ପତିଙ୍କ ସେକ୍ସ ଡିମାଣ୍ଡକୁ ନେଇ ଚିନ୍ତିତ ହୋଇ ପତ୍ନୀ ଘରୁ ପଳାଇଲେ ! କହିଲେ- ଲକ୍ଡ଼ାଉନ୍ ହଟାଅ କିମ୍ବା ପତିଙ୍କୁ ଅଫିସ୍ ଯିବାକୁ ଦିଅନ୍ତୁ ।

ପତିଙ୍କ ସେକ୍ସ ଡିମାଣ୍ଡକୁ ନେଇ ଚିନ୍ତିତ ହୋଇ ପତ୍ନୀ ଘରୁ ପଳାଇଲେ ! କହିଲେ- ଲକ୍ଡ଼ାଉନ୍ ହଟାଅ କିମ୍ବା ପତିଙ୍କୁ ଅଫିସ୍ ଯିବାକୁ ଦିଅନ୍ତୁ ।

ଲକ୍ଡ଼ାଉନ୍ ସମୟରେ ଦିନ-ରାତି ପତି ସେକ୍ସ ପାଇଁ ଡିମାଣ୍ଡ କରୁଛନ୍ତି, ଘରୁ ପଳାଇ ପତ୍ନୀ ସୋସିଆଲ ମିଡିଆରେ ଦୁଃଖ ଯନ୍ତ୍ରଣା ଜର୍ଜରିତ କୋହଭରା ବୟାନ କରିଥଲେ…

କରୋନା ମହାମାରିର ପ୍ରକୋପକୁ ଦୃଷ୍ଟିରେ ରଖି କେବଳ ଭାରତ ହିଁ ନୁହଁ ବରଂ ବିଶ୍ୱର ଅନେକ ଦେଶମାନେ ଲକ୍ଡ଼ାଉନ୍ ଲାଗୁ କରି ଦେଇଛନ୍ତି । ଏହି ଲକ୍ଡ଼ାଉନର ଅପରପକ୍ଷରେ ଆହୁରି ବଡ଼ ବଡ଼ ସମସ୍ୟାମାନ ସାମ୍ନାକୁ ଆସୁଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ପ୍ରଚୁର ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଘାନା ଦେଶର ଜଣେ ମହିଳା ଲକ୍ଡ଼ାଉନ୍ ଚାଲିଥିବା ସମୟରେ ନିଜ ସମସ୍ୟା ବିଷୟରେ କହିଛନ୍ତି । ଲକ୍ଡ଼ାଉନ୍ ଚାଲିଥିବା ସମୟରେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଛି କି, ସେ ନିଜ ଘର ଛାଡି ପଳାଇ ଯିବାକୁ ବାଧ୍ୟ ହୋଇଥିଲେ ଓ ନିଜ ଅଫିସକୁ ଯିବାକୁ ପଡ଼ିଥିଲା । ଏହାର କରାଣ ହେଉଛି, ତାଙ୍କ ପତି ସେକ୍ସକୁ ନେଇ ଅତ୍ୟଧିକ ଦାବି କରିଥିଲେ । ଏହି ସମସ୍ୟା କେବଳ ଏହି ମହିଳାଙ୍କର ନୁହେଁ ବରଂ ଅନେକ ସ୍ତ୍ରୀମାନଙ୍କର ଅଟେ ଯେଉଁମାନେ ନିଜ ସ୍ୱାମୀ ଅତ୍ୟଧିକ ମାତ୍ରାରେ ସେକ୍ସ ଡ୍ରାଇଭକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ପ୍ରତ୍ୟେକ ସମୟରେ ସେକ୍ସକୁ ନେଇ ପତ୍ନୀ ଚିନ୍ତିତ :

ମହିଳା ଜଣଙ୍କ ନିଜ ସୋସିଆଲ ମିଡିଆରେ ନିଜ ଯନ୍ତ୍ରଣା ବିଷୟରେ ବୟାନ କରିବା ସହ କହିଛନ୍ତି ଯେ, ଆଖିର ନିଦ ଭାଙ୍ଗି ନ ଥିବ ପତି ସେକ୍ସ ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ଯଦି ଆପଣ ତାହା ମଧ୍ୟ କରିଦିଅନ୍ତି ତା’ ପରେ ପୁଣି ଖାଦ୍ୟ ପ୍ରସ୍ତୁତ କର, ସେ ଖାଇବେ, ଟିଭି ଦେଖିବେ ଏବଂ କିଛି ସମୟ ପରେ ତାଙ୍କୁ ପୁଣି ସେକ୍ସ ଦରକାର, ପୁଣି ସେକ୍ସ, ପୁଣି ସେକ୍ସ….. ଆମ୍ଭେ ଲକ୍ଡ଼ାଉନ୍ ସମୟରେ ସେକ୍ସ ପାଇଁ ହିଁ ରହୁଛୁ ନା କଣ, ଆମେ ତ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ରହିଛୁ ନା ? ମୋ ପତି ବହୁତ ସେକ୍ସ କରୁଛନ୍ତି ।

ମହିଳା ମାନଙ୍କର କହିବା ଏହା ଅଟେ କି, ଯଦି ଲକ୍ଡ଼ାଉନ୍ ଶେଷ କରାଯାଉ ନାହିଁ, ତେବେ ସେମାନଙ୍କ ପତିମାନଙ୍କୁ କାମକୁ ପଠାଯାଉ । କହିରଖୁଛୁ କି, ଘାନାରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଉର୍ଦ୍ଧ୍ବ ଲୋକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି । ଏହି କଥା କେବଳ ଗୋଟିଏ ଦେଶର କିମ୍ବା ଗୋଟିଏ ପରିବାରର ହିଁ ନୁହେଁ । ଅନେକ ସ୍ତ୍ରୀ ଲୋକମାନେ ଏହି ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯେତେବେଳେ ତାଙ୍କୁ ବିନା ଇଚ୍ଛା ଏବଂ ଭାବନାରେ ପତିଙ୍କ ଇଚ୍ଛାକୁ ପୂରଣ କରିବାକୁ ପଡିଥାଏ । ଏହିପରି ହିଁ କେତେକ ପରିସ୍ଥିତିରେ ମହିଳାମାନେ ଏହିପରି କିଛି ପଦକ୍ଷେପ ଉଠାଇଥାନ୍ତି ।

ମନା କରିବା ଜରୁରୀ ଅଟେ :

Google

ବିବାହ ପରେ ଅନେକ ମହିଳା ସ୍ୱାମୀଙ୍କୁ ମନା କରିବାକୁ ଅସମର୍ଥ କାରଣ ସେମାନେ ଭାବନ୍ତି ଯେ ସ୍ୱାମୀ ଖରାପ ଅନୁଭବ କରିପାରନ୍ତି । ଯଦି ଆପଣ ଇଚ୍ଛା କରନ୍ତି ନାହିଁ, ତେବେ ଦୟାକରି ସ୍ୱାମୀକୁ ମନା କରନ୍ତୁ । ନିଜର ପ୍ରତ୍ୟାଖ୍ୟାନରେ ନିଜର ଦୁର୍ବଳତା ଦେଖିବା ଉଚିତ୍ ନୁହେଁ । ଯଦି ଗୋଟିଏ ଥରେ ଆପଣଙ୍କ ପତି ବୁଝନ୍ତି ନାହିଁ, ତେବେ ତାଙ୍କୁ ଖୋଲାଖୋଲି ଭାବେ ବୁଝାନ୍ତୁ କି, ଆପଣଙ୍କୁ ତାଙ୍କର ଏହିପରି ବ୍ୟବହାର ଦ୍ୱାରା ସମସ୍ୟା ହେଉଛି।

ଦୂରତା ରଖନ୍ତୁ :

Google

ନିଜ ଘରେ ଯଦି ଆପଣ ଲକ୍ଡ଼ାଉନ ହେତୁ ବନ୍ଦି ହୋଇ ରହିଛନ୍ତି, ତେବେ ମଧ୍ୟ କିଛି ଦୂରତା ରଖନ୍ତୁ । ପ୍ରତ୍ୟେକ ସମୟରେ ଏକାଠି ବସିବା ଏବଂ ସବୁବେଳେ ପାଖାପାଖି ରହିବା ଦ୍ୱାରା ଅନେକ ଥର ସେ ଆପଣଙ୍କର କୌଣସି କଥାକୁ ବୁଝିପାରନ୍ତି ନାହିଁ । ଏମିତି କିଛି କାମ କରନ୍ତୁ ଯେଉଁଥିରେ ସେ ସାମିଲ ହୋଇପାରିବେ ନାହିଁ । ଯଦି ସମ୍ଭବ, ତେବେ ଅଲଗା ଅଲଗା କୋଠରୀରେ ଶୁଅନ୍ତୁ । ହୋଇପାରେ କି ଏହା ଆପଣଙ୍କ ସ୍ୱାମୀଙ୍କୁ ଖରାପ ଲାଗିପାରେ କିନ୍ତୁ ନିଜର ଯତ୍ନ ନିଶ୍ଚୟ ରଖନ୍ତୁ ।

ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରନ୍ତୁ :

Google

ଯଦି ଆପଣ ସଙ୍ଗରୋଧରେ ଅଛନ୍ତି; ତେବେ ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହିତ ଫୋନରେ କଥା ହୋଇପାରିବେ । ଆପଣଙ୍କ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଯେଉଁମାନେ ଅତି ନିକଟତର ଅଟନ୍ତି । ସେମାନଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରନ୍ତୁ । ନିଜ ଜୀବନରେ ଅଧିକ ଲୋକମାନଙ୍କୁ ଫୋନ୍ ମାଧ୍ୟମରେ ସାମିଲ କରନ୍ତୁ କିମ୍ବା ନିଜର ଏବଂ ଆପଣଙ୍କ ସ୍ୱାମୀଙ୍କ କୌଣସି ପାରସ୍ପରିକ ବନ୍ଧୁଙ୍କୁ ଆପଣ ଏହା କହିପାରିବ ଯିଏ ଆପଣଙ୍କର ସମସ୍ୟାକୁ ଶୁଣି ଆପଣଙ୍କ ପତିଙ୍କୁ କହିପାରିବେ । ଅନେକ ଥର ଅନ୍ୟମାନଙ୍କ ଦ୍ୱାରା ବୁଝାଇବା ଦ୍ୱାରା ବିଷୟଟି ଅନେକ ଥର ବୁଝା ପଡ଼ି ଯାଇଥାଏ । ତଥାପି, ଚେଷ୍ଟା କରନ୍ତୁ ଯେ, ସ୍ୱାମୀଙ୍କୁ ତୁମର ସମସ୍ୟା କହିବାକୁ ଏବଂ ଏହାକୁ ବୁଦ୍ଧିମାନ ଭାବରେ ଏହାର ସମାଧାନ କରନ୍ତୁ ।

Leave a Reply

Your email address will not be published. Required fields are marked *