‘ଋଷି କପୂର୍’ ଓ ‘ରାଜୀବ୍ କପୂର୍’ଙ୍କ ନିଧନ ପରେ ‘ରଣଧୀର୍ କପୂର୍’ ନେଲେ ଏକ ବଡ଼ ନିଷ୍ପତ୍ତି ! ବିକ୍ରି କରୁଛନ୍ତି ନିଜ ପୁରାତନ ବାସଭବନ…

‘ଋଷି କପୂର୍’ ଓ ‘ରାଜୀବ୍ କପୂର୍’ଙ୍କ ନିଧନ ପରେ ‘ରଣଧୀର୍ କପୂର୍’ ନେଲେ ଏକ ବଡ଼ ନିଷ୍ପତ୍ତି ! ବିକ୍ରି କରୁଛନ୍ତି ନିଜ ପୁରାତନ ବାସଭବନ…

ରଣଧୀର୍ କପୂର୍ କିଛି ଦିନ ଆଗରୁ ‘କରୋନା ଭାଇରସ୍’ରେ ସଂକ୍ରମିତ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଅନୁଯାୟୀ ‘ରଣଧୀର୍ କପୂର୍’ଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି ।

ସେପଟେ ରଣଧୀରଙ୍କ ସହ ତାଙ୍କର ପାଞ୍ଚ ଜଣ ଷ୍ଟାଫ୍ ମେମ୍ବର୍ ମଧ୍ୟ କରୋନାରେ ପୀଡ଼ିତ ଅଛନ୍ତି, ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏଥି ମଧ୍ୟରେ ରଣଧୀର୍ ଏକ ବଡ଼ ଖୁଲାସା କଲେ । ସେ କହିଥିଲେ ଯେ ନିଜ ଚେମ୍ବୁର୍ ସ୍ଥିତ ବାସଭବନ ଯେଉଁଠାରେ କି ସେ ଛୋଟରୁ ବଡ଼ ହୋଇଛନ୍ତି ତାକୁ ବିକ୍ରି କରିବାକୁ ଯାଉଛନ୍ତି । ରଣଧୀରଙ୍କୁ ଯେତେବେଳେ ଏହାର କାରଣ ପଚାରଗଲା ସେତେବେଳେ ସେ କହିଲେ ଯେ ଭାଇ ‘ରାଜୀବ୍ କପୂର୍’ଙ୍କ ନିଧନ ପରେ ସେ ଏକୁଟିଆ ଅନୁଭବ କରୁଛନ୍ତି ଏବଂ ବର୍ତ୍ତମାନ ପରିବାର ନିକଟରେ ରହିବାକୁ ଚାହଁନ୍ତି, ଏଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ରଣଧୀର୍ କହିଛନ୍ତି ଯେ, ‘ରାଜୀବ୍ ମୋ ସହିତ ଅଧିକ ସମୟ ରହୁଥିଲେ । ତାଙ୍କର ପୁଣେରେ ଘର ଥିଲା, କିନ୍ତୁ ସେ ଅଅଧିକାଂଶ ସମୟ ମୋ ସହିତ ବ୍ୟତୀତ କରୁଥିଲେ । ରାଜୀବଙ୍କ ନିଧନ ପରେ ମୁଁ ଏକୁଟିଆ ଅନୁଭବ କରୁଥିଲି ଏଥିପାଇଁ ଭାବିଲି ଯେ ମୁଁ ବର୍ତ୍ତମାନ ନିଜ ପରିବାର ନିକଟରେ ରହିବି ।’

ନିଜ ପୁରାତନ ବାସଭବନକୁ ନେଇ ରଣଧୀର୍ କହିଲେ ଯେ ମୋର ମାତାପିତା ମୋତେ କହିଥିଲେ ଯେ ମୁଁ ଏ ଘରେ ଯେତିକି ଦିନ ପାରୁଛି ରହିପାରିବି, କିନ୍ତୁ ଯେଉଁ ଦିନ ମୁଁ ଏ ଘରକୁ ବିକ୍ରି କରିଦେବି, ମୋତେ ଏଥିରୁ ମିଳିଥିବା ଟଙ୍କାକୁ ଋଷି, ରାଜୀବ୍, ରିତୁ ଓ ରିମାଙ୍କ ସହିତ ବାଣ୍ଟିବାକୁ ପଡ଼ିବ ।

ସୂଚନାଥାଉକି ରଣଧୀର୍ ବାନ୍ଦ୍ରାରେ ଆଗରୁ ଗୃହ କ୍ରୟ କରିଛନ୍ତି ଏବଂ ତାହା ପୁରାପୁରି ପ୍ରସ୍ତୁତ ଅଛି । ରିପୋର୍ଟ ଅନୁଯାୟୀ ରଣଧୀର୍ ଖୁବଶୀଘ୍ର ନୂଆ ଘରେ ରହିବାକୁ ଯିବେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଗତ କିଛି ଦିନ ଆଗରୁ ଖବର ଆସିଥିଲା ଯେ ‘ରାଜୀବ୍ କପୂର୍’ଙ୍କ ନିଧନ ପରେ ବର୍ତ୍ତମାନ ଭାଇ ରଣଧୀର୍ ଓ ଭଉଣୀ ରିମା ତାଙ୍କ ସମ୍ପତ୍ତି ଉପରେ ନିଜ ଅଧିକାର ଚାହଁନ୍ତି । ଏହି ମାମଲାକୁ ନେଇ ଦୁହେଁ ବମ୍ବେ ହାଇକୋର୍ଟର ଆଶ୍ରୟ ନେଇଛନ୍ତି । ବମ୍ବେ ହାଇକୋର୍ଟ ସମ୍ପତ୍ତିର ବିବାଦ ସମାଧାନ କରିବା ନିମନ୍ତେ ଶୁଣାଣି କରି ସୋମବାର ଦିନ ଆଦେଶ ଦେଇଥିଲେ ଯେ ଯଦି ରାଜୀବ୍ କପୂର୍ଙ୍କ ସମ୍ପତ୍ତିର ମାଲିକାନା ଦରକାର ତେବେ କାଗଜପତ୍ର ଓ ଦସ୍ତାବିଜ ଗୁଡ଼ିକ କୋର୍ଟ ନିକଟରେ ଜମା କରାନ୍ତୁ ଯେଉଁଥିରେ ‘ରାଜୀବ୍ କପୂର୍’ଙ୍କ ଛାଡପତ୍ରର ଘୋଷଣା ରହିଛି ।

ଏହାପରେ ପାରିବାରିକ ଓକିଲ ଦଲିଲ ଆଗତ କରିଛନ୍ତି ଯେ ରାଜୀବ୍ କପୂର୍ ୨୦୦୧ରେ ଆରତୀ ସଭରବାଲ୍ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ୨୦୦୩ରେ ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା କିନ୍ତୁ ଏହି ଛାଡପତ୍ର କେଉଁ ପାରିବାରିକ ଅଦାଲତରେ ହୋଇଛି ଏହାର ସୂଚନା ନାହିଁ ।

ଏହି ବିଷୟରେ ଆଲୋଚନା କରି ରଣଧୀର୍ କପୂର୍ କହିଛନ୍ତି ଯେ ତାଙ୍କ ଭାଇ ରାଜୀବ୍ କେତେବେଳେ ମୁମ୍ବାଇରେ ରହୁଥିଲେ ତ ଆଉ କେବେ ପୁଣେ ଚାଲି ଯାଉଥିଲେ । ଏମିତିରେ ତାଙ୍କୁ ଏହା ଜଣାନାହିଁ ଯେ ତାଙ୍କ ଛାଡପତ୍ର କାଗଜପତ୍ର ଗୁଡ଼ିକ କେଉଁଠି ଅଛି ଏବଂ ତାକୁ ଖୋଜା ଯାଉ । ସେପଟେ ହାଇକୋର୍ଟରେ ଶୁଣାଣି ସମୟରେ ଜର୍ଜ ଆଦେଶ ଦେଇଛନ୍ତି ଯେ କପୂର୍ ପରିବାରକୁ କାଗଜପତ୍ର ଆଗତ କରିବା ପାଇଁ ଛୁଟ ଦିଆଯାଇଛି କିନ୍ତୁ ମାତ୍ର ଗୋଟିଏ ସର୍ତ୍ତରେ ଯେ ସେମାନେ ଆରତୀ ସଭରବାଲଙ୍କ ସ୍ୱୀକୃତି ନେଇ ଆସନ୍ତୁ କାରଣ ଆଗକୁ ଯାଇ କୌଣସି ବିବାଦ ନହେଉ ।

Leave a Reply

Your email address will not be published. Required fields are marked *