ବଲିଉଡ଼ ଜଗତରେ ଅଭିନୟ ଛାଡ଼ି ଏବେ ହେଲେ ବୈତୁଲର ଏସପି ! ଜାଣନ୍ତୁ କିଏ ସେହି ସୁନ୍ଦରୀ ଅଫିସର ସୀମାଲା ପ୍ରସାଦ

ବଲିଉଡ଼ ଜଗତରେ ଅଭିନୟ ଛାଡ଼ି ଏବେ ହେଲେ ବୈତୁଲର ଏସପି ! ଜାଣନ୍ତୁ କିଏ ସେହି ସୁନ୍ଦରୀ ଅଫିସର ସୀମାଲା ପ୍ରସାଦ

ଭାଗ୍ୟ ବିଷୟରେ ଯେକେହିବି କହିଥାନ୍ତି, କିନ୍ତୁ ଅନେକଥର କିଛି ଲୋକଙ୍କ ଭାଗ୍ୟରେ ସେହି ସବୁ ଜିନିଷ ମିଳିଯାଏ, ଯାହା ସେମାନେ ଇଚ୍ଛା କରିଥାନ୍ତି । ଗୋଟିଏ ମଣିଷ ମଧ୍ୟରେ ସମସ୍ତ ଗୁଣ ମିଳିବା ଅସମ୍ଭବ ବୋଲି କୁହାଯାଏ, କିନ୍ତୁ ଯାହାଙ୍କ ବିଷୟରେ ଆଜି ଆମେ ଏହି ଖବର ଜରିଆରେ ଆପଣଙ୍କୁ କହିବାକୁ ଯାଉଛୁ ତାଙ୍କୁ ଆପଣ ବ୍ୟୁଟି ବିଥ ବ୍ରେନ ମଧ୍ୟ କହିପାରିବେ । ସୁନ୍ଦର ହେବା ସହିତ IPS ସୀମାଲା ପ୍ରସାଦ ଖୁବ୍ ମେଧାବୀ ମଧ୍ୟ । କିଛିଦିନ ପୂର୍ବରୁ ଯେତେବେଳେ ଏମପୀ(Madhya Pradesh)ରେ IPS ଅଧିକାରୀଙ୍କର ବଦଳି କରାଗଲା, ସେହି ଲିଷ୍ଟରେ IPS ସୀମାଲା ପ୍ରସାଦଙ୍କ ନାମ ମଧ୍ୟ ଥିଲା । ତାଙ୍କୁ ବୈତୁଲର ନୂତନ ଏସପି କରାଯାଇଛି । ପ୍ରକୃତରେ ମଧ୍ୟପ୍ରଦେଶର IPS ସୀମାଲା ପ୍ରସାଦ ଏକ ଏପରି ନାମ, ଯାହାଙ୍କ ଚର୍ଚ୍ଚା ପ୍ରାୟତଃ ହୋଇଥାଏ ।

google

ସୀମାଲା ପ୍ରସାଦ IPS ଅଧିକାରୀ ଏବଂ ସାଂସଦ ଡ଼ା.ଭାଗୀରଥ ଓ ସହିତ୍ୟକାର ମେହେରୁନ୍ନେସା ପରବେଜଙ୍କ ଝିଅ ଅଟନ୍ତି । ପିଲା ଦିନରୁ ତାଙ୍କୁ ନିଜ ପିତାଙ୍କ ଠାରୁ କଳା ସହିତ ପ୍ରଶାସନ ସହିତ ଜଡ଼ିତ ଜ୍ଞାନ ମିଳିଥିଲା । ଏବେ ହୁଏତ ସୀମାଲା ପ୍ରସାଦ ଦେଶ ସେବାରେ ନିଜର ଯୋଗଦାନ କରିଛନ୍ତି, କିନ୍ତୁ ଅଭିନୟରେ ମଧ୍ୟ ସେ ପାରଙ୍ଗମ ଥିଲେ । ଏହି କଥାର ଅନୁମାନ ଫିଲ୍ମ ‘ଅଲିଫ’ରୁ କରାଯାଇ ପାରିବ । ପ୍ରକୃତରେ ଏହା ସେହି ଫିଲ୍ମ ଥିଲା ଯେଉଁଥିରେ ସୀମାଲା ନିଜର ଅଭିନୟର ଯାଦୁ ପ୍ରଦର୍ଶନ କରିଥିଲେ ।

google

ଏହି ଫିଲ୍ମରେ ସୀମାଲାଙ୍କ ଅଭିନୟ ଏବଂ ସ୍କ୍ରିନରେ ଯେଉଁଭଳି ଭାବରେ ସେ ନିଜକୁ ଉପସ୍ଥାପନ କରିଥିଲେ ତାହାର ପ୍ରଶଂସା ଅନେକ ଲୋକ କରିଥିଲେ ଏବଂ ଦର୍ଶକ ମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରିଥିଲେ ।

google

ସୂଚନା ଅନୁଯାୟୀ, ସୀମାଲାଙ୍କର ଚୟନ MP ପୀଏସସୀ ସ୍ତରରେ ହୋଇଥିଲା । ଏହାପରେ ସେ DSP ମଧ୍ୟ ହୋଇଥିଲେ । କିନ୍ତୁ ତାଙ୍କ ମୁଣ୍ଡରେ କିଛି ବଡ଼ କରି ଦେଖାଇବାକୁ ଇଚ୍ଛା ରହିଥିଲା । ତେଣୁ, ସେ ନିଜର ଏହି ଇଚ୍ଛାକୁ ବାସ୍ତବରେ ବଦଳାଇବା ପାଇଁ ସିବିଲ ସର୍ଭିସ ପ୍ରସ୍ତୁତି କରିଥିଲେ । ଯେଉଁ ଇଚ୍ଛାର ଦମରେ ସେ ୨୦୧୧ ରେ IPS ଅଧିକାରୀ ହୋଇଥିଲେ । ପ୍ରଥମ ଚେଷ୍ଟାରେ ହିଁ ସେ ପୀଏସପୀକୁ ପାସ କରିଥିଲେ ତାପରେ ଚୟନ ହୋଇଥିଲେ । ଏହାପରେ ତାଙ୍କୁ ପ୍ରଥମ ପୋଷ୍ଟିଂ ଡୀଏସପୀର ମିଳିଥିଲା ।

google

IPS ସୀମାଲା ପ୍ରସାଦ ଯେଉଁ ‘ଅଲିଫ’ ଫିଲ୍ମରେ କାମ କରିଥିଲେ ତାହା ୨୦୧୭ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଜୈଗମ ଇମାମଙ୍କ ନିର୍ଦ୍ଧେଶନାରେ ହୋଇଥିଲା । ୨୦୧୬ର ଘଟଣା ଯେତେବେଳେ ଅଷ୍ଟ୍ରେଲିଆରେ ଇଣ୍ଡିଆନ ଇଣ୍ଟରନ୍ୟାସନଲ ଫିଲ୍ମ ଫେଷ୍ଟିବଲ ଅଫ କ୍ୱିନସଲେଣ୍ଡରେ ଏହି ଫିଲ୍ମର ୱାର୍ଲଡ଼ ପ୍ରିମିୟର ହୋଇଥିଲା । ଏହାବ୍ୟତୀତ ସୀମାଲାଙ୍କୁ ଡାନ୍ସରେ ମଧ୍ୟ ରୁଚି ରହିଥିଲା । କେବଳ ଏତିକି ନୁହେଁ, ସେ ଷ୍ଟେଜରେ କେତେକ ଡାନ୍ସ ପରିବେଷଣ ମଧ୍ୟ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *