ପତ୍ନୀଙ୍କ ସହିତ ସମ୍ପର୍କ ରଖିବା ପରେ ଜୀବନସାରା ଏହି କଥାକୁ ନେଇ ଚିନ୍ତାରେ ରହିଥିଲେ ଗାନ୍ଧୀ, ନିଜକୁ କରି ପାରିନଥିଲେ କ୍ଷମା !

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଆମ ଜାତିର ପିତା ଭାବରେ ବିବେଚନା କରାଯାଏ । ଇଂରେଜ ମାନଙ୍କ ଠାରୁ ମୁକ୍ତ କରିବା ପାଇଁ ଗାନ୍ଧିଜୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅହିଂସା ପଥ ଅନୁସରଣ କରି ଗାନ୍ଧିଜୀ ଆମକୁ ଇଂରେଜ ମାନଙ୍କଠାରୁ ସ୍ୱାଧୀନତା ଦେଇଥିଲେ । କେବଳ ଭାରତୀୟ ନୁହଁନ୍ତି ଇଂରେଜମାନେ ମଧ୍ୟ ଏହି ବିଷୟରେ ଅବଗତ ଅଛନ୍ତି । ଏହିପରି ଭାବରେ ଗାନ୍ଧିଜୀଙ୍କ ଉପରେ ଅନେକ ପୁସ୍ତକ ଲେଖାଯାଇଛି ଏବଂ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି କିନ୍ତୁ ଗାନ୍ଧିଜୀଙ୍କ ଉପରେ ଏଭଳି ଏକ ପୁସ୍ତକ ଲେଖାଯାଇଥିଲା ଯାହା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରି ଦେଇଥିଲା ​। ଅନେକ ଲୋକ ଏହି ପୁସ୍ତକରେ ଲିଖିତ ଜିନିଷଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ, ଓ ଆଉ କିଛି ଲୋକ ଏହି ଜିନିଷଗୁଡିକୁ ସତ୍ୟ ବୋଲି ବିଶ୍ୱାସ କରିଥିଲେ ।

ଜେଡ ଆଡମସ ଗାନ୍ଧିଜୀଙ୍କ ଉପରେ ପୁସ୍ତକ ଲେଖିଥିଲେ:-

ଗାନ୍ଧିଜୀଙ୍କ ଉପରେ ଲିଖିତ ଏହି ପୁସ୍ତକକୁ “ଗାନ୍ଧୀ ନେକେଡ ଏମ୍ବିସନ” ନାମରେ ଜଣା ଯାଇଥାଏ । ଏହି ପୁସ୍ତକ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ​​। ଏହି ପୁସ୍ତକର ଟାଇଟେଲ ହିଁ ହଇଚଇ ସୃଷ୍ଟି କରିବାପାଇଁ ଯଥେଷ୍ଟ ଥିଲା । କିନ୍ତୁ କହିରଖୁଛୁ ଯେ ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠା ବିବାଦରେ ପରିପୂର୍ଣ୍ଣ ଥିଲା । ଏହି ପୁସ୍ତକରେ ଗାନ୍ଧୀଙ୍କ ଯୌନ ଜୀବନ ବିଷୟରେ ଅନେକ ଖୁଲସା କରାଯାଇଛି । ଏହି ପୁସ୍ତକଟି ଜେଡ ଆଡମସ ଲେଖିଥିଲେ । ତାଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ କେତେ ସତ୍ୟ ଅଛି ତାହା କେବଳ ସେ ହିଁ କହିପାରିବେ । ତାଙ୍କର ଏହି ପୁସ୍ତକ ଅନୁଯାୟୀ ଗାନ୍ଧୀଙ୍କ ଯୌନ ଜୀବନ ଅତ୍ୟନ୍ତ ଅସ୍ଥିର ଥିଲା । ସେ ଏହି ବିବାଦୀୟ ପୁସ୍ତକରେ କଣ ଲେଖିଥିଲେ ଆସନ୍ତୁ ଜାଣିବା ।

ସତ୍ୟାଗ୍ରହ କରି ଅହିଂସା ମାର୍ଗକୁ ଆପଣେଇ ଥିଲେ:-

ଲେଖକଙ୍କ କହିବାନୁସାରେ, ଗାନ୍ଧୀ କେବଳ ଜଣେ ରାଜନୈତିକ ନେତା ନଥିଲେ ବରଂ ସ୍ୱାଧୀନତା ସଂଗ୍ରାମରେ ଜଣେ ଆଧ୍ୟାତ୍ମିକ ନେତା ମଧ୍ୟ ଥିଲେ, ଯିଏ ସତ୍ୟାଗ୍ରହ କରି ଅହିଂସା ମାର୍ଗ ଆପଣେଇ ଥିଲେ । ଆଡ଼ମସଙ୍କ ଅନୁଯାୟୀ ଗାନ୍ଧୀ ଅନେକ ମହିଳାଙ୍କ ସହ ଉଲଗ୍ନ ଅବସ୍ଥାରେ ଗାଧୋଉଥିଲେ । ସେ ଉଲଗ୍ନ ହୋଇ ମହିଳାମାନଙ୍କ ଦ୍ୱାରା ମାଲିସ୍ କରାଉଥିଲେ । ସେ ଦୃଢ଼ୀଇଚ୍ଛା ଏବଂ ସହନଶୀଳତାକୁ ପରୀକ୍ଷା କରିବାପାଇଁ ଏଭଳି କରୁଥିଲେ ।

ଏହି କଥାପାଇଁ ଜୀବନ ସାରା ଅନୁତପ୍ତ ଥିଲେ:-

ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀଙ୍କ ଉପରେ ମଧ୍ୟ ଏହି ପୁସ୍ତକରେ ଅନେକ ଖୁଲସା କରାଯାଇଛି । ପୁସ୍ତକ ଅନୁଯାୟୀ, ଗାନ୍ଧିଜୀଙ୍କୁ ତାଙ୍କ ପତ୍ନୀଙ୍କ ସହ ଥରେ କରାଯାଇଥିବା ଶାରୀରିକ ସମ୍ପର୍କ ଯୋଗୁଁ ସାରା ଜୀବନ ପାଇଁ ଅନୁତାପ ରହିଥିଲା । କୁହାଯାଏ ଯେ ସେ ୧୮୮୫ ମସିହାରେ ଗାନ୍ଧୀଙ୍କ ଶ୍ୱଶୁର ଅର୍ଥାତ କସ୍ତୁରବା ଗାନ୍ଧୀଙ୍କର ପିତାଙ୍କ ଦେହାନ୍ତ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଗାନ୍ଧିଜୀ ସେହି ସମୟରେ ହୋଇଥିବା ଶାରୀରିକ ସମ୍ପର୍କକୁ କେବେ ମଧ୍ୟ ଭୁଲି ପାରିଲେ ନାହିଁ ଏବଂ ସେ ସେଥିପାଇଁ ସାରା ଜୀବନ ଏହା ଅନୁତପ୍ତ ରହିଥିଲେ । କୁହାଯାଏ ଯେ ଏହି ଘଟଣା ପରେ ସେ ନିଜକୁ ଘୃଣା କରିବା ଆରମ୍ଭ କରିଥିଲେ । ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ଗାନ୍ଧିଜୀ ତାଙ୍କ ଜୀବନ କାଳରେ ଅନ୍ୟ ଅନେକ ମହିଳାଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ ।

Be the first to comment

Leave a Reply

Your email address will not be published.


*