ବିବାହର ଏତେ ବର୍ଷ ପରେ ରାଧିକା ଆପଟେ କହିଲେ ସତ ! ‘ମୁଁ ସେତେବେଳେ ବାଧ୍ୟତାମୂଳକ ହୋଇ ଏକ ଇଂରେଜଙ୍କୁ କରିଥିଲି ବିବାହ…

ବିବାହର ଏତେ ବର୍ଷ ପରେ ରାଧିକା ଆପଟେ କହିଲେ ସତ ! ‘ମୁଁ ସେତେବେଳେ ବାଧ୍ୟତାମୂଳକ ହୋଇ ଏକ ଇଂରେଜଙ୍କୁ କରିଥିଲି ବିବାହ…

ଅଭିନେତ୍ରୀ ରାଧିକା ଆପଟେ ବଲିଉଡ଼ ଓ ‘ଅନଲାଇନ୍ ୱେବ ସିରିଜ୍’ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ଯେତିକି ପ୍ରସିଦ୍ଧ ବଲିଉଡ଼ରୁ ହୋଇ ନାହାଁନ୍ତି ସେତିକି ସେ ନିଜ ଶୋଜ ଗୁଡ଼ିକ ପାଇଁ ହୋଇଛନ୍ତି । ରାଧିକା ବଲିଉଡ଼ରେ ‘ଶୋର୍ ଇନ୍ ଦ ସିଟି’, ‘ବାଜାର’ ଆଦି ବଡ଼ ବଡ଼ ଚଳଚ୍ଚିତ୍ର ଗୁଡ଼ିକରେ ଅଭିନୟ କରିଛନ୍ତି । ସେପଟେ ସେ ଓଟିଟି ପ୍ଲେଟଫର୍ମରେ ମଧ୍ୟ ଅନେକଗୁଡ଼ିଏ ଶୋ’ରେ କାମ କରିଛନ୍ତି ଯେପରିକି ‘ସେକ୍ରେଡ଼ ଗେମ୍ସ’, ‘ଫୋବିଆ’ ଆଦି । ରାଧିକା ଆପଟେ ବାସ୍ତବ ଜୀବନ ଓ କମ୍ ବଜେଟ୍ ଚଳଚ୍ଚିତ୍ର ପାଇଁ ଜଣାଶୁଣା । ତାଙ୍କ ଅଭିନୟ ପ୍ରତିଭାର ସମସ୍ତେ ଦିୱାନା ଅଟନ୍ତି । ସେ ଜଣେ ବ୍ରିଟିଶ ଯୁବକଙ୍କୁ ୨୦୧୨ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବଲିଉଡ଼ରେ ସକ୍ରିୟ ଅଟନ୍ତି ।

ଯଦିଓ ପ୍ରତିଭାଶାଳୀ ଅଭିନେତ୍ରୀ ରାଧିକା ଆପଟେଙ୍କ ପ୍ରଫେସନାଲ୍ ଲାଇଫ୍ ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ଖୁବ୍ କମ୍ ଲୋକ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତି । ସେ ବଲିଉଡ଼ରେ ଏକ ‘ଆଉଟ୍-ସାଇଡ୍’ର ଭାବେ ଆସିଥିଲେ । ତାଙ୍କ ପରିବାରର କୌଣସି ସଦସ୍ୟ ଏହି ଇଣ୍ଡଷ୍ଟ୍ରି ସହ ଜଡ଼ିତ ନୁହଁନ୍ତି ଓ ତାଙ୍କର କୌଣସି ଗଡ୍ଫାଦର୍ ମଧ୍ୟ ନାହାଁନ୍ତି । ଏମିତିରେ ତାଙ୍କ ଜୀବନ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ସେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଖୁବ୍ କମ୍ ସମୟରେ ଅଧିକ ସଫଳତା ହାସଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ରାଧିକାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ କଥାର ଖୁଲାସା କରିବାକୁ ଯାଉଛୁ । ଆପଣଙ୍କୁ ସୁଚାଇଦେଉଛୁ ଯେ ରାଧିକା ଆପଟେ ବିବାହିତା ଅଟନ୍ତି । ଏବଂ ତାଙ୍କ ବିବାହର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣାଇଦେଉଛୁ ଯେ ରାଧିକା ଆପଟେ ୨୦୧୨ରେ ବିବାହ କରି ନେଇଥିଲେ । ନିଜ ବିବାହ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ତାଙ୍କୁ ବାଧ୍ୟ ହୋଇ ବିବାହ କରିବାକୁ ପଡ଼ିଥିଲା କାରଣ ତାଙ୍କୁ ଲଣ୍ଡନ ଯିବାର ଥିଲା ଓ ବିବାହ କଲେ ଖୁବ୍ ସହଜରେ ବୀଜା ମିଳିଯାଏ, ଏଥିପାଇଁ ସେ ବିବାହ କରିଥିଲେ । ରାଧିକାଙ୍କ ସ୍ୱାମୀଙ୍କ ନାମ ବେନେଡିକଟ୍ ଅଟେ । ସେ ଆଗକୁ କୁହନ୍ତି ଯେ “ମୁଁ ଓ ବେନେଡିକଟ୍ ଲଣ୍ଡନରେ ସାଥିରେ ରହୁଥିଲୁ, ମୁଁ ତାଙ୍କ ସହିତ ରହିବା ପାଇଁ ଚାହୁଁଥିଲି କାରଣ ମୁଁ ତାଙ୍କୁ ଭଲ ପାଉଥିଲି ସେ ମୋର ଜୀବନସାଥୀ ଥିଲେ କିନ୍ତୁ ମୁଁ ବିବାହରେ ବିଶ୍ୱାସ ରଖେ ନାହିଁ କିନ୍ତୁ ବୀଜା ନିୟମ ଏପରି କିଛି ଥିଲା ଯେ ଆମକୁ ବିବାହ କରିବାକୁ ପଡିଥିଲା ।

ସେପଟେ ରାଧିକା ଲକଡାଉନ୍ ସମୟରେ ମଧ୍ୟ ବେନେଡିକଟଙ୍କ ସହିତ ରହୁଥିଲେ । ଦୁହିଁଙ୍କ ଜୀବନ ଠିକ୍ ଚାଲୁଛି । ବାସ୍ତବରେ ସେ ଅନେକ ଦିନ ଧରି ନିଜ ବିବାହ ବିଷୟରେ ଲୋକମାନଙ୍କୁ ଲୁଚାଇ ରଖିଥିଲେ ଏହି କାରଣରୁ କିଛି ଲୋକ ତାଙ୍କ ବିବାହ ବିଷୟରେ ଜାଣନ୍ତି ନାହିଁ । ଯଦିଓ ଜଣେ ବିବାହିତା ମହିଳା ହୋଇ ମଧ୍ୟ ଏହାର ପ୍ରଭାବ ତାଙ୍କ କ୍ୟାରିୟର୍ ଉପରେ ପଡ଼ିନାହିଁ ଓ ବିବାହିତା ହୋଇ ମଧ୍ୟ ତାଙ୍କ ଫ୍ୟାନ୍ ଫୋଲୋଇଂ କମି ନାହିଁ ।

Leave a Reply

Your email address will not be published. Required fields are marked *