ଗୁପ୍ତପ୍ରବେଶ ପରେ ଚୀନ କରୁଛି ଆଉ ଏକ ଷଡ଼ଯନ୍ତ୍ର, ସୀମାରେ କରୁଛି ଏପରି ବ୍ୟବହାର!

ଗୁପ୍ତପ୍ରବେଶ ପରେ ଚୀନ କରୁଛି ଆଉ ଏକ ଷଡ଼ଯନ୍ତ୍ର, ସୀମାରେ କରୁଛି ଏପରି ବ୍ୟବହାର!

ଚୀନ୍ ବର୍ତ୍ତମାନ ସୀମାରେ ନିଜ ଦେଶ ସହିତ ଜଡିତ ପ୍ରତୀକ ତିଆରି କରୁଛି । ଚୀନ ‘ଫିଙ୍ଗର ୪’ ଓ ‘ଫିଙ୍ଗର ୫’ ମଧ୍ୟରେ ଏକ ବହୁତ ବଡ଼ ମାଣ୍ଡାରିନ୍ ପ୍ରତୀକ ଓ ଚୀନର ମାନଚିତ୍ର ଅଙ୍କନ କରିଛି । ଏହି ଚିହ୍ନ ଏତେ ବଡ଼ ଯେ, ଏହାକୁ ସେଟାଲାଇଟ୍ ଇମେଜରେ ବହୁତ ଭଲ ଭାବରେ ଦେଖାଯାଇ ପାରିବ । ଏହି ପ୍ରତୀକର ଉଚ୍ଚତା ପାଖପାଖି ୮୧ ମିଟର ଓ ଚଉଡ଼ା ୨୫ ମିଟର ଅଟେ ।

google

ଆପଣଙ୍କୁ ସୁଚାଇ ଦେଉଛୁ ଯେ, ଲାଦାଖର ପେଙ୍ଗଙ୍ଗ ହ୍ରଦର ଯେଉଁ ସ୍ଥାନମାନଙ୍କରେ ବିବାଦ ଚାଲୁଛି, ଚୀନ ସେହି ସ୍ଥାନରେ ଏହି ପ୍ରତୀକ ଓ ମାନଚିତ୍ର ତିଆରି କରିଛି । ଏତିକି ନୁହେଁ ଏହାକୁ ଚଳିତ ସପ୍ତାହରେ ତିବ୍ବତରେ ଉପସ୍ଥିତ ଚୀନ ସେନାର କମାଣ୍ଡର ୱାଙ୍ଗ ହାଇଜିଙ୍ଗର ଏକ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଏହା ଭାରତ ଓ ଚୀନ ସୀମାରେ ଲେଖା ଯାଇଥିବା ‘ଚୀନ’କୁ ଚିତ୍ରିତ କରଯାଉଥିଲା । ଅର୍ଥ ସ୍ପଷ୍ଟ ଯେ, ଚୀନ ବର୍ତ୍ତମାନ ସୀମାରେ ନିଜର ଚିହ୍ନ ପ୍ରସ୍ତୁତ କରି ଚିନ୍ତା ଉତ୍ପନ୍ନ କରୁଛି । କାରଣ ‘ଫିଙ୍ଗର ୪’ ଓ ‘ଫିଙ୍ଗର ୫’କୁ ନେଇ ବର୍ତ୍ତମାନ ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଛି ଏବଂ ଚୀନ ‘ଫିଙ୍ଗର ୪’ ଓ ‘ଫିଙ୍ଗର ୫’କୁ ନିଜର କରିବା ପାଇଁ ଏଠାରେ ଚୀନ ଦେଶ ପ୍ରତୀକ ପ୍ରସ୍ତୁତ କରୁଛନ୍ତି ।

ଫିଙ୍ଗର ୪କୁ ନେଇ ହୋଇଛି ଦୁଇଟି ଦେଶ ମଧ୍ୟରେ ବିବାଦ :

google
google

ବାସ୍ତବରେ ଭାରତର ‘ଫିଙ୍ଗର ୧’ରୁ ‘ଫିଙ୍ଗର ୮’ ପର୍ଯ୍ୟନ୍ତ ନିଜର ଅଧିକାର ରହିଛି । ସେପଟେ ଚୀନ ‘ଫିଙ୍ଗର ୮’ରୁ ‘ଫିଙ୍ଗର ୪’ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରେ । ବର୍ତ୍ତମାନରେ ଫିଙ୍ଗର ୪ ଦୁଇଟି ଦେଶ ମଧ୍ୟର ସୀମା ନିର୍ଦ୍ଧାରଣ ହୋଇଛି ଏବଂ ଏହି ସ୍ଥାନକୁ ନିକଟରେ ଚୀନ ନିଜର ଆକ୍ରମକ ସ୍ଥାନ ଭାବେ ବାଛି ନେଇଥିଲା । ଏହାପରେ ଯବାନମାନଙ୍କ ମଧ୍ୟରେ ମୁହାଁମୁହିଁ ଆରମ୍ଭ ହୋଇଥିଲା । ଫିଙ୍ଗର ୪ ସ୍ଥାନରେ ଅଧିକ ସଂଖ୍ୟାରେ ଚୀନ୍ ସେନା ଉପସ୍ଥିତ ଅଛନ୍ତି ଏବଂ ଏହି ସୈନ୍ୟମାନେ ଭାରତୀୟ ସେନାକୁ ଫିଙ୍ଗର ୮ ପର୍ଯ୍ୟନ୍ତ ପେଟ୍ରୋଲିଂ କରିବାରୁ ଅଟକାଇ ଥାନ୍ତି ।

