FIR ଲେଖାଇବା ପରେ ପ୍ରଥମଥର ପାଇଁ ସମ୍ନାକୁ ଆସିଲେ ରିୟା ଚକ୍ରବର୍ତ୍ତୀ ! ଭିଡ଼ିଓରେ କାନ୍ଦି କାନ୍ଦି କହିଲେ ଏହି କଥା…

FIR ଲେଖାଇବା ପରେ ପ୍ରଥମଥର ପାଇଁ ସମ୍ନାକୁ ଆସିଲେ ରିୟା ଚକ୍ରବର୍ତ୍ତୀ ! ଭିଡ଼ିଓରେ କାନ୍ଦି କାନ୍ଦି କହିଲେ ଏହି କଥା…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବର୍ତ୍ତମାନ ନୂଆ ଖୁଲାସା ସମ୍ନାକୁ ଆସୁଛି । ଏବେ ସୁଶାନ୍ତଙ୍କ ପିତା କେ.କେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ହଇରାଣ କରିବା ଏବଂ ପଇସା ଲୁଟିବା ଆରୋପରେ FIR ଦେଇଥିଲେ । ଏହା ପରଠାରୁ ବିହାର ପୋଲିସ ରିୟାଙ୍କୁ ପଚରାଉଚୁରା କରିବା ପାଇଁ ମୁମ୍ବାଇ ପହଞ୍ଚିଥିଲେ ମାତ୍ର ରିୟା ସେଠାରେ ମିଳିନଥିଲେ । ତା’ପରଠାରୁ ରିୟା ମିଡିଆ ସାମ୍ନାରେ ନଜର ଆସିନଥିଲେ । ଏବେ FIR ଦିଆଯିବା ପରଠାରୁ ରିୟା ମିଡିଆ ସମ୍ନାକୁ ଆସିଛନ୍ତି ଏବଂ ନିଜର ଏକ ଭିଡ଼ିଓ ସେୟାର କରିଛନ୍ତି । ଏଥିରେ ରିୟା ନ୍ୟାୟ ଦେବାର ଗୁହାରି କରିଛନ୍ତି ।

Google

ରିୟା ପ୍ରଥମଥର ସେୟାର କରିଲେ ଭିଡ଼ିଓ :-

କିଛି ଦିନ ତଳେ ଜଣେ ନ୍ୟୁଜ୍ ଏଜେନ୍ସି ANI ଦ୍ଵାରା ରିୟା ଚକ୍ରବର୍ତ୍ତୀଙ୍କର ଏକ ଭିଡ଼ିଓ ସେୟାର କରାଯାଇଥିଲା । ଭିଡ଼ିଓରେ ରିୟା ବିନା ମେକ୍ଅପରେ ଧଳା ରଙ୍ଗର ସୂଟ ପିନ୍ଧିଥିଲେ ଏବଂ ଏହି ଭିଡ଼ିଓରେ ନିଜର ମନ୍ତବ୍ୟ ଦେଇଥିଲେ । କାନ୍ଦି କାନ୍ଦି ରିୟା କହିଥିଲେ ଯେ, “ମୋତେ ଭଗବାନ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ମୋର ବିଶ୍ୱାସ ଯେ ମୋତେ ନିଶ୍ଚିତ ଭାବରେ ନ୍ୟାୟ ମିଳିବ ।”

ଏହା ବ୍ୟତୀତ ରିୟା କହିଥିଲେ ଯେ, “ମୋ ବିଷୟରେ ଭିଡ଼ିଓରେ ଅନେକ କିଛି କୁହାଯାଉଛି କିନ୍ତୁ ମୋ ଓକିଲଙ୍କ କହିବା ଅନୁଯାୟୀ ମୁଁ ସେହି ବିଷୟ ଉପରେ କୌଣସି ଟିପ୍ପଣୀ କରିବି ନାହିଁ, ସତ୍ୟମେବ ଜୟତେ । ସତ୍ୟ ସମ୍ନାକୁ ଆସିବ ।” ଏବେ ରିୟାଙ୍କର ଏହି ଭିଡ଼ିଓ ସମ୍ନାକୁ ଆସିବା ପରେ ଫ୍ୟାନମାନଙ୍କ ଉତ୍ତେଜନା ବୃଦ୍ଧି ପାଇଛି । କିଛି ଫ୍ୟାନ ରିୟାଙ୍କୁ ସହାନୁଭୂତି ଦେଇଛନ୍ତି ତ କିଛି ଫ୍ୟାନ ରିୟାଙ୍କୁ ମିଛ ନାଟକ କରୁଥିବାର କଥା କହିଛନ୍ତି ।

ରିୟାଙ୍କ ଉପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ଆରୋପ :-

Google

ପୁଅ ସୁଶାନ୍ତଙ୍କ ନିଧନ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବରେ ଶାନ୍ତ ଥିଲା । ପୁଣି କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ପିତା କେ.କେ ସିଂହ ପାଟଣାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମକଦ୍ଦମା ଦେଇଛନ୍ତି । ତାଙ୍କ ବାପା ଏବଂ ତାଙ୍କ ପରିବାର ଲୋକମାନେ ରିୟାଙ୍କ ଉପରେ ଅନ୍ୟାନ୍ୟ ସଙ୍ଗୀନ ଆରୋପ ମଧ୍ୟ ଲଗାଇଛନ୍ତି ।

ତାଙ୍କ ବାପା କହିଛନ୍ତି ଯେ, “ଯେତେବେଳେ ରିୟାଙ୍କୁ ଜଣାଥିଲା ଯେ ମୋ ପୁଅ ମାନସିକ ଅବସାଦର ଶିକାର ହୋଇଛି ଏବଂ ସ୍ୱାସ୍ଥ୍ୟ ଭଲ ରହୁନାହିଁ; ସେହି ପରିସ୍ଥିତିରେ ରିୟା ତାଙ୍କର ଉପଯୁକ୍ତ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ଏକା ଛାଡ଼ି ଚାଲିଯାଇଥିଲେ । ତା’ସହିତ ତାଙ୍କ ଚିକିତ୍ସାର ସମସ୍ତ କାଗଜପତ୍ର ନିଜ ସହିତ ନେଇ ଯାଇଥିଲେ ଏବଂ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏହି କାରଣରୁ ହିଁ ମୋ ପୁଅ ଆତ୍ମହତ୍ୟା କରିଛି ଏବଂ ତାର ମୃତ୍ୟୁ ପାଇଁ ରିୟା ଏବଂ ତାଙ୍କ ପରିବାର ହିଁ ଦାୟୀ । ଏହି ମାମଲାର ତଦନ୍ତ କରାଯାଉ ।”

ଆହୁରି ଅଧିକ ରହସ୍ୟଜନକ ହେବାରେ ଲାଗିଛି ସୁଶାନ୍ତଙ୍କ ମାମଲା :-

Google

କେବଳ ଏତିକି ନୁହେଁ ସୁଶାନ୍ତଙ୍କ ଭଉଣୀ ମଧ୍ୟ ରିୟାଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି । ସୁଶାନ୍ତଙ୍କ ଭଉଣୀ ନୀତୁ ପୋଲିସର ପଚରା ଉଚୁରାରେ ଏହା କହିଥିଲେ ଯେ, “ରିୟା ସୁଶାନ୍ତଙ୍କ ଫ୍ଲାଟରେ କଳାଯାଦୁ କରୁଥିଲେ । ସେ ତାନ୍ତ୍ରିକକୁ ଡକାଉ ଥିଲେ ବୋଲି ଏହାର ସୂଚନା ଚାକରମାନେ ଦେଇଥିଲେ । ପୁଣି ପରିବାର ଲୋକଙ୍କର ଏହା କହିବା କଥା ଯେ, ରିୟା ସୁଶାନ୍ତଙ୍କୁ ମିଡିଆ ସାମ୍ନାରେ ପାଗଳ ପ୍ରମାଣିତ କରିବେ ବୋଲି ଧମକ ଦେଇଥିଲେ । ଏହିସବୁ କାରଣରୁ ସୁଶାନ୍ତ ଚିନ୍ତିତ ହୋଇପଡ଼ିଥିଲେ ଏବଂ ନିଜ ଜୀବନକୁ ଶେଷ କରି ଦେଇଥିଲେ ।”

ସୁଶାନ୍ତଙ୍କ ପିତାଙ୍କର ଏହି ଆରୋପ ଗୁଡ଼ିକୁ ଫ୍ୟାନ ମାନଙ୍କର ସମର୍ଥନ ମିଳିଛି ଏବଂ ଅନେକ ଲୋକ ରିୟାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ମାତ୍ର ରିୟା ଏହିସବୁ କଥାକୁ ଶୁଣି ଚୁପ ରହିଥିଲେ ଏବଂ ନିଜ ମାମଲା (Case)ରେ ଲଢ଼ିବା ପାଇଁ ପ୍ରସିଦ୍ଧ ଓକିଲ ସୀତଶମାନେ ଶିନ୍ଦେଙ୍କୁ ବିନତି କରିଥିଲେ । ଏବେ ରିୟା ନିଜେ ମିଡିଆ ସମ୍ନାକୁ ଆସିଛନ୍ତି ଏବଂ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । ଏବେ ଏହା ଦେଖିବା କଥା ଯେ ଏହି ମାମଲାରେ ଯାଞ୍ଚ କେତେ ପର୍ଯ୍ୟନ୍ତ ପହଂଚୁଛି ଏବଂ କଣ ପରିଣାମ ଆସୁଛି ।

Leave a Reply

Your email address will not be published. Required fields are marked *