DA ବୃଦ୍ଧି ପରେ ଏବେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର ! ଆସନ୍ତୁ ଜାଣିବା ଏହି ଖବରଟି କ’ଣ…

DA ବୃଦ୍ଧି ପରେ ଏବେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର ! ଆସନ୍ତୁ ଜାଣିବା ଏହି ଖବରଟି କ’ଣ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ମହଙ୍ଗା ଭତ୍ତା ଅର୍ଥାତ୍ DA ବୃଦ୍ଧି ଘୋଷଣା ପରେ ଏବେ ଖବର ଆସିଛି ଯେ ଏଥର HRA ଅର୍ଥାତ୍ ହାଉସ୍ ରେଣ୍ଟ ଆଲ୍ଲାଉନସେସକୁ ମଧ୍ୟ ବୃଦ୍ଧି କରାଯିବ । ଅଗଷ୍ଟ ମାସଠାରୁ ଏହି ବର୍ଦ୍ଧିତ ହାରରେ କର୍ମଚାରୀମାନଙ୍କୁ HRA ମିଳିବ ।

ବ୍ୟୟ ବିଭାଗ ୭ ଜୁଲାଇ ୨୦୧୭ରେ ଏକ ନୋଟିସ୍ ଜାରି କରିଥିଲା ଯେଉଁଥିରେ କୁହାଯାଇ ଥିଲା ଯେତେବେଳେ ମହଙ୍ଗା ଭତ୍ତା ୨୫ପ୍ରତିଶତକୁ ବୃଦ୍ଧି କରାଯିବ ସେତେବେଳେ HRA ମଧ୍ୟ ବୃଦ୍ଧି କରାଯିବ । ଗତ ୧ ଜୁଲାଇରୁ ମହଙ୍ଗା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି ତେଣୁ HRA ମଧ୍ୟ ବୃଦ୍ଧି କରାଯାଇଛି ।

ସଂଶୋଧନ ପରେ ବିଭିନ୍ନ କାଟାଗୋରୀ ପାଇଁ ୧-୩% HRA ବୃଦ୍ଧି କରାଯାଇଛି । ଏକ୍ସ କାଟାଗୋରୀ ସହର ପାଇଁ HRA ୨୭%, ୱାଇ କାଟାଗୋରୀ ସହର ପାଇଁ ଏଚଆରପେ ୧୮%, ଏବଂ ଜେଡ୍ କଟାଗୋରୀ ସହର ପାଇଁ ଏଚଆରପେ ୯% ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଏହି ସହରଗୁଡିକ ପାଇଁ HRA ଯଥାକ୍ରମେ ୨୪%, ୧୬% ଏବଂ ୮% ରହିଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର DA ଏବଂ DRରେ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଛି । ସଂଶୋଧିତ DA ଏବଂ DR ଏହି ବର୍ଷ ଜୁଲାଇରୁ ଲାଗୁକରାଯିବ । ଗତ ଦେଢ଼ବର୍ଷ ହେବ କର୍ମଚାରୀଙ୍କ DA ବୃଦ୍ଧି ଉପରେ ରୋକ୍ ଲଗାଯାଇଥିଲା । କରୋନା ମହାମାରୀ ଯୋଗୁଁ ଏହି ରୋକ୍ ଲଗାଯାଇଥିଲା । ବର୍ତ୍ତମାନ କର୍ମଚାରୀମାନଙ୍କୁ ବର୍ଦ୍ଧିତ ଦରମା ଏବଂ ପେନସନ୍ ହୋଲ୍ଡର୍ ମାନଙ୍କୁ ବର୍ଦ୍ଧିତ ହାରରେ ପେନସନ୍ ମିଳିବ ।

Leave a Reply

Your email address will not be published. Required fields are marked *