କରୋନା ଟିକା ନେବା ପରେ ଯଦି ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଏ; ତେବେ ଜାଣନ୍ତୁ ଯେ ଟିକା ଠିକ ଭାବରେ କାମ କରୁଛି…

କରୋନା ଟିକା ନେବା ପରେ ଯଦି ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଏ; ତେବେ ଜାଣନ୍ତୁ ଯେ ଟିକା ଠିକ ଭାବରେ କାମ କରୁଛି…

ମେ ୧ରୁ ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଅଗଷ୍ଟ ୧୫ ସୁଦ୍ଧା ସମଗ୍ର ଦେଶକୁ ଟୀକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବାସ୍ତବରେ କରୋନା ଜୀବାଣୁରୁ ରକ୍ଷା ପାଇବା ପାଇଁ ଟୀକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ତେବେ କରୋନା ଯୁଦ୍ଧରେ ଏହି ଟିକା କେତେ ପ୍ରଭାବଶାଳୀ ହେବ, ଏନେଇ ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମରୁଛି ।

କରୋନା ଟିକାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଟୀକା ନେବା ପରେ କରୋନା ସଂକ୍ରମଣ ବିସ୍ତାରକୁ ଅଟକା ଯାଇପାରିବ ଅର୍ଥ ଟୀକା ନେବା ପରେ ସଂକ୍ରମଣ ହାର ହ୍ରାସ ପାଇବ । ଯେଉଁମାନେ ଟିକା ନିଅନ୍ତି, ଯଦିଓ ସେମାନଙ୍କୁ କରୋନା ହୁଏ; ତେବେ କୌଣସି ବିଚଳିତ ହେବାର ନାହିଁ । କାରଣ ଟୀକାର ପ୍ରଭାବରେ କରୋନା ସଂକ୍ରମିତ ରୋଗୀ ଯଥା ଶୀଘ୍ର ସୁସ୍ଥ ହୋଇଯିବ । ଏପରି ଏହିପରି ବ୍ୟକ୍ତିଙ୍କୁ ଡାକ୍ତରଖାନା ଯିବା ଆବଶ୍ୟକ ନାହିଁ ଏବଂ ଘରେ ସହଜରେ ସୁସ୍ଥ ହୋଇଯିବେ ।

ଯଦି ଟିକା ନେବା ପରେ ଜ୍ୱର, ମୁଣ୍ଡବିନ୍ଧା ହୁଏ, ତେବେ ଏହାକୁ ଭୟ କରନ୍ତୁ ନାହିଁ । କାରଣ ଏହି ଲକ୍ଷଣଗୁଡିକ ଦର୍ଶାଏ ଯେ ଶରୀରରେ କରୋନା ଟିକା ସଠିକ ଭାବରେ କାମ କରୁଛି । ଜ୍ୱର କିମ୍ବା ଥକ୍କା ଅନୁଭବ କଲେ ପ୍ରଚୁର ତରଳ ପଦାର୍ଥ ସେବନ କରନ୍ତୁ ଏବଂ ଆବଶ୍ୟକତା ଠାରୁ ଅଧିକ ବିଶ୍ରାମ ନିଅନ୍ତୁ । ଏହା କରିବା ଦ୍ଵାରା ଜ୍ୱର ଏବଂ ଥକ୍କାପଣ ଶୀଘ୍ର ଦୂର ହୁଏ । CDC (Centers for Disease Control and Prevention) କହିବା ଅନୁଯାୟୀ, ଟିକା ନେବା ପରେ ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ ଅଟେ ।

କରୋନା ଭୂତାଣୁ ଟିକା ଗ୍ରହଣ କରିବା ପରେ କାହିଁକି ପାର୍ଶ୍ୱପ୍ରତିକ୍ରିୟା ହେଉଛି ? ଏହା ଉପରେ ଅନେକ ଅଧ୍ୟୟନ କରାଯାଇଛି । ଅଧ୍ୟୟନ ପରେ ଜଣାପଡିଛି ଯେ, ଟିକା ନେବା ପରେ ସମସ୍ତଙ୍କୁ କିଛି ନା କିଛି ପାର୍ଶ୍ଵପ୍ରତିକ୍ରିୟାର ସାମ୍ନା କରିବାକୁ ପଡୁଛି । ଟୀକାକରଣ ପରେ ଥକାପଣ, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା, ଜ୍ୱର ଭଳି ସମସ୍ୟା ଦେଖାଦେଇଛି କିନ୍ତୁ ଏସବୁ ସାଧାରଣ ପ୍ରତିକ୍ରିୟା ଏବଂ ଏହି ପ୍ରତିକ୍ରିୟା ସୂଚିତ କରେ ଯେ ଟୀକା ପ୍ରତିରକ୍ଷା ଆପଣଙ୍କ ଶରୀରରେ ଏକ ପ୍ରତିକ୍ରିୟା ବଳୟ ସୃଷ୍ଟି କରିଛି, ଯାହାଦ୍ୱାରା ଆପଣଙ୍କୁ ଭାଇରସ୍ ଜନିତ ଭୂତାଣୁ କୌଣସି କ୍ଷତି କରିପାରିବ ନାହିଁ ।

ପ୍ରଥମ ଡୋଜ ପରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଦ୍ୱିତୀୟ ଡୋଜ ପରେ ଅସୁସ୍ଥ ପରି ଅନୁଭବ ହୁଏ । ବାସ୍ତବରେ, ପ୍ରଥମ ଡୋଜ ନେବା ପରେ ଶରୀରରେ ଭୂତାଣୁର ପ୍ରତିବଳୟ ସୃଷ୍ଟି ହୁଏ । ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଏବଂ ଆମ ଶରୀର ଭୂତାଣୁକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଥାଏ । ଯଦି ଦ୍ୱିତୀୟ ଡୋଜ ଦିଆଯାଏ, ତେବେ ପ୍ରତିରକ୍ଷା ପ୍ରଣାଳୀ ଅଧିକ ଶକ୍ତିଶାଳୀ ହୋଇ କାମ କରେ ।

୨ଟି ଟିକା ଦିଆଯାଉଛି :

ବର୍ତ୍ତମାନ ଦେଶରେ ଦୁଇଟି ଟିକା ବ୍ୟବହାର କରାଯାଉଛି । ଯାହା କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା । ଏହି ଦୁଇଟି ଟିକା ବହୁତ ପ୍ରଭାବଶାଳୀ ପ୍ରମାଣିତ ହେଉଛି । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ଟିକା ମଧ୍ୟ ଅଛି ଯାହା ଶୀଘ୍ର ବ୍ୟବହାର କରାଯିବ । ସରକାରୀ ଆକଳନ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୧୬.୪ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ୪୪ ବର୍ଷ ବୟସରେ କେବଳ ୨.୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

Leave a Reply

Your email address will not be published. Required fields are marked *