ଫିଙ୍ଗର ୪ରେ ଜାରି ରହିଛି ଗତିବିଧି :

google

ଚୀନ ପକ୍ଷରୁ ଫିଙ୍ଗର ୪ରେ ଅନେକ ଗୁଡ଼ିଏ ଗତିବିଧି ଚାଲୁଛି ଏବଂ ଚୀନ ନିଜ ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି । ସେପଟେ ଏହି ସଂଘର୍ଷ ଓ ଗତିବିଧି ରୋକିବା ପାଇଁ ମଙ୍ଗଳବାର ଦିନ ଲାଦାଖର ଚୁଶୁଲରେ ଲେଫ୍ଟିନେଣ୍ଟ ଜେନେରାଲ ସ୍ତରରେ ଦୁଇଟି ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହି କଥାବାର୍ତ୍ତା ପାଖାପାଖି ୧୨ ଘଣ୍ଟା ଧରି ଚାଲିଥିଲା ଓ ରାତ୍ରି ୧୧ଟାରେ ସମାପ୍ତ ହୋଇଥିଲା । ଏହି ବୈଠକରେ ଭାରତ ଚୀନରୁ ୨୨ ଜୁନକୁ ହୋଇଥିବା ବୁଝାମଣା ପାଳନ କରିବା ଓ ଏପ୍ରିଲ ୨୦୨୦ର ଯଥା ସ୍ଥିତିକୁ LAC ଉପରେ ଜାରି ରଖିବା ପାଇଁ କହିଥିଲେ ।

ଯଦିଓ ଏହି ବୈଠକ ସଫଳ ହେଲା ଅଥବା ନାହିଁ ବର୍ତ୍ତମାନ ଏହା କହିବା ସମ୍ଭବ ନୁହେଁ । କିନ୍ତୁ ଯେପରି ଚୀନ ବର୍ତ୍ତମାନ ନିଜ ଦେଶର ପ୍ରତୀକକୁ ବିବାଦିତ ସ୍ଥାନରେ ତିଆରି କରାଉଛି ଏଥିରୁ ଏହା ସ୍ପଷ୍ଟ ଯେ, ଚୀନ ବିବାଦକୁ କମ୍ କରିବା ବଦଳରେ ଏହାକୁ ବଢ଼ାଇବା ଉପରେ ଜୋର୍ ଦେଉଛନ୍ତି ।

google

ପୂର୍ବ ଲାଦାଖର ଗଲୱାନ ଘାଟିରେ ଗତ ମାସରେ ୧୫ ଜୁନକୁ ଚୀନ ସୈନିକଙ୍କ ସହିତ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ମୁହାଁମୁହିଁରେ ଭାରତୀୟ ସେନାର ଏକ କର୍ଣ୍ଣାଲ ସମେତ ୨୦ ଜଣ ସୈନିକ ଶହୀଦ ହୋଇଗଲେ । ଏହି ମୁହାଁମୁହିଁ ଚୀନ ପକ୍ଷରୁ ଆରମ୍ଭ ହୋଇଥିଲା ଏବଂ ଏହି ସଂଘର୍ଷରେ ଚୀନର ରଡ଼ ଓ ବିଭିନ୍ନ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଯଦିଓ ଭାରତୀୟ ସୈନିକ ମାନେ ମଧ୍ୟ ଏହି ମୁହାଁମୁହିଁର ଉଚିତ ଉତ୍ତର ଦେଇଛନ୍ତି ଏବଂ ଚୀନ ସୈନିକ ମାନଙ୍କୁ ଗଭୀର ଆଘାତ ଦେଇଛନ୍ତି । ଏହି ହିଂସାତ୍ମକ ମୁହାଁମୁହିଁରେ ଚୀନର ପାଖପାଖି ୪୦ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଚୀନ ଏହି ମୁହାଁମୁହିଁରେ ମୃତ୍ୟୁ ବରଣ କରିଥିବା ନିଜ ସୈନିକ ମାନଙ୍କ ସଂଖ୍ୟା କୁ ଗୋପନୀୟ ରଖିଛନ୍ତି ।

ଏହି ମୁହାଁମୁହିଁ ପରେ ଅନେକ ଥର ଦୁଇଟି ଦେଶର ମଧ୍ୟରେ ଲେଫ୍ଟିନେଣ୍ଟ ଜେନେରାଲ ସ୍ତରରେ କଥାବାର୍ତ୍ତା ହୋଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୀମାରେ ସ୍ଥିତି ପୂର୍ବଭଳି ରହିଛି ।

Leave a Reply

Your email address will not be published. Required fields are marked *