ବି- ଟାଉନର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ କାଜଲ୍ ଏବଂ ଅଜୟ ଦେବଗନ୍ ଅନ୍ୟତମ । ଏହି ଦମ୍ପତିଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ଅଜୟ ଦେବଗନ୍ ଶାନ୍ତ ସ୍ଵଭାଵର ହୋଇଥିବାବେଳେ କାଜଲ୍ ଚୁଲବୁଲି ଅଟନ୍ତି । ଉଭୟଙ୍କ ସ୍ଵଭାଵ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ତେବେ କାଜଲଙ୍କ ଏହି ସ୍ଵଭାଵ ହେତୁ ତାଙ୍କୁ ଶାଶୁ ଘରେ ଅନେକ ସମସ୍ୟା ହୋଇଥିଲା ।
ବିବାହପରେ ଯେତେବେଳେ କାଜଲ୍ ତାଙ୍କ ଶାଶୁ ଘରେ ରହିଲେ ସେତେବେଳେ ତାଙ୍କୁ ତାଙ୍କ ଶାଶୁଙ୍କ ସହ ଚଳିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ତାଙ୍କ ଶାଶୁ ବୀଣା ଦେବଗନ୍ ସବୁବେଳେ କାଜଲଙ୍କୁ ସମର୍ଥନ କରୁଥିଲେ ଏବଂ ସବୁ ସମୟରେ ତାଙ୍କ ସହ ଛିଡ଼ା ହୋଇଥିଲେ । ଆସନ୍ତୁ ଜାଣିବା କାଜଲ୍ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ସମ୍ପର୍କ କିପରି ଅଟେ ।
କାଜଲ୍ ତାଙ୍କ ଶାଶୁଙ୍କ ସହ ପ୍ରଥମ ଅଭିଜ୍ଞତା ବିଷୟରେ ଏକ ସାକ୍ଷାତକାରରେ କହିଥିଲେ ଯେ, “ବିବାହ ପରେ ସେ ଶାଶୁଘରକୁ ଆସିବା ଦିନଠାରୁ ତାଙ୍କ ଶାଶୁ ତାଙ୍କୁ ଝିଅ ପରି ଭଲପାଆନ୍ତି । ତଥାପି କାଜଲଙ୍କୁ କିଛି ସମୟ ଲାଗିଥିଲା ବିବାହପରେ ଶାଶୁଘରେ ଚଳିବା ପାଇଁ । ଏହାର କାରଣ ହେଉଛି ଏହି ଅଭିନେତ୍ରୀଙ୍କ ଚୁଲବୁଲି ସ୍ଵଭାଵ । କାଜଲ୍ କୁହନ୍ତି ଯେ ତାଙ୍କ ସ୍ଵଭାଵ ଶାଶୁଘରେ ସମସ୍ତଙ୍କଠାରୁ ଭିନ୍ନ ଥିଲା ।”
କାଜଲ୍ କହିଥିଲେ ଯେ, “ସେ ଅତ୍ୟନ୍ତ ମଜାଳିଆ ସ୍ୱଭାବର ଥିଲେ, କିନ୍ତୁ ଦେବଗନ୍ ପରିବାରର ସମସ୍ତ ଲୋକ ଅତ୍ୟନ୍ତ ଶାନ୍ତ ଏବଂ ନମ୍ର ସ୍ୱଭାବର ଥିଲେ । କାଜଲ୍ ଏହା ମଧ୍ୟ କହିଛନ୍ତି ଯେ ଶାଶୁଘରେ ସମସ୍ତେ ତାଙ୍କ ପାଇଁ ନୂଆ ଏବଂ ଅଲଗା ଥିଲେ, ତେଣୁ ସେ ଅଧିକ କଥା କହୁ ନଥିଲେ କିମ୍ବା ନିଜ ଇଚ୍ଛାରେ ରୋଷେଇ ଘରୁ କୌଣସି ଜିନିଷ ନେଇ ପାରୁ ନଥିଲେ ।”
ଦେବଗନ୍ ପରିବାର ପାଇଁ ମଧ୍ୟ କାଜଲଙ୍କ ସ୍ଵଭାଵ ଗ୍ରହଣ କରିବା ସହଜ ନଥିଲା, କିନ୍ତୁ ସେମାନେ ଧର୍ଯ୍ୟ ଏବଂ ପାରସ୍ପରିକ ବୁଝାମଣା ଉପରେ କାର୍ଯ୍ୟ କରିଥିଲେ । ସାକ୍ଷାତକାରରେ କାଜଲ୍ ନିଜେ ସ୍ୱୀକାର କରିଛନ୍ତି ଯେ ଶାଶୁଘରେ ଚଳିବା ପାଇଁ ତାଙ୍କ ଶାଶୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଏଥିସହ କାଜଲ୍ କହିଛନ୍ତି ଯେ ତାଙ୍କ ଶାଶୁଘରେ ସମସ୍ତେ ବହୁତ ଭଲ । ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କଠାରୁ ଅଲଗା ହୋଇଥିଲେ ମଧ୍ୟ ତାଙ୍କ ଶାଶୁ ତାଙ୍କ ସ୍ଵଭାଵ ବଦଳାଇବାକୁ ତାଙ୍କ ଉପରେ କୌଣସି ଚାପ ପକାନ୍ତି ନାହିଁ । ସମୟ ସହିତ କାଜଲ୍ ଶାଶୁଘରେ ସମସ୍ତଙ୍କ ସହ ମିଶିଗଲେ । କାଜଲ୍ କହିଛନ୍ତି ଯେ ତାଙ୍କ ଶାଶୁ ହେଉଛନ୍ତି ତାଙ୍କର ସବୁଠୁ ଭଲବନ୍ଧୁ ।
ଏହି ସାକ୍ଷାତକାରରେ କାଜଲ୍ କହିଛନ୍ତି ଯେ ବିବାହ ପରେ ସେ ତାଙ୍କ ଶାଶୁଙ୍କୁ ମା’ କିମ୍ବା ମମ୍ମି ଡାକିବା ପରିବର୍ତ୍ତେ ଆଣ୍ଟି ବୋଲି ଡାକୁଥିଲେ ମଧ୍ୟ ମିସେସ୍ ଦେବଗନ୍ ଏହାକୁ କେବେବି ବିରୋଧ କରିନାହାଁନ୍ତି । କିନ୍ତୁ ତାଙ୍କ ଶାଶୁଙ୍କର ଘନିଷ୍ଠ ବନ୍ଧୁମାନେ କାଜଲଙ୍କ ଏହି ବ୍ୟବହାର ପାଇଁ ତାଙ୍କୁ ଥଟ୍ଟା କରୁଥିଲେ । ଏଥିରେ ତାଙ୍କ ଶାଶୁ କହୁଥିଲେ ଯେ, ‘ଯେଉଁ ଦିନ ସେ ମା ଡାକିବେ ସେ ହୃଦୟରୁ ଡାକିବେ ।’ ବର୍ତ୍ତମାନ କାଜଲ୍ ତାଙ୍କ ଶାଶୁଙ୍କୁ ମା’ ବୋଲି ଡାକନ୍ତି ।
ବର୍ତ୍ତମାନ କାଜଲ୍ ମଧ୍ୟ ତାଙ୍କ ଶାଶୁଙ୍କ ସହ ବହୁତ ମିଶି ଯାଇଛନ୍ତି । ସେମାନଙ୍କର ସମ୍ପର୍କ ସମୟ ସହ ଗଭୀର ହୋଇଛି । ଏହାର ପ୍ରମାଣ ହେଉଛି କାଜଲ୍ ନିକଟରେ ସେୟାର୍ କରିଥିବା ଏକ ପୋଷ୍ଟ । ଶାଶୁଙ୍କ ଜନ୍ମଦିନର ବିଶେଷ ଅବସରରେ କାଜଲ୍ ଏହି ପୋଷ୍ଟ ସେୟାର୍ କରିଛନ୍ତି । ଏହି ପୋଷ୍ଟରେ କାଜଲ୍ ତାଙ୍କ ଶାଶୁଙ୍କ ସହ ଏକ ସୁନ୍ଦର ଫୋଟ ସେୟାର୍ କରିଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ପୋଷ୍ଟ ସେୟାର୍ କରିବାବେଳେ କାଜଲ୍ ତାଙ୍କ ଶାଶୁଙ୍କୁ ନିଜ କ୍ରାଇମ୍ ପାର୍ଟନର ବୋଲି କହିଛନ୍ତି । କାଜଲଙ୍କ ଏହି ପୋଷ୍ଟରେ ସେ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । କାଜଲଙ୍କ ଏହି ପୋଷ୍ଟଟି ଭାଇରାଲ୍ ହେବାରେ ଲାଗିଛି ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି ।