ଇତିହାସ ରଚିଲେ ଶ୍ୱଶୁର : ପୁଅର ମୃତ୍ୟୁ ପରେ ବୋହୂକୁ ଅନ୍ୟତ୍ର ବିବାହ କରି ଦେଲେ ଅନେକ ସମ୍ପତ୍ତି !

ଇତିହାସ ରଚିଲେ ଶ୍ୱଶୁର : ପୁଅର ମୃତ୍ୟୁ ପରେ ବୋହୂକୁ ଅନ୍ୟତ୍ର ବିବାହ କରି ଦେଲେ ଅନେକ ସମ୍ପତ୍ତି !

ଦୁନିଆରେ ଆପଣଙ୍କୁ ଅନେକ ପ୍ରକାରର ମନୁଷ୍ୟ ମିଳି ପାରିବେ । କିଛି ବ୍ୟକ୍ତି ନିଜ ଉତ୍ତମ କାର୍ଯ୍ୟ ହେତୁ ପ୍ରଶଂସାର ପାତ୍ର ହୋଇଥାନ୍ତି ତ ପୁଣି କିଛି ବ୍ୟକ୍ତି ନିଜର ଖରାପ କାର୍ଯ୍ୟ ପାଇଁ ଜଣାଶୁଣା ହୋଇଥାନ୍ତି । ଆପଣ ନିଶ୍ଚିତ ଭାବେ ଏହିପରି ଅନେକ ଖବର ଶୁଣିଥିବେ, ଯେଉଁଥିରେ ଯେତେବେଳେ କୌଣସି ଜଣେ ମହିଳାଙ୍କ ସ୍ୱାମୀ ଏହି ଦୁନିଆ ଛାଡି ଚାଲି ଯାଆନ୍ତି ଏବଂ ଶାଶୁଘର ଲୋକମାନେ ତାଙ୍କୁ ନିର୍ଯାତନା କରିଥାନ୍ତି । ଏହିପରି କି ଜଣେ ବିଧବା ମହିଳାଙ୍କ ପାଇଁ ଘରେ ରହିବା ମଧ୍ୟ କଷ୍ଟସାଧ୍ୟ ହୋଇପଡେ କିନ୍ତୁ ଆଜି ଆମେ ଆପଣଙ୍କୁ ମଧ୍ୟପ୍ରଦେଶ ରାଜ୍ୟର ନରସିଂହପୁର ଜିଲ୍ଲାର ଏକ ପରିବାର ବିଷୟରେ ସୂଚନା ଦେବାକୁ ଯାଉଛୁ । ବର୍ତ୍ତମାନ ଏହି ପରିବାରକୁ ସାରା ରାଜ୍ୟରେ ଭୂରି ଭୂରି ପ୍ରଶଂସା କରାଯାଉଛି । ଆପଣଙ୍କୁ କହିରଖୁଛୁ କି ଝୌଂତେଶ୍ୱର ମବଈ ଗ୍ରାମର ଡେପୁଟି ରେଞ୍ଜର୍ ପଦବୀରୁ ଅବସର ନେଇଥିବା ରବି ଶଙ୍କର ସୋନୀଙ୍କ ପୁଅ ସଞ୍ଜୟ ସୋନୀ ଏକ ମାସ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ଯେଉଁଥି ପାଇଁ ଘରେ ବୋହୂ ଏବଂ ଦୁଇ ଛୁଆଙ୍କ ମୁଣ୍ଡ ଉପରୁ ପିତାଙ୍କ ଆସ୍ଥା ଉଠି ଯାଇଥିଲା । ସଞ୍ଜୟ ସୋନୀଙ୍କ ମୃତ୍ୟୁ ପରେ ସମଗ୍ର ପରିବାରରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା । ସମସ୍ତ ଲୋକ ବହୁତ ଦୁଃଖିତ ହୋଇଥିଲେ । ବିଶେଷକରି ସଞ୍ଜୟ ସୋନୀଙ୍କ ପତ୍ନୀଙ୍କ ଉପରେ ଯାହା ଘଟୁଥିବ ତାହା କୌଣସି ଶବ୍ଦରେ ପ୍ରକାଶ କରିବା ବହୁତ କଷ୍ଟସାଧ୍ୟ ଅଟେ ।

ରବି ଶଙ୍କର ସୋନୀଙ୍କ ପୁଅ ସଞ୍ଜୟ ସୋନୀଙ୍କ ମୃତ୍ୟୁ ପରେ କାନ୍ଦି କାନ୍ଦି ବୋହୂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା । ସ୍ୱାମୀ ଚାଲିଯିବା ପରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ରବି ଶଙ୍କର ସୋନୀ କହିଛନ୍ତି କି ତାଙ୍କ ପୁଅ ସଞ୍ଜୟଙ୍କ ବିବାହ ୨୦୦୮ ମସିହାରେ କରେଲୀ ନିବାସୀ ସରୀତାଙ୍କ ସହିତ ହୋଇଥିଲା । ଯାହାଙ୍କ ଦୁଇଟି ଝିଅ ଅଛନ୍ତି । ଗୋଟିଏ ଝିଅର ବୟସ ୧୧ ବର୍ଷ ଏବଂ ଅନ୍ୟ ଜଣେ ଝିଅର ବୟସ ୯ ବର୍ଷ ଅଟେ । ସେପ୍ଟେମ୍ବର୍ ମାସ ୨୫ ତାରିଖରେ ଏକ ସଡକ ଦୁର୍ଘଟଣାରେ ପୁଅ ସଞ୍ଜୟ ମୃତ୍ୟୁ ବରଣ କରିଥିଲେ । ଏଥି ମଧ୍ୟରେ ରବି ଶଙ୍କର ଏକ ବହୁତ ବଡ଼ ସାହସିକ ପଦକ୍ଷେପ ନେଇଥିଲେ । ଆଜ୍ଞା ହଁ, ରବି ଶଙ୍କର ତାଙ୍କ ବୋହୂଙ୍କ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆପଣଙ୍କୁ କହିରଖୁଛୁ କି ଗୁରୁବାର ଦିନ ପରିବାର ଵର୍ଗ ନିଜ ବୋହୂଙ୍କୁ ନିଜ ଝିଅ ପରି ଘରୁ ବିଦାୟ ଦେଇଥିଲେ ।

ଆପଣଙ୍କୁ କହିରଖୁଛୁ କି ଶ୍ୱଶୁର ରବି ଶଙ୍କର ତାଙ୍କ ବୋହୂଙ୍କ ବାପା ଏବଂ ଭାଇ ମାନଙ୍କୁ ପୁଅ ଖୋଜିବା ନିମନ୍ତେ କହିଥିଲେ ଏବଂ ରବି ଶଙ୍କର ମଧ୍ୟ ନିଜେ ଯାଇ ଦେଖିଲେ କି ବୋହୂ ଯେଉଁ ଘରକୁ ଯିବେ ତାହା ତାଙ୍କ ପାଇଁ ଯୋଗ୍ୟ କି ନୁହେଁ ? ବୋହୂଙ୍କ ପାଇଁ ଅନେକ ସ୍ଥାନରେ ସମ୍ପର୍କ ଦେଖା ଯାଇଥିଲା । ଅନେକ ସ୍ଥାନରେ କଥାବାର୍ତ୍ତା ମଧ୍ୟ କରା ଯାଇଥିଲା, କିନ୍ତୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ କୌଣସି ସ୍ଥାନରେ ସମ୍ପର୍କ ନିଶ୍ଚିତ ହୋଇପାରିଲା ନାହିଁ । ଶେଷରେ ସେ ଜବଲପୁର୍ ନିକଟସ୍ଥ ପିପାରିୟାର ବାସିନ୍ଦା ରାଜେଶ୍ ସୋନୀଙ୍କ ସହିତ ତାଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ରବି ଶଙ୍କର ସୋନୀ ଜୀ କହିଛନ୍ତି କି ତାଙ୍କ ପୁଅର ଯେଉଁ କାର୍ ଥିଲା ତାହା ତାଙ୍କ ବୋହୂଙ୍କ ନାମରେ ନାମିତ କରି ଦିଆ ଯାଇଛି । ଯେତେବେଳେ ତାଙ୍କ ପୁଅ ସଞ୍ଜୟ ସୋନୀଙ୍କର ମୃତ୍ୟୁ ହୋଇଥିଲା ତାହା ପରେ ବୀମା ଠାରୁ ୩ ଲକ୍ଷ ୭୬ ହଜାର ଟଙ୍କା ମିଳିଥିଲା । ସେ ସମସ୍ତ ଟଙ୍କା ବୋହୂଙ୍କ ନାମରେ ଜମା କରା ଯାଇଥିଲା । ଯାହା ମଧ୍ୟ ସୁନା ଅଳଙ୍କାର ଥିଲା ସେ ସବୁ ମଧ୍ୟ ବୋହୂକୁ ଦିଆ ଯାଇଥିଲା । ବୋହୂଙ୍କ ଦୁଇ ଝିଅଙ୍କ ନାମରେ ଏଫ୍-ଡ଼ି(FD) ମଧ୍ୟ କରି ଦିଆଗଲା ।

ଜବଲପୁର ଠାରେ ଟ୍ରାନ୍ସପୋର୍ଟ ଏବଂ ରେଷ୍ଟୁରାଣ୍ଟର ବ୍ୟବସାୟ ରହିଛି । ପ୍ରାୟ ୩ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ରାଜେଶ୍ ସୋନୀଙ୍କର କୌଣସି ସନ୍ତାନ ନାହିଁ, ତାଙ୍କ ପରିବାରରେ ଦୁଇ ଜଣ ଭାଇ ଅଛନ୍ତି ।

Leave a Reply

Your email address will not be published. Required fields are marked *