ଟିଭି ହେଉ ଅବା ଫିଲ୍ମ ସମସ୍ତେ ଜାଣନ୍ତି ଯେ ଭାରତୀୟ ଅଭିନେତ୍ରୀଙ୍କ କାମ କରିବାର ଏକ ସୀମିତ ସମୟର ଅବଧି ରହିଥାଏ । ବିବାହ ପୂର୍ବରୁ କିମ୍ବା ମାଁ ହେବା ଆଗରୁ ସେମାନଙ୍କ ଯେଉଁ ଚାର୍ମ ଦର୍ଶକଙ୍କ ମଧ୍ୟରେ ରହିଥାଏ ତାହା ଏକ ସମୟ ପରେ ସମାପ୍ତ ହୋଇଯାଏ । କିଛି ଏପରି ହିଁ ଛୋଟ ପରଦାର ଅଭିନେତ୍ରୀ ମାନଙ୍କ କ୍ୟାରିୟର ସହିତ ହେଲା ଯେତେବେଳେ ମାଁ ହେଲେ ଓ ଶିଶୁଙ୍କୁ ଜନ୍ମ ଗ୍ରହଣ କଲେ ସେମାନେ ଅଭିନୟ ଜଗତରୁ ଦୂରେଇ ଗଲେ । କିନ୍ତୁ ଏହା ପଛର କାରଣ ତାଙ୍କ ଫିଟନେସ ନୁହେଁ ବରଂ ଆଉ କିଛି ଅଟେ । ମାଁ ହେବା ପରେ ଟିଭିର ଏହି ୪ ଜଣ ଅଭିନେତ୍ରୀ ଆଉ କେଉଁ ଧାରାବାହିକରେ ନଜର ଆସୁ ନାହାଁନ୍ତି, ଯେବେକି ଏମାନଙ୍କ କ୍ୟାରିୟର ଉଚ୍ଚରେ ଥିଲା ଓ ଲୋକମାନେ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ କିନ୍ତୁ ଏମାନେ ଏପରି ନିଷ୍ପତ୍ତି କାହିଁକି ନେଲେ ? ଏବଂ ଏହା ପଛର କଣ କାରଣ ରହିଥିଲା । ଆସନ୍ତୁ ଜାଣିବା ।
ମାଁ ହୋଇଯିବା ପରେ ଟିଭିର ଏହି ୪ ଜଣ ଅଭିନେତ୍ରୀ ଛୋଟ ପରଦାକୁ କହିଲେ ବିଦାୟ
ଟିଭିର ଏହି ଅଭିନେତ୍ରୀ ମାନେ ନିଜ କ୍ୟାରିୟରରେ ବହୁତ ଭଲ କରିଥିଲେ କିନ୍ତୁ ସମୟ ସହିତ ସେମାନେ ବିବାହ କରିଥିଲେ ଏବଂ ମାଁ ହେବାର ସୁଖ ପ୍ରାପ୍ତ କଲେ । ଏହା ସବୁ ଝିଅର ସ୍ବପ୍ନ ଅଟେ କିନ୍ତୁ ଯେତେବେଳେ ତାଙ୍କ କ୍ୟାରିୟର ଉଚ୍ଚରେ ଥିବ ସେହି ସମୟରେ ଏପରି କରିବା ଠିକ୍ ନୁହେଁ । ସମସ୍ତ ମନୁଷ୍ୟର ବ୍ୟକ୍ତିଗତ ଜୀବନ ରହିଥାଏ ଏବଂ ଏମାନେ ନିଜର ନିଷ୍ପତ୍ତି ନିଜେ ନେଇଛନ୍ତି । ଚାଲନ୍ତୁ ଜାଣିବା କିଏ ଅଟନ୍ତି ଏହି ଅଭିନେତ୍ରୀଗଣ ।
ରୋଶନି ଚୋପଡ଼ା

କିଛି ଲୋକପ୍ରିୟ ଧାରାବାହିକରେ ଅଭିନୟ ଓ ହୋଷ୍ଟିଙ୍ଗ କରୁଥିବା ମଡେଲ ଓ ଅଭିନେତ୍ରୀ ରୋଶନି ଚୋପଡ଼ା ଟିଭି ଜଗତରୁ ଦୂରେଇ ଯାଇଛନ୍ତି । ରୋଶନି ଗତ ବର୍ଷ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ଟିଭି ଜଗତରୁ ଦୂରେଇ ଯାଇଛନ୍ତି । ସେ ଅନେକଗୁଡ଼ିଏ କମେଡି ଶୋ ମଧ୍ୟ ହୋଷ୍ଟ କରିଛନ୍ତି ଯେଉଁଥିରୁ ତାଙ୍କୁ ଖୁବ୍ ଲୋକପ୍ରିୟତା ହାସଲ ହୋଇଥିଲା ।
ଦିଶା ବକାନି

ଭାରତର ସବୁଠାରୁ ମଜାଳିଆ ଓ ବାରମ୍ବାର ନିଜର ଲୋକପ୍ରିୟତାକୁ ବଜାୟ ରଖିଥିବା ହାସ୍ୟ ଧାରାବାହିକ ‘ତାରକ୍ ମେହତା କା ଉଲଟା ଚଷମା’ରେ ନିଜର ଏକ ଭିନ୍ନ ଶୈଳୀରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଦୟା ବେନ ଅର୍ଥାତ ଦିଶା ବକାନି ଏହି ଶୋ’କୁ ଛାଡ଼ି ଦେଇଛନ୍ତି । ଏହାର କାରଣ ଏହା ଯେ ସେ କିଛି ସମୟ ପୂର୍ବରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ଶୋ’ରୁ ବିଶ୍ରାମ ନେଇଛନ୍ତି । ଦୟା ବେନ ଏହି ଶୋ’ର ମେରୁଦଣ୍ଡ କହିବା ଭୁଲ୍ ହେବ ନାହିଁ । ଦିଶା ୨୦୧୫ ମସିହାରେ ବିବାହ କରିଥିଲେ ଓ ବର୍ତ୍ତମାନ ସେ ଗୋଟିଏ ଝିଅର ମାଁ ଅଟନ୍ତି । ମାତୃତ୍ୱ ସୁଖ ପାଇବା ପରେ ଦିଶା ଟିଭି ଜଗତରୁ ଦୂରେଇ ଯାଇଛନ୍ତି ଓ ନିଜ ଘର ପରିବାର ସହ ସମୟ ଅତିବାହିତ କରୁଛନ୍ତି ।
ଦୀପିକା ସିଂହ

ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ଦିୟା ଔର ବାତି ହମ୍’ର ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିଥିବା ଦୀପିକାଙ୍କ ଲୋକପ୍ରିୟତା ମଧ୍ୟ କମ୍ ନାହିଁ । ତାଙ୍କ ଚରିତ୍ରରୁ ଲୋକମାନେ ଖୁବ୍ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ଭଳି ଝିଅ ହେବା ଦରକାର ବୋଲି ସମସ୍ତେ କହିଲେ । ଏହି ଶୋ ପାଇଁ ତାଙ୍କୁ ଅନେକଗୁଡ଼ିଏ ପୁରସ୍କାର ମଧ୍ୟ ମିଳିଲା କିନ୍ତୁ ପରେ ସେ ଏହି ଶୋ’ର ନିର୍ଦ୍ଦେଶକ ରୋହିତ ଗୋୟଲଙ୍କୁ ବିବାହ କରିନେଲେ । ୨୦୧୭ ମସିହାରେ ସେ ଏକ ସନ୍ତାନର ମାଁ ହୋଇଗଲେ ଏବଂ ବର୍ତ୍ତମାନ ଟିଭି ଜଗତରୁ ଦୂରେଇ ଯାଇଛନ୍ତି ।
ପରିଧି ଶର୍ମା