ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଏହି ଅଭିନେତ୍ରୀ ନିଜ ଠାରୁ ୧୦ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ଲିଭ୍-ଇନ୍ ରିଲେସନରେ ରହୁଛନ୍ତି !

ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଏହି ଅଭିନେତ୍ରୀ ନିଜ ଠାରୁ ୧୦ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ଲିଭ୍-ଇନ୍ ରିଲେସନରେ ରହୁଛନ୍ତି !

ଯେତେବେଳେ ମଧ୍ୟ ଆମେ କାହାରି ସହ ବିବାହ କରିଥାଉ, ଆମ ମନରେ ସର୍ବଦା ଏହି ଭାବନା ରହିଥାଏ ଯେ, ଆମ ଜୀବନ ସାରା ଏହି ସମ୍ପର୍କକୁ ନିଷ୍ଠାର ସହ ତୁଲାଇବା ଓ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସମ୍ପର୍କକୁ ଆଧାର କରି ପରସ୍ପରର ସୁଖ ଦୁଃଖକୁ ପରସ୍ପର ମଧ୍ୟରେ ହିଁ ସମାଧାନ କରିବା । କିନ୍ତୁ ସବୁ ଲୋକଙ୍କ ଭାଗ୍ୟରେ ଏପରି ଭଲ ସଂପର୍କ ନଥାଏ । ଅର୍ଥାତ ସମସ୍ତଙ୍କର ଭାଗ୍ୟ ଏପରି ହୋଇନଥାଏ । ବହୁତ ଲୋକଙ୍କ କ୍ଷେତ୍ରରେ ଏହି ବିବାହ କିଛି ଦିନ ପରେ ହି ଭାଙ୍ଗିଯାଏ । ଅର୍ଥାତ ସେମାନଙ୍କ ମଧ୍ୟରେ ଛାଡପତ୍ର ହେଇଯାଏ । ସାଧାରଣତଃ ଛାଡପତ୍ର ପରେ ଜୀବନ ଟିକେ କଷ୍ଟକର ହେଇଯାଏ । ଅର୍ଥାତ ଆପଣ ଜୀବନରେ ପୁଣି ଏକୁଟିଆ ହେଇ ଯାଆନ୍ତି । ଏପରି କ୍ଷେତ୍ରରେ ଆପଣ ଡିପ୍ରେସନ (ଚିନ୍ତା)ରେ ଯିବା ବଦଳରେ ନିଜ ପାଇଁ ଆଉ ଏକ ସାଥି ଖୋଜିବା ବହୁତ ଭଲ ହେଇଥାଏ । ଲୋକ କଣ କହିବେ ଅଥବା ସମାଜ ଆମକୁ କେଉଁ ନଜରରେ ଦେଖିବ ଏହାକୁ ଭାବି ନିଜର ଜୀବନକୁ କଷ୍ଟମୟ କରିବାର କିଛି ଆବଶ୍ୟକତା ନାହିଁ । ଜୀବନ ଥରେ ମାତ୍ର ମିଳିଥାଏ ଆଉ ଏହାକୁ ଭଲ ଭାବେ ବଂଚିବାର ଅଧିକାର ସମସ୍ତଙ୍କର ରହିଛି । ଏହି କଥାର ଜ୍ୱଳନ୍ତ ଉଦାହରଣ ଆପଣଙ୍କୁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଡେଲନାଜ ଇରାନୀଙ୍କର ଜୀବନରୁ ଶିଖିବାକୁ ମିଳିପାରିବ ।

Google

ଡେଲନାଜ ଇରାନି (Delnaaz Irani) ୧୯୯୮ରେ ରାଜୀବ ପଲ୍ ନାମକ ଏକ ବ୍ୟକ୍ତିଙ୍କ ସହ ବିବାହ କରିଥିଲେ କିନ୍ତୁ ତାଙ୍କର ବିବାହ ସଫଳ ରହି ନଥିଲା ଏବଂ ୧୪ ବର୍ଷ ପରେ ଅର୍ଥାତ ୨୦୧୨ରେ ସେ ଦୁଇ ଜଣଙ୍କର ଛାଡପତ୍ର ହେଇଯାଇଥିଲା । ଏହା ପରେ ୨୦୧୩ରେ ଡେଲନାଜଙ୍କ ଜୀବନରେ ପର୍ସି କକରିଆ ନାମକ ଜଣେ ବ୍ୟକ୍ତି ଖୁସିର ଲୋହରି ନେଇ ଆସିଥିଲେ । ପର୍ସି କକରିଆ ବୟସରେ ଡେଲନାଜଙ୍କ ଠାରୁ ୧୦ ବର୍ଷ ସାନ କିନ୍ତୁ ବୟସ ଗତ ପାର୍ଥକ୍ୟକୁ ନେଇ ଦୁଇ ଜଣଙ୍କୁ କୌଣସି ମଧ୍ୟ ଫରକ୍ ପଡୁନାହିଁ । ଏହି ଦୁଇ ଜଣ ଦୀର୍ଘ ସାତ ବର୍ଷରୁ ସମ୍ପର୍କରେ ଅଛନ୍ତି ମାତ୍ର ଡେଲନାଜ ବର୍ତ୍ତମାନ ଯାଏଁ ତାଙ୍କର ଏହି ବୟଫ୍ରେଣ୍ଡଙ୍କ ସହ ବିବାହ କରିନାହାନ୍ତି ।

instagram
instagram

ପ୍ରକୃତରେ ଡେଲନାଜ ଓ ତାଙ୍କର ଏହି ପ୍ରେମୀ ଦୁହେଁ ପରସ୍ପର ମଧ୍ୟରେ ଲିଭ୍-ଇନ୍ ରିଲେସନରେ ଅଛନ୍ତି ଏବଂ ମିଡ଼ିଆ ମଧ୍ୟ ତାଙ୍କୁ ଏହି କଥା ପଚାରିଲେ, ଡେଲନାଜ ତାଙ୍କୁ କହିଲେ; “ସେ ବର୍ତ୍ତମାନ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି । ବର୍ତ୍ତମାନ ବିବାହର କିଛି ମୂଡ଼ ନାହିଁ । ଏହି ଦୁଇଜଣ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି ଏବଂ ତାଙ୍କ ଦୁଇ ଜଣଙ୍କର ଫୋଟୋ ମଧ୍ୟ ବହୁତ ଭାଇରାଲ ହେଉଛି ।

instagram
Google

ଆପଣଙ୍କୁ ଆମେ କହି ରଖୁଛୁ ଯେ, ଡେଲନାଜଙ୍କର ବୟସ ୪୭ ବର୍ଷ ଯେତେବେଳେ କି କକରିଆ ପର୍ସିଙ୍କର ବୟସ ହେଉଛି ୩୭ ବର୍ଷ । ବୟସରେ ଏତେ ଅନ୍ତର ହୋଇଥିବା ସତ୍ତ୍ୱେ ମଧ୍ୟ ସେମାନେ ଏକାସାଙ୍ଗରେ ବହୁତ ଖୁସିରେ ଅଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଲିଭ୍-ଇନ୍ ରିଲେସନସିପ୍ ବହୁତ ଲୋକପ୍ରିୟ ଅଟେ । ଏଥିରେ ବିନା ବିବାହରେ ହିଁ ପୁଅ ଆଉ ଝିଅ ଏକ ସାଙ୍ଗରେ ରହିପାରିବେ ।

Leave a Reply

Your email address will not be published. Required fields are marked *