ସାହାଯ୍ୟ କରନ୍ତୁ- ‘ଇସ୍ରାଏଲର୍ କାଉଣ୍ଟ’ର ଆଟାକ୍ ପରେ ‘ପାଲେଷ୍ଟାଇନ୍’ର ରାଷ୍ଟ୍ରପତି ମହମୁଦ୍ ଅବ୍ବାସ୍ ବର୍ତ୍ତମାନ ଏହିପରି ଆବେଦନ କରିଛନ୍ତି !

ସାହାଯ୍ୟ କରନ୍ତୁ- ‘ଇସ୍ରାଏଲର୍ କାଉଣ୍ଟ’ର ଆଟାକ୍ ପରେ ‘ପାଲେଷ୍ଟାଇନ୍’ର ରାଷ୍ଟ୍ରପତି ମହମୁଦ୍ ଅବ୍ବାସ୍ ବର୍ତ୍ତମାନ ଏହିପରି ଆବେଦନ କରିଛନ୍ତି !

ଆତଙ୍କବାଦୀ ସଂଗଠନ ହାମାସର୍ ରକେଟ୍ ଆକ୍ରମଣର ଜବାବରେ ଇସ୍ରାଏଲ୍ ସନ୍ୟବାହିନୀ ବ୍ୟାପକ ଧ୍ୱଂସ ଘଟାଇଛି । ଗାଜାରେ ବହୁ କ୍ଷୟକ୍ଷତି ହୋଇଛି । ଏହି ସମୟରେ ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମୁଦ୍ ଅବ୍ବାସ୍ ଗାଜା ପଟ୍ଟି, ପଶ୍ଚିମକୂଳ ଏବଂ ଜେରୁଜେଲମରେ ଚାଲିଥିବା ହିଂସାକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରାଯାଇଛି । ମହମ୍ମଦ୍ ଅବ୍ବାସ୍ ଇସ୍ରାଏଲ୍ ଉପରେ ପ୍ରାୟୋଜିତ ଢ଼ଙ୍ଗରେ ପାଲେଷ୍ଟାଇନର୍ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ଆରୋପ ଲଗାଇଛନ୍ତି । ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତି ଅବ୍ବାସ୍ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି ନିୟନ୍ତ୍ରଣ ଠିକ୍ ସମୟରେ କରା ନଯାଏ ତେବେ ପରିସ୍ଥିତି ହାତରୁ ବାହାରିଯିବ । ପାଲେଷ୍ଟାଇନର୍ ରାଷ୍ଟ୍ରପତି ଭବନ ଏକ ବିବୃତ୍ତିରେ କହିଛନ୍ତି ଯେ ଶୁକ୍ରବାର ଦିନ ଇସ୍ରାଏଲର ସୁରକ୍ଷା ବାହିନୀ ସହ ସଂଘର୍ଷରେ ‘ଅତି କମ୍’ରେ ୧୦ ଜଣ ପାଲେଷ୍ଟାଇନର୍ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

ରାଷ୍ଟ୍ରପତି ମହମୁଦ୍ ଅବ୍ବାସ୍ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଅନ୍ୟ ଦଳମାନଙ୍କୁ ମଧ୍ୟ କହିଛନ୍ତି ଯେ ଏଭଳି ସମୟରେ ସମସ୍ତେ ସେମାନଙ୍କର ଦାୟିତ୍ୱ ବୁଝିବା ଉଚିତ୍ । ପ୍ରଭାବିତ ଅଞ୍ଚଳରେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯିବା ଉଚିତ୍ । ସେ ଶାନ୍ତି ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଆବେଦନ କରିଛନ୍ତି । ଏହି ସମୟରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍, ଇସ୍ରାଏଲ୍ ଏବଂ ଗାଜାକୁ ତୁରନ୍ତ ହିଂସା ବନ୍ଦ କରିବାକୁ ନିବେଦନ କରିଛନ୍ତି । ମିଳିତ ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ ଶୁକ୍ରବାର ଦିନ ହିଂସାକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଯଦି ବର୍ତ୍ତମାନର ବିବାଦ ବନ୍ଦ ନହୁଏ ତେବେ ଏହା କେବଳ ପାଲେଷ୍ଟାଇନ୍ ଅଞ୍ଚଳ ଏବଂ ଇସ୍ରାଏଲ୍ ନୁହେଁ ଏହାର ଆଖପାଖରେ ମଧ୍ୟ ଗୁରୁତର ପରିସ୍ଥିତି ସୃଷ୍ଟି କରିବ ବୋଲି ଗୁଟେରସ୍ ଚେତାବନୀ ଦେଇଛନ୍ତି । ସୁରକ୍ଷା ଏବଂ ମାନବିକ ଦୃଷ୍ଟିକୋଣରୁ ଏକ ଅସାଧାରଣ ସଙ୍କଟ ସୃଷ୍ଟି ହେବ, ଯାହା ଉଗ୍ରବାଦକୁ ଅଧିକ ପ୍ରେରଣା ଦେବ । ମିଳିତ ଜାତିସଂଘର ମହାସଚିବ ଦୁଇ ଦେଶ ସହ ଜଡିତ ବିଭିନ୍ନ ହିତାଧିକାରୀଙ୍କୁ ହିଂସାକୁ ରୋକିବା ପାଇଁ ମଧ୍ୟସ୍ଥତା ପ୍ରୟାସକୁ ତୀବ୍ର କରିବାକୁ ଅନୁରୋଧ କରିଛନ୍ତି । ଦୁଜାରିକ କହିଛନ୍ତି ଯେ ମଧ୍ୟସ୍ଥତା ପ୍ରୟାସରେ ମିଳିତ ଜାତିସଂଘ ସମ୍ପୂର୍ଣ୍ଣ ସକ୍ରିୟ ଅଛି । ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ୍ ନାଗରିକଙ୍କୁ ସମର୍ଥନ ଜଣାଇ ଆମେରିକା, ୟୁରୋପୀୟ ସଂଘ ଏବଂ ରୁଷ୍ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଆବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *