କଣ ଆପଣ ଜାଣିଛନ୍ତି କି ? କେତେ ଦିନ ପରେ ଅନ୍ୟମାନଙ୍କୁ ସଂକ୍ରମିତ କରେ ନାହିଁ କରୋନା ଭୁତାଣୁ ! ଏହି କଥାକୁ ଧ୍ୟାନରେ ରଖନ୍ତୁ…

କଣ ଆପଣ ଜାଣିଛନ୍ତି କି ? କେତେ ଦିନ ପରେ ଅନ୍ୟମାନଙ୍କୁ ସଂକ୍ରମିତ କରେ ନାହିଁ କରୋନା ଭୁତାଣୁ ! ଏହି କଥାକୁ ଧ୍ୟାନରେ ରଖନ୍ତୁ…

କରୋନା ଭୁତାଣୁର ଅନେକ ଲକ୍ଷଣ ସାମ୍ନାକୁ ଆସିଅଛି । ଥଣ୍ଡା ଏବଂ ଜ୍ୱର ସହ ମୁଣ୍ଡବ୍ୟଥାକୁ ମଧ୍ୟ କରୋନା ଭୁତାଣୁର ଲକ୍ଷଣ ଭାବରେ ବିବେଚନା କରାଯାଏ । ଏଭଳି କିଛି ମାମଲା ମଧ୍ୟ ସାମ୍ନାକୁ ଆସିଅଛି, ଯେଉଁଠାରେ ସଂକ୍ରମିତ ମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ନଥିଲା ତଥାପି ରିପୋର୍ଟ ପଜିଟିଭ୍ ଆସିଅଛି । ଏହାକୁ ରୋଗର ଏକ ନୂତନ ରୂପ ଭାବରେ ମଧ୍ୟ ବିବେଚନା କରାଯାଏ, ଏଥିପାଇଁ ହାଲୁକା ଲକ୍ଷଣକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ଏହି କାରଣରୁ ୧୪ ଦିନର ଆରୋଗ୍ୟଲାଭ ସମୟରେ ୫ ରୁ ୧୦ ଦିନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆସନ୍ତୁ ଜାଣିବା ସଂକ୍ରମଣର କେତେ ଦିନ ପରେ ଭୁତାଣୁ ନିଜର ପ୍ରକୃତ ରୂପ ଦେଖାଇଥାଏ ।

ହାଲୁକା ଲକ୍ଷଣ:-

ଅଧିକାଂଶ ମାମଲା ହାଲୁକା ଲକ୍ଷଣଯୁକ୍ତ ହୋଇଥାଏ । ଏଭଳି ଲକ୍ଷଣଯୁକ୍ତ ଲୋକମାନେ ଘରେ ରହି ନିଜର ଚିକିତ୍ସା କରାଇପାରିବେ । ଭୁତାଣୁର ଏହି ରୂପକୁ ସରଳତାର ସହ ନିୟନ୍ତ୍ରଣ କରାଯାଇପାରିବ । ଡାକ୍ତର ମାନଙ୍କ ଅନୁଯାୟୀ, ଶରୀରରେ ୫ମ ଦିନରୁ ଦେଖା ଯାଉଥିବା ଲକ୍ଷଣକୁ ମାପିବାର ଆବଶ୍ୟକତା ହୋଇଥାଏ । ଯଦି କୌଣସି ବ୍ୟକ୍ତି ନିଜ ଆରୋଗ୍ୟଲାଭ ସମୟ ମଝିରେ ଅଛନ୍ତି ଏବଂ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଅଛି, ତେବେ ତାଙ୍କୁ ବିଶେଷ ଧ୍ୟାନର ଆବଶ୍ୟକତା ରହିଛି ।

ସଂକ୍ରମଣ ବ୍ୟାପିବାର ରହିଥାଏ ଭୟ:-

ସଂକ୍ରମିତ ହେଉ ହେଉ ଏହାର ଲକ୍ଷଣ ବୁଝା ପଡେନାହିଁ । କିଛି ଲୋକଙ୍କୁ ଜ୍ଵର ଆସିବା ସହ କେତେକ ଲୋକଙ୍କୁ ଥକା ଅନୁଭବ ହୋଇଥାଏ । ଏଭଳି ପରିସ୍ଥିତିରେ ଥକା ହେବା ସହ ହାଲୁକା ଲକ୍ଷଣ ଦେଖା ଯାଇଥାଏ ଏବଂ କିଛି ଲୋକଙ୍କ ମଧ୍ୟରେ ଲକ୍ଷଣ ଦେଖା ଯାଇନଥାଏ । ଏହି ସମୟରେ ୫ ରୁ ୧୦ ଦିନ ମଧ୍ୟରେ ଶରୀରରେ ସଂକ୍ରମଣ ବ୍ୟାପିବାର ଭୟ ଅଧିକ ରହିଥାଏ ।

୫ ରୁ ୧୦ ଦିନ ମଧ୍ୟରେ ରହିଥାଏ ଭୟ:-

କରୋନା ସଂକ୍ରମଣର ୫ ରୁ ୧୦ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବାର ଭୟ ଅଧିକ ରହିଥାଏ । ଏହାସହ ସଂକ୍ରମଣ ବ୍ୟାପିବାର ଭୟ ରହିଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଦୂରତା ଅବଲମ୍ବନ କରି ରହିବା ଉଚିତ୍ ।

୧୦ ଦିନରେ ଶେଷ ହୋଇଯାଏ ଏହି ଭୁତାଣୁ:-

କରୋନାରେ ସଂକ୍ରମିତ ହେବା ପରେ ବ୍ୟକ୍ତି ୧୦ ଦିନ ପରେ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରନ୍ତିନାହିଁ । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କରୋନା ପଜିଟିଭ୍ ଲୋକମାନଙ୍କୁ ଘରେ ‘ଆଇଶୋଲେସନ୍’ରେ ରହିବାକୁ ପରାମର୍ଶ ଦେଇଥାନ୍ତି । କାରଣ ଭୁତାଣୁର ଶକ୍ତି କମ୍ ହୋଇଯାଏ । ଏଭଳି ପରିସ୍ଥିତିରେ ଅନ୍ୟମାନଙ୍କର ସଂକ୍ରମଣ ହେବାର ଆଶଙ୍କା କମ୍ ହୋଇ ଯାଇଥାଏ ।

ଅଧ୍ୟୟନରେ ହେଲା ଖୋଲାସା:-

କରୋନା ଭୁତାଣୁକୁ ନେଇ ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ୯ ଦିନ ପରେ ଅନ୍ୟମାନଙ୍କ ମଧ୍ୟରେ ସଂକ୍ରମଣ ବିସ୍ତାର କରନ୍ତିନାହିଁ । ଏଭଳି ପରିସ୍ଥିତିରେ ଜଣାପଡିବାର ତୁରନ୍ତ ପରେ ବ୍ୟକ୍ତିଙ୍କୁ ଘରେ ଆଇଶୋଲେଟ୍ କରାଯାଇଥାଏ ।

ଏଣ୍ଟିବଡି ଦ୍ୱାରା ରୋକିଥାଏ ସଂକ୍ରମଣ:-

ଏଣ୍ଟିବଡି ପରୀକ୍ଷା ମାଧ୍ୟମରେ ଜଣାପଡ଼ିଥାଏ କି ଆପଣଙ୍କ ଶରୀରରେ କରୋନା ଭୁତାଣୁ ସହ ଲଢ଼ିବା ପାଇଁ ପ୍ରତିରକ୍ଷା ପ୍ରଣାଳୀ ତିଆରି ହୋଇଛି କି ନାହିଁ । ଏଣ୍ଟିବଡି ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇପାରିବ କି ଏହି ଭୁତାଣୁ କେତେ ବିପଦଜନକ ଅଟେ ।

Leave a Reply

Your email address will not be published. Required fields are marked *