‘ସୈଫ୍ ଅଲି ଖାଁ’ଙ୍କୁ ବିବାହ କରିବା ପରେ କରିନା କେବେ ଅମୃତା ସିଂହଙ୍କ ମୁହଁ ମଧ୍ୟ ଚାହିଁଲେ ନାହିଁ ! ନିଜେ କଲେ ଖୁଲାସା…

‘ସୈଫ୍ ଅଲି ଖାଁ’ଙ୍କୁ ବିବାହ କରିବା ପରେ କରିନା କେବେ ଅମୃତା ସିଂହଙ୍କ ମୁହଁ ମଧ୍ୟ ଚାହିଁଲେ ନାହିଁ ! ନିଜେ କଲେ ଖୁଲାସା…

କରିନା କପୂର୍ ଓ ସୈଫ ଅଲି ଖାଁ ବଲିଉଡ଼ର ସବୁଠାରୁ ପ୍ରଚଳିତ ଦମ୍ପତ୍ତି ମଧ୍ୟରୁ ଜଣେ ଅଟନ୍ତି । ସମସ୍ତେ ଏହି କପଲ୍ ସହ ଜଡ଼ିତ ଖବରକୁ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । ଏଥି ସହ ଜଡ଼ିତ ଖବର ନିଆଁ ଭଳି ପ୍ରସାରିତ ହୋଇଯାଇଛି । ଏହା ସମସ୍ତଙ୍କୁ ଜଣା ଯେ କରିନା କପୂର୍ ସୈଫ ଅଲି ଖାଁଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି । ସୈଫ୍ ଅଲି ଖାଁଙ୍କ ପ୍ରଥମ ସ୍ତ୍ରୀ ସାରା ଅଲି ଖାଁଙ୍କ ମାଁ ଅମୃତା ସିଂହ ଅଟନ୍ତି ।

ସୈଫଙ୍କ ବିବାହ ପରଠାରୁ ସମସ୍ତେ ଏହା ଜାଣିବା ପାଇଁ ଚାହଁନ୍ତି ଯେ, ସୈଫ୍ ଅଲିଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂହ ଓ କରିନା କପୂର୍ ଖାଁଙ୍କ ମଧ୍ୟରେ କିପରି ସମ୍ପର୍କ ରହିଛି । ଏଥିପାଇଁ ଆମେ ଆପଣଙ୍କୁ ଏହି ଦୁହିଁଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ । କରିନା ଓ ଅମୃତା ପରସ୍ପର ମଧ୍ୟରେ ଦେଖା କରନ୍ତି ନାହିଁ କି କଥାବାର୍ତ୍ତା ମଧ୍ୟ କରନ୍ତି ନାହିଁ । ଏଥି ମଧ୍ୟରୁ ଆଜି ପର୍ଯ୍ୟନ୍ତ ଦୁହିଁଙ୍କ କଳହ କିମ୍ବା ବିବାଦର ଖବର ସାମ୍ନାକୁ ଆସିନାହିଁ ।

ଏ ଦୁହିଁଙ୍କ ମଧ୍ୟରେ ଏପରି କିଛି ରହସ୍ୟ ଅଛି ଯାହାକୁ ଖୁବ୍ କମ୍ ଲୋକ ଜାଣନ୍ତି । ଥରେ ଅଭିନେତ୍ରୀ କରିନା, କରନ୍ ଜୋହରଙ୍କ ଶୋ ‘କଫି ବିଦ୍ କରନ୍’ରେ ସାମିଲ୍ ହୋଇଥିଲେ । ସେଠାରେ ସେ ଅମୃତାଙ୍କୁ ନେଇ ଅନେକଗୁଡ଼ିଏ ଖୁଲାସା କରିଥିଲେ, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ବିଷୟରେ କରିନା କହିଛନ୍ତି ଯେ, ଅମୃତା ଓ ସୈଫଙ୍କ ଛାଡପତ୍ରର କିଛି ବର୍ଷ ପରେ ମୋର ଓ ସୈଫଙ୍କ ସାକ୍ଷାତ ହୋଇଥିଲା । କରିନା କହିଥିଲେ ଯେ, ମୁଁ ବିବାହ ପରଠାରୁ ଅମୃତାଙ୍କୁ ଦେଖା କରି ନାହିଁ, କିନ୍ତୁ ତାଙ୍କ ପ୍ରତି ମୋ ଭିତରେ ବହୁତ ସମ୍ମାନ ରହିଛି ।

ଏଥିସହିତ କରିନା ଆଉ ଏକ ଖୁଲାସା କରି କହିଥିଲେ ଯେ, ଥରେ ଚଳଚ୍ଚିତ୍ର ‘କଭୀ ଖୁସି କଭୀ ଗମ୍’ର ଶୁଟିଂ ସମୟରେ ଅମୃତା ନିଜ ଝିଅ ସାରା କୋମୁଜଙ୍କୁ ଦେଖା କରିବା ପାଇଁ ଆଣିଥିଲେ । ସେହି ସମୟରେ ମୋର ପ୍ରଥମଥର ପାଇଁ ଦେଖା ହୋଇଥିଲା, ଏହା ପରଠାରୁ ଆଜି ପର୍ଯ୍ୟନ୍ତ କେବେମଧ୍ୟ ମୋର ଓ ତାଙ୍କର ଦେଖା ହୋଇନଥିଲା । ଏଥିସହିତ ସେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମଥର ପାଇଁ ସୈଫଙ୍କୁ ଦେଖା କରିଥିଲେ ସେତେବେଳେ ସେ ଅମୃତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।

କରିନା ଏହି ସମୟରେ ଅମୃତାଙ୍କ ଲାଳନପାଳନ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ସେ କହିଥିଲେ ଯେ, ଅମୃତା ଏକ ଭଲ ମାଁ ଅଟନ୍ତି । ଯେଭଳି ସଂସ୍କାର ସେ ନିଜର ଦୁଇଟି ଶିଶୁ ସାରା ଓ ଇବ୍ରାହିମକୁ ଦେଇଛନ୍ତି ଏଥିରୁ ତାଙ୍କ ଲାଳନପାଳନ ସ୍ପଷ୍ଟ ନଜର ଆସେ । ସେ ଦୁଇଟି ଶିଶୁଙ୍କ ସହିତ ମୋର ବହୁତ ଭଲ ସଂପର୍କ ଅଛି । ସେ ଅଧିକାଂଶ ସମୟରେ ଆମ ସହିତ ପାର୍ଟି କରୁଥିଲେ । କରିନା ସାରାଙ୍କ ବିଷୟରେ କହିଥିଲେ ଯେ, ସାରା ଜଣେ ଉତ୍ତମ ଓ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି । ସେ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟୁଟି ବିଦ୍ ବ୍ରେନର୍ ବହୁତ ଭଲ ମେଳ ରହିଛି । ଏପରି ପ୍ରତିଭା ଚଳଚ୍ଚିତ୍ର ଜଗତକୁ ଅନେକ ବର୍ଷ ପରେ ମିଳିଛି ।

କରିନା କପୂରଙ୍କୁ ବିବାହ କରିବା ପୂର୍ବରୁ ସୈଫ୍ ଅମୃତା ସିଂହଙ୍କୁ ବିବାହ କରିଥିଲେ । ଏ ଦୁହେଁ ୧୯୯୧ରେ ବିବାହ କରିଥିଲେ । ଏହାପରେ ୨୦୦୪ରେ ତାଙ୍କର କୌଣସି କାରଣରୁ ଛାଡପତ୍ର ହୋଇଯାଇଥିଲା । ଏ ଦୁହିଁଙ୍କ ଦୁଇଟି ଶିଶୁ ସାରା ଅଲି ଖାଁ ଓ ଇବ୍ରାହିମ୍ ଅଲି ଖାଁ ଅଟନ୍ତି । ଏହାପରେ ସୈଫ୍ କରିନାଙ୍କୁ ବିବାହ କରିଥିଲେ । କରିନା ଆଗାମୀ ଦିନରେ ଆମୀର୍ ଖାଁଙ୍କ ସହିତ ଚଳଚ୍ଚିତ୍ର ଲାଲ୍ ସିଂହ ଚଢାରେ ନଜର ଆସିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *