ଭାରତ ପରେ ଆମେରିକାରେ ମଧ୍ୟ Tik Tok ଉପରେ ବ୍ୟାନର ପ୍ରସ୍ତୁତି ! ବର୍ତ୍ତମାନ ଚୀନରୁ ବାହାରି ଯାଇପାରେ କମ୍ପାନୀ ।

ଭାରତ ପରେ ଆମେରିକାରେ ମଧ୍ୟ Tik Tok ଉପରେ ବ୍ୟାନର ପ୍ରସ୍ତୁତି ! ବର୍ତ୍ତମାନ ଚୀନରୁ ବାହାରି ଯାଇପାରେ କମ୍ପାନୀ ।

ଷ୍ଟେଟ୍ ସେକ୍ରେଟାରୀ ମାଇକ୍ ପୋମ୍ପିୟୋ ଆମେରିକୀୟ ଅଧିବାସୀ ମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ନିଜ ବ୍ୟକ୍ତିଗତ ସୂଚନାକୁ ଚୀନୀ କମ୍ୟୁନିଷ୍ଟ ପାର୍ଟିର ହାତରେ ଯିବାକୁ ଦିଅନ୍ତି ନାହିଁ ସେମାନେ ଟିକଟକକୁ ଡାଉନଲୋଡ଼ କରନ୍ତୁ ନାହିଁ । ଅର୍ଥାତ ଏହା ଊପରେ ଡାଟା ସେୟରିଂର ଅଭିଯୋଗ କରାଯାଇଛି ।

google

ଭାରତ-ଚୀନ୍ ବିବାଦ ଭିତରେ ଭାରତରେ ଟିକ୍ ଟକ୍ ସମେତ ୫୯ଟି ଚୀନୀ ଏପକୁ ବ୍ୟାନ୍ କରିଦିଆଯାଇଛି । ଏହାକୁ ଲକ୍ଷ୍ୟ କରି ବର୍ତ୍ତମାନ ଆମେରିକାରେ ମଧ୍ୟ ଟିକ୍ ଟକ୍ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି । ଏହିସବୁକୁ ଲକ୍ଷ୍ୟ କରି ବିଜିଙ୍ଗ ସ୍ଥିତ କମ୍ପାନୀ ବାଇଟଡାନ୍ସ, କମ୍ପାନୀର କର୍ପୋରେଟ ଷ୍ଟ୍ରକଚରକୁ ବଦଳାଇବା ଏବଂ ଟିକ୍ ଟକ୍ ପାଇଁ ଏକ ଭିନ୍ନ ମେନେଜମେଣ୍ଟ ବୋର୍ଡ଼ ପ୍ରସ୍ତୁତି କରିବା ପାଇଁ ବିଚାର କରାଯାଉଛି ।

ହେଡକ୍ୱାଟରକୁ ଚୀନରୁ ବାହାର କରିବା ବିଚାର କରାଯାଉଛି

ବାଲ ଷ୍ଟ୍ରିଟ୍ ଜର୍ଣ୍ଣଲ ରିପୋର୍ଟ ଅନୁଯାୟୀ, ବାଇଟଡାନ୍ସ ମେନେଜମେଣ୍ଟ ଏହାର ହେଡକ୍ୱାଟରକୁ ଚୀନରୁ ବାହାର କରାଯାଇ ଏକ ଭିନ୍ନ ମୁଖ୍ୟାଳୟ ତିଆରି କରିବା କଥା ଚିନ୍ତା କରୁଛନ୍ତି । ଏକ ମନ୍ତବ୍ୟରେ ଟିକ୍ ଟକ୍ କମ୍ପାନୀ କହିଛି ଯେ, “ଆମେ ନିଜ ୟୁଜର୍ସ, କର୍ମଚାରୀ, କଳାକାର ଓ ପାଟନର୍ସ ଆଦି ପାଇଁ ଆଗକୁ ବଢିବୁ ।

google

ଜଣାଇଦେଉଛୁଯେ ଚୀନର ଭିଡ଼ିଓ ସେୟରିଂ ସୋସିଆଲ ନେଟୱାର୍କିଙ୍ଗ ସର୍ଭିସ୍ ଟିକ୍ ଟକର ମାଲିକାନା ବାଇଟଡାନ୍ସ କମ୍ପାନୀ ନିକଟରେ ରହିଛି । ବର୍ତ୍ତମାନ ଟିକ୍ ଟକର ବାଇଟଡାନ୍ସରୁ ଭିନ୍ନ ଅନ୍ୟ କୌଣସି ହେଡକ୍ୱାଟର ନାହିଁ । ଏହାର ପାଞ୍ଚଟି ସବୁଠାରୁ ବଡ଼ ଅଫିସ୍ ଲସ୍ ଏଞ୍ଜିଲିସ୍, ନ୍ୟୁୟର୍କ, ଲଣ୍ଡନ, ଡ଼ବଲୀନ୍ ଓ ସିଙ୍ଗାପୁର ଠାରେ ରହିଛି । ଟିକ୍ ଟକ୍ ବୈଶ୍ବିକ ଆଧାର ଉପରେ ନିଜର ନୂତନ ହେଡକ୍ୱାଟର ଖୋଲିବା ପାଇଁ କେତୋଟି ସ୍ଥାନରେ ବିଚାର କରାଯାଉଛି ।

ଭାରତରେ ଚୀନୀ ଏପ୍ସ ଗୁଡ଼ିକ ଉପରେ ବ୍ୟାନ୍ ଲଗାଇବା ଫଳରେ କମ୍ପାନୀ ଗୁଡ଼ିକୁ ଅଶେଷ କ୍ଷତିର ସମ୍ମୁଖୀନ ହୋଇଛି ଏବଂ ଆଗାମୀ ଦିନରେ କମ୍ପାନୀ ଅନ୍ୟ ଦେଶରୁ ମଧ୍ୟ ଏପରି ଭାବରେ ପ୍ରତିକ୍ରିୟା ଦେଖିବାକୁ ମିଳିପାରେ । ଯେପରିକି ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ସାଂସଦ ଏହି ଏପଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବ ଆଗତ କରିଛନ୍ତି । ଏହିପରି କମ୍ପାନୀ ସମୟ ଥାଉ ଥାଉ ନିଜ ପାଇଁ ନୂତନ ସ୍ଥାନ ଖୋଜିବା ବିକଳ୍ପ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।

ଆମେରିକା ମଧ୍ୟ ବ୍ୟାନ୍ କରିବ ବୋଲି କରୁଛି ବିଚାର

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣଲ ରିପୋର୍ଟରେ କୁହାଯାଇଛି ଯେ ଟିକ୍ ଟକ୍ ଏପକୁ ସବୁଠାରୁ ଅଧିକ ଡାଉନଲୋଡ଼ ଆମେରିକାରେ କରାଯାଇଥାଏ । ଯେଉଁଠାରେ ଯୁବପିଢ଼ି ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ ଅଟେ । କିନ୍ତୁ ବର୍ତ୍ତମାନ ଭାରତର ଚୀନ୍ ବିରୁଦ୍ଧରେ ଡିଜିଟାଲ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରିଛନ୍ତି ।

google

ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ତାଙ୍କ ପ୍ରଶାସନ ଆମେରିକାରେ ଏହି ଏପ ଉପରେ ବ୍ୟାନ୍ ଲଗାଇବା ଉପରେ ବିଚାର କରୁଛନ୍ତି କାରଣ କରୋନା ଭାଇରସ୍ ସଂକଟକୁ ନେଇ ଚୀନ୍ ବିରୁଦ୍ଧରେ ଉତ୍ତର ଦାୟୀ କାର୍ଯ୍ୟକାରୀ କରାଯାଇପାରିବ । ଏହା ସହିତ ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଆମେରିକୀୟ ୟୁଜର୍ସ ମାନଙ୍କ ପ୍ରାଇଭେସିକୁ ଧ୍ୟାନରେ ରଖି ନିଆଯାଇଛି ।

ଏପରେ ଡାଟା ସେୟରିଂର ଲାଗୁଛି ଅଭିଯୋଗ

google

ଷ୍ଟେଟ୍ ସେକ୍ରେଟାରୀ ମାଇକ୍ ପୋମ୍ପିୟୋ ଆମେରିକୀୟ ଲୋକଙ୍କୁ କହିଛନ୍ତି ଯେ ଯଦି ସେମାନେ ବ୍ୟକ୍ତିଗତ ସୂଚନା ଚୀନୀ କମ୍ୟୁନିଷ୍ଟ ପାର୍ଟିକୁ ଦେବାକୁ ଚାହଁନ୍ତି ନାହିଁ ତେବେ ଏହି ଏପକୁ ଡାଉନଲୋଡ଼ କରନ୍ତୁ ନାହିଁ । ଅର୍ଥାତ ଏପ ଉପରେ ଡାଟା ସେୟରିଂର ଅଭିଯୋଗ ରହିଛି । ଯଦିଓ ଟିକ୍ ଟକ୍ ତରଫରୁ ବାରମ୍ବାର ଏହି ଦଲିଲ୍ ଦିଆଯାଉଛି ଯେ ଚୀନ୍ ସରକାର ୟୁଜର୍ସ ମାନଙ୍କ ଡାଟା ଓ ବିଭିନ୍ନ ତଥ୍ୟ ସହିତ କିଛି ଭୁଲ୍ କରିନାହାନ୍ତି ।

Leave a Reply

Your email address will not be published. Required fields are marked *