ଦୁନିଆରୁ ବିଦାୟ ନେବା ପରେ ଏହି ୫ ଜଣ ଅଭିନେତ୍ରୀଙ୍କ ଘରଲୋକ ହୋଇଗଲେ କୋଟିପତି । ଏହି ପରିବାର ପାଖକୁ ଆସିଲା ୨୪୭ କୋଟିର ସମ୍ପତ୍ତି !

ଦୁନିଆରୁ ବିଦାୟ ନେବା ପରେ ଏହି ୫ ଜଣ ଅଭିନେତ୍ରୀଙ୍କ ଘରଲୋକ ହୋଇଗଲେ କୋଟିପତି । ଏହି ପରିବାର ପାଖକୁ ଆସିଲା ୨୪୭ କୋଟିର ସମ୍ପତ୍ତି !

ବଲିଉଡ଼ରେ କିଛି ଅଭିନେତ୍ରୀଙ୍କ ଅକସ୍ମାତ ମୃତ୍ୟୁ ଆମକୁ ଆଜି ମଧ୍ୟ ଚିନ୍ତିତ କରିଥାଏ । କିଛି ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଆମକୁ ଆଜି ମଧ୍ୟ ଜଣାନାହିଁ । ଏହି ଅଭିନେତ୍ରୀ ଦୁନିଆକୁ ଛାଡ଼ି ଚାଲିଗଲେ ସତ କିନ୍ତୁ ନିଜ ପଛରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି । ଏମାନେ ବଞ୍ଚିଥିବା ସମୟରେ ଏତେ ଟଙ୍କା ରୋଜଗାର କରିଥିଲେ ଯେ ଏମାନେ ଦୁନିଆ ଛାଡ଼ି ଯିବା ପରେ ଏମାନଙ୍କ ପରିବାର ଲୋକଙ୍କୁ କାମ କରିବା ଆବଶ୍ୟକତା ନାହିଁ । ଏହି ଅଭିନେତ୍ରୀ ମାନେ ପରିଶ୍ରମ କରି ଏତେ ଟଙ୍କା ରୋଜଗାର କରିଛନ୍ତି ଯେ ଏମାନଙ୍କ ସାତ ପୁରୁଷ ବସି ଖାଇଲେ ମଧ୍ୟ ସରିବ ନାହିଁ । ଆଜି ଆମକୁ ଏହି ଲେଖାରେ କହିବାକୁ ଯାଉଛୁ ଯେ କେଉଁ ଅଭିନେତ୍ରୀ ନିଜ ପଛରେ କେତେ ଟଙ୍କା ଛାଡ଼ି ଯାଇଛନ୍ତି ।

ଜିୟା ଖାନ୍

newstrend

‘ଗଜନୀ’ ଓ ‘ନିଶବ୍ଦ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଜିୟା ବଲିଉଡ଼ର ଜଣେ ପରିଚିତ ଅଭିନେତ୍ରୀ ହୋଇଗଲେ । ମୁମ୍ବାଇକୁ ଆସିବା ପରେ ଜିୟାଙ୍କ ଦେଖା ହେଲା ଆଦିତ୍ୟ ପାଞ୍ଚୋଲୀଙ୍କ ସହିତ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଦେଲେ ଏବଂ ଦୁହିଁଙ୍କୁ ପ୍ରେମ ହୋଇଗଲା । କିନ୍ତୁ ଏହି ସମ୍ପର୍କର ଶେଷ ବହୁତ ଭୟାବହ ଥିଲା । ଜିୟାଙ୍କ ଶବ ୩ ଜୁନ୍ ୨୦୧୩ ମସିହାରେ ତାଙ୍କ ଜୁହୁ ସ୍ଥିତ ଅପାର୍ଟମେଣ୍ଟରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ଛୋଟ ବୟସରେ ଜିୟା ନିଜ ପରିବାର ଲୋକଙ୍କ ପାଇଁ ୧୫ କୋଟିର ସମ୍ପତ୍ତି ଛାଡ଼ି ଯାଇଛନ୍ତି ।

ଦିବ୍ୟା ଭାରତୀ

newstrend

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଏପରି ଅଭିନେତ୍ରୀ ଥିଲେ ଯିଏକି ବହୁତ ଛୋଟ ବୟସରେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ । ସେ ଅନେକ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ଦିବ୍ୟା ସୁନ୍ଦରୀ ହେବା ସଙ୍ଗେ ସଙ୍ଗେ ବହୁତ ପ୍ରତିଭାବାନ ଅଟନ୍ତି । ଯଦିଓ, ତାଙ୍କ ଫିଲ୍ମୀ କ୍ୟାରିୟର ବହୁତ ଛୋଟ ଥିଲା କିନ୍ତୁ ସେହି ସମୟରେ ମଧ୍ୟ ସେ ଅନେକ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ଜଣାଇଦେଉଛୁ ଯେ ଦିବ୍ୟା ଭାରତୀଙ୍କ ମୃତ୍ୟୁ କୋଠାଘରର ପାଞ୍ଚ ମହଲାରୁ ପଡ଼ିବା ଯୋଗୁଁ ହୋଇଥିଲା । ମୃତ୍ୟୁ ପରେ ଦିବ୍ୟା ଭାରତୀ ନିଜ ଘର ଲୋକଙ୍କ ପାଇଁ ୭୦ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଥିଲେ ।

ଶ୍ରୀଦେବୀ

newstrend

ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ନିଶା ଅବସ୍ଥାରେ ବାଥରୁମର ବାଥ ଟବରେ ବୁଡ଼ି ହୋଇଥିଲା । ସେ ଦୁବାଇ ନିଜ ପରିବାର ସହିତ ଏକ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ଶ୍ରୀଦେବୀଙ୍କୁ ବଲିଉଡ଼ର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ । ସେ ନିଜ ଫିଲ୍ମୀ କ୍ୟାରିୟରରେ ଗୋଟିଏରୁ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ଜଣାଇଦେଉଛୁ ଯେ, ଶ୍ରୀଦେବୀ ନିଜ ପଛରେ ୨୪୭ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି ।

ସୌନ୍ଦର୍ଯ୍ୟା

newstrend

ସୌନ୍ଦର୍ଯ୍ୟା ସାଉଥ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ବଲିଉଡ଼ର କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଲୋକେ ସୌନ୍ଦର୍ଯ୍ୟାଙ୍କୁ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶମ୍’ ପାଇଁ ଆଜି ମଧ୍ୟ ମନେ ପକାନ୍ତି । ସୌନ୍ଦର୍ଯ୍ୟା ଜଣେ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ରାଜନେତା ମଧ୍ୟ ଅଟନ୍ତି । ନିର୍ବାଚନ ପ୍ରଚାର ସମୟରେ ସୌନ୍ଦର୍ଯ୍ୟା ଉଡାଯାହାଜ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ନିଜ ପଛରେ ୫୦ କୋଟି ଟଙ୍କା ଛାଡ଼ି ଯାଇଥିଲେ ।

ରିମା ଲାଗୁ

newstrend

ରିମା ଲାଗୁ ବଲିଉଡ଼ ଓ ଛୋଟ ପରଦାର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ମାଁ ଚରିତ୍ର ପାଇଁ ରିମା ବେଶ୍ ପରିଚିତ । ରିମାଙ୍କୁ ତାଙ୍କ ଉତ୍ତମ ଅଭିନୟ ଓ ଚରିତ୍ର ପାଇଁ ଲୋକେ ଆଜି ମଧ୍ୟ ମନେ ପକାନ୍ତି । ଜଣାଇଦେଉଛୁ ଯେ, ହୃଦଘାତ ଯୋଗୁଁ ରିମାଙ୍କ ନିଧନ ହୋଇଥିଲା । ସେ ନିଜ ପଛରେ ୩୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *