ବିବାହର ପାଞ୍ଚ ଘଣ୍ଟା ପରେ ସବାରୀ ବଦଳରେ ଘରୁ ଉଠିଲା କୋକେଇ…

ବିବାହର ପାଞ୍ଚ ଘଣ୍ଟା ପରେ ସବାରୀ ବଦଳରେ ଘରୁ ଉଠିଲା କୋକେଇ…

ବିହାରର ମୁଙ୍ଗେରରେ ବିବାହ ଚାଲିଥିବା ସମୟରେ କନ୍ୟାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା ଏବଂ ପାଞ୍ଚ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । କନ୍ୟାଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଶତ ଚେଷ୍ଟା କରି ବିଫଳ ହୋଇଥିଲେ । ସୂଚନାନୁସାରେ ମେ ମାସ ୮ ତାରିଖ ଦିନ କନ୍ୟା ନିଶା ମହକୋଲା ଗାଁର ରବିଶଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲା ସେ ସେହି ସ୍ଥାନରେ ପ୍ରାଣତ୍ୟାଗ କରିଥଲେ ।

ଡାକ୍ତରଖାନା ନେବା ପରେ ମଧ୍ୟ ବଞ୍ଚିପାରିନଥିଲା ନିଶାଙ୍କ ଜୀବନ

ସାତ ଫେରା ଏବଂ ସିନ୍ଧୁରଦାନ ପରେ ନିଶାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ଚାଲିଥିବା ସମୟରେ ନିଶା ପ୍ରାଣତ୍ୟାଗ କରିଥିଲେ । ଏହାପରେ ନିଶାଙ୍କ ମୃତଦେହକୁ ଗାଁକୁ ଅଣାଯାଇଥିଲା ଏବଂ ନିଶାଙ୍କ ସ୍ୱାମୀ ରବିଶ୍ ଏଥିରେ ମୁଖାଗ୍ନି ଦେଇଥିଲେ । ନିଶାଙ୍କ ବାହାଘର ମୁଙ୍ଗେର୍ ମୁଖ୍ୟାଳୟଠାରୁ ୫୦ କିଲୋମିଟର୍ ଦୂରରେ ଥିବା ତାରାପୁର ସବଡିଭିଜନର ଅଫଜଲ୍ ନଗର ପଞ୍ଚାୟତର ଖୁଦିଆ ଗ୍ରାମରେ ହେଉଥିଲା । ବିବାହର ମାତ୍ର ୫ଘଣ୍ଟା ପରେ ନିଶାଙ୍କର ମୃତ୍ୟୁ ହୋଇଥିଲା । ଭାଗଲପୁରର ଏକ ଘରୋଇ ଡାକ୍ତରଖାନାରେ ନିଶା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଲୋକଙ୍କ କହିବାନୁସାରେ ଖଡ଼ଗପୁର୍ ବ୍ଲକର ମହକୋଲା ଗାଁ ସୁରେଶ ଯାଦବଙ୍କ ପୁଅ ରବିଶଙ୍କ ଅଳ୍ପ ସଂଖ୍ୟକ ବରଯାତ୍ରୀଙ୍କ ସହିତ ନିଶାଙ୍କୁ ବିବାହ କରିବାପାଇଁ ଆସିଥିଲେ ଏବଂ ବିବାହର ସମସ୍ତ ରୀତିନୀତି ମହାସମାରୋହରେ ସମାପ୍ତ ହୋଇଥିଲା । ସାତଫେରା ଏବଂ ସିନ୍ଧୁରଦାନ ପରେ କନ୍ୟା ନିଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହାପରେ ନିଶାଙ୍କ ପରିବାର ଲୋକ ତାଙ୍କୁ ତାରାପୁରର ଏକ କମ୍ୟୁନିଟି ସେଣ୍ଟରକୁ ନେଇ ଯାଇଥିଲେ ଏବଂ ସେଠାକାର ଅଧିକାରୀମାନେ ଉନ୍ନତ ଚିକିତ୍ସା ପାଇଁ ନିଶାଙ୍କୁ ଭାଗଲପୁରକୁ ରେଫର୍ କରିଦେଇଥିଲେ । ଏହାପରେ କନ୍ୟା ନିଶାଙ୍କର ଭାଗଲପୁର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ପତ୍ନୀ ନିଶାଙ୍କ ମୃତ୍ୟୁ ପରେ ସ୍ୱାମୀ ରବିଶ୍ କୁମାର୍ ତାଙ୍କର ମୃତଦେହରେ ମୁଖାଗ୍ନି ଦେଇଥିଲେ ।

ଯେଉଁଠି ଅଫଜଲ୍ ନଗର ପଞ୍ଚାୟତର ଖୁଦିଆ ଗ୍ରାମର ରଂଜନ ଯାଦବଙ୍କ ଘରେ ଝିଅ ନିଶା କୁମାରୀଙ୍କ ବିବାହକୁ ନେଇ ଖୁସିର ବାତାବରଣ ଖେଳି ଯାଇଥିଲା ବର୍ତ୍ତମାନ ସେଠି ଦୁଃଖର ଲହଡି ଭାଙ୍ଗୁଛି । ମେ ୮ ତାରିଖ ଦିନ ଝିଅର ସଵାରୀ ଉଠିବା ପରିବର୍ତ୍ତେ ତାର ଚିତାରେ ନିଆଁ ଲଗାଯାଇଛି । ନିଶାଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ଗାଁରେ ଦୁଃଖର ମାହୋଲ ଖେଳିଯାଇଛି ତେବେ ନିଶାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *