୍ତ ଧୂମଧାମ ସହ ଶେଷ ହୋଇଥିଲା । ସେହି ସମୟରେ ଏଭଳି କିଛି ହୋଇଥିଲା, ଯେଉଁଥିପାଇଁ କନ୍ୟାର ଆଖି ଓଦା ହୋଇ ଯାଇଥିଲା । ଯେତେବେଳେ ଏସବୁ ହୋଇଗଲା, ତାପରେ ଝିଅର ବିଦାୟ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ କରାଯାଇଥିଲା ।

କହିରଖୁଛୁ ଯେ, ବିଦାୟ ପରେ ଯେତେବେଳେ ଝିଅକୁ ଗୋଟିଏ ନୂତନ କାରରେ ବସା ଯାଇଥିଲା, ସେତେବେଳେ ତାଙ୍କ ଶଶୁର ତାଙ୍କ ହାତରେ ଏକ ନୂତନ କାରର ଗାଡି ଚାବି ଆଣି ଦେଇଥିଲେ । ଚାବି ଦେଖିବା ମାତ୍ରେ ବୋହୂ କିଛି ବୁଝି ପାରିନଥିଲେ ଏବଂ ଝିଅ ପଚାରିଥିଲେ ଯେ ତାଙ୍କୁ ଏହି କାରର ଚାବି କାହିଁକି ଦିଆଯାଉଛି । ତାପରେ ସମସ୍ତେ ତାକୁ କହିଥିଲେ ଯେ, ଶଶୁର ଏହି ନୂତନ କାର ତାଙ୍କୁ ଉପହାର ସ୍ୱରୂପ ଦେଉଛନ୍ତି । ଏହି କଥା ବୋହୂ ଅଞ୍ଜଳିଙ୍କୁ ଜଣାପଡିବା ମାତ୍ରେ ସେ ଭାବପ୍ରବଣ ହୋଇ ଯାଇଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ । ଏହି ଉପହାର ପାଇଁ ସେ ଏତେ ଖୁସି ହୋଇ ଯାଇଥିଲେ କି, ସେହି ସମୟରେ ସେ ଭାବି ପାରୁନଥିଲେ କଣ କରିବେ । ତାଙ୍କ ବାପଘର ଲୋକମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ଝିଅଟି ଗୋଟିଏ କୃଷକ ପରିବାରର ହୋଇଥିବାରୁ ଏହି କାରର ମାଳିକାଣୀ ହୋଇ ଅତ୍ୟନ୍ତ ଖୁସି ହୋଇଥିବେ । ତେବେ ଯାହା ବି କୁହନ୍ତୁ ନା କାହିଁକି ଏହିଭଳି ମାମଲା ଖୁବ କମ ଦେଖିବାକୁ ମିଳିଥାଏ ଏବଂ ଏହା ମଧ୍ୟ ହୃଦୟକୁ ଛୁଇଁବା ଭଳି ହୋଇଥାଏ । ଏଭଳି ଲୋକ ଦେଶରେ ଉଦାହରଣ ହୋଇ ଯାଆନ୍ତି କାହିଁକି ନା ଯେଉଁଠାରେ ବୋହୂ ମାନଙ୍କ ଉପରେ ପ୍ରତାରଣା ଏବଂ ଯୌତୁକ ଜନିତ ଏତେ ଘଟଣା ଶୁଣିବାକୁ ମିଳୁଛି, ସେଠାରେ ଏଭଳି ଘଟଣା ହୃଦୟକୁ ଛୁଇଁ ନେଇଥାଏ ।

Leave a Reply

Your email address will not be published. Required fields are marked *