କରୋନା ପ୍ରତିଷେଧକ ଟୀକା ଲଗାଇବା ପରେ ଏହି ଲକ୍ଷଣ ଦେଖାଗଲେ ହୋଇଯାନ୍ତୁ ସାବଧାନ ! ତୁରନ୍ତ ହସ୍ପିଟାଲ୍ ଯାଇ କରନ୍ତୁ ଚିକିତ୍ସା…

କରୋନା ପ୍ରତିଷେଧକ ଟୀକା ଲଗାଇବା ପରେ ଏହି ଲକ୍ଷଣ ଦେଖାଗଲେ ହୋଇଯାନ୍ତୁ ସାବଧାନ ! ତୁରନ୍ତ ହସ୍ପିଟାଲ୍ ଯାଇ କରନ୍ତୁ ଚିକିତ୍ସା…

ଭାରତରେ ଖୁବ୍ ତୀବ୍ର ଗତିରେ କରୋନା ଟୀକାକରଣ ଅଭିଯାନ ଚଳାଯାଉଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କୁ କରୋନା ପ୍ରତିଷେଧକ ଟୀକା ଦିଆଯାଉଛି । ଏଥି ମଧ୍ୟରେ ସରକାର ହେଲଥ୍ କେୟାର୍ ୱାର୍କସ୍ ଓ ପ୍ରତିଷେଧକ ଟୀକା ନେଉଥିବା ଲୋକଙ୍କ ପାଇଁ ଏକ ଏଡ଼ବାଇଜରୀ ଜାରି କରିଛନ୍ତି । ଯେଉଁଥିରେ ପ୍ରତିଷେଧକ ଟୀକାର କୁପ୍ରଭାବକୁ ନେଇ ଲୋକଙ୍କୁ ସୂଚନା ଦିଆଯାଇଛି । ସରକାରଙ୍କ ତରଫରୁ ଜାରି କରାଯାଇଥିବା ଏଡ଼ବାଇଜରୀରେ କିଛି ଏପରି ଲକ୍ଷଣ ବିଷୟରେ କୁହାଯାଇଛି । ଯାହା ଦେଖାଗଲେ ତୁରନ୍ତ ହସ୍ପିଟାଲ୍ ଯିବାକୁ ପରାମର୍ଶ ଲୋକମାନଙ୍କୁ ଦିଆଯାଇଛି ।

ବ୍ରିଟେନ୍ ଓ ଆଉ କିଛି ଦେଶରେ କୋବିଶିଲଡ୍ ନେବା ପରେ ରକ୍ତସ୍ରାବ ଓ ରକ୍ତ ଜମାଟ ମାମଲା ସାମ୍ନାକୁ ଆସୁଅଛି । ଏଥି ମଧ୍ୟରେ ଭାରତ ସରକାର ଏକ ନୂତନ ଏଡ଼ବାଇଜରୀ ଜାରି କରିଛନ୍ତି । ନୂତନ ଏଡ଼ବାଇଜରୀରେ ଭାରତ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଟୀକା ନେବାର ୨୦ ଦିନ ଭିତରେ ବ୍ଲଡ୍ କ୍ଳଟ୍ସ ଅର୍ଥାତ ରକ୍ତ ଜମାଟର ଲକ୍ଷଣ ବିଷୟରେ ଜାଣିପାରିବେ । ଯଦି କୌଣସି ଗମ୍ଭୀର ଲକ୍ଷଣ ନଜର ଆସେ ତେବେ ଟୀକାକରଣ କେନ୍ଦ୍ରକୁ ଯାଇ ଏହାର ରିପୋର୍ଟ କରନ୍ତୁ ।

ସରକାରଙ୍କ ଏଡ଼ବାଇଜରୀ ଅନୁଯାୟୀ, କୌଣସି ପ୍ରତିଷେଧକ ଟୀକା ନେବା ପରେ ଯଦି ଆପଣଙ୍କ ଶରୀରର ଫୁଲିବା, ଛାତିରେ କଷ୍ଟ, ବାନ୍ତି ନହୋଇ ପେଟ ବ୍ୟଥା, ମୁଣ୍ଡ ବିନ୍ଧା ଓ ନିଃଶ୍ଵାସ ନେବାରେ କଷ୍ଟ ହୋଇଯାଏ । ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଗମ୍ଭୀର ଲକ୍ଷଣ ଅଟେ ଏବଂ ଏହା ଦେଖାଗଲେ ଟୀକାକରଣ କେନ୍ଦ୍ରକୁ ଯାଇ ସୂଚନା ଦିଅନ୍ତୁ ।

ସରକାରଙ୍କ ଅନୁସାରେ ଯଦି ଆପଣଙ୍କୁ ଇଞ୍ଜେକ୍ସନ୍ ଲଗାଇବା ସ୍ଥାନ ବ୍ୟତୀତ ଶରୀରର ଯେକୌଣସି ଅଂଶରେ ନାଲି ରଙ୍ଗର ଦାଗ ନଜର ଆସେ ତେବେ ଏହାକୁ ଅଣଦେଖା କରିବା ଭୁଲ୍ କରନ୍ତୁ ନାହିଁ । ଏହା ବ୍ଲଡ୍ କ୍ଳଟ୍ସର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ ଯଦି ଆପଣଙ୍କୁ ମାଇଗ୍ରେନ୍ ସମସ୍ୟା ନାହିଁ, କିନ୍ତୁ ଏହା ସତ୍ତ୍ୱେ ଖୁବ୍ ମୁଣ୍ଡ ବ୍ୟଥା ହେଉଛି ।

କରୋନା ପ୍ରତିଷେଧକ ଟୀକା ଲଗାଇବା ପରେ ଯଦି ଆପଣଙ୍କୁ ଦୁର୍ବଳତା ଅନୁଭବ ହେଉଛି । ବିନା କୌଣସି କାରଣରୁ ବାନ୍ତି ହେଉଛି । ଆଖିରେ କଷ୍ଟ ଅନୁଭବ ହେଉଛି ଓ ଭଲ ଭାବରେ ଦେଖାଯାଉ ନାହିଁ । କିମ୍ବା ଶରୀରର କୌଣସି ଅଙ୍ଗ କାମ କରିବା ବନ୍ଦ କରି ଦେଲାଣି । ତେବେ ଏହାର ସୂଚନା ତୁରନ୍ତ ଡାକ୍ତରଙ୍କୁ ଦିଅନ୍ତୁ ।

ପ୍ରତିଷେଧକ ଟୀକାର ପ୍ରତିକୂଳ ପ୍ରଭାବକୁ ନେଇ ଗଠିତ ରାଷ୍ଟ୍ରୀୟ ସମିତି ଅନୁସାରେ ଦେଶରେ ‘ବ୍ଲଡ୍ କ୍ଳଟ୍’ର ଖୁବ୍ କମ୍ ମାମଲା କୋବିଶିଲଡ୍ ପ୍ରତିଷେଧକ ଟୀକା ସହ ଜଡ଼ିତ । ସମିତି ଅନୁଯାୟୀ ଭାରତରେ କୋବିଶିଲଡ୍ ପ୍ରତିଷେଧକ ଟୀକାର ପ୍ରତି ୧୦ ଲକ୍ଷ ଖୋରାକରେ ରକ୍ତ ଜମାଟର କେବଳ ୦.୬୧ ପ୍ରତିଶତ ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିଛି ।

ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ପ୍ରତିଷେଧକ ଟୀକା ନେବା ପରେ ରକ୍ତ ଜମାଟର ବିପଦ ୟୁରୋପୀୟ ମୂଳର ବ୍ୟକ୍ତି ତୁଳନାରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆନ୍ ମୂଳର ବ୍ୟକ୍ତି ମଧ୍ୟରେ ପାଖାପାଖି ୭୦ ପ୍ରତିଶତ କମ୍ ଅଟେ ।

ଭାରତ ସରକାର ତରଫରୁ ଜାରି କରାଯାଇଥିବା ଏହି ଏଡ଼ବାଇଜରୀ ବିଶେଷ କରି କୋବିଶିଲଡ଼ର ପ୍ରତିଷେଧକ ନେଉଥିବା ଲୋକଙ୍କ ପାଇଁ ଜାରି କରାଯାଇଛି । ବାସ୍ତବରେ ରାଷ୍ଟ୍ରୀୟ ଏଇଏଫଆଇ (ଟୀକାକରଣ ପରେ ପ୍ରତିକୂଳ ଘଟଣା) ସମିତି ଅନୁଯାୟୀ କୋଭେକ୍ସିନ୍ ଟୀକା ଲଗାଇବା ପରେ ରକ୍ତ ଜମାଟର ଏକ ମଧ୍ୟ ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ରୁଜୁ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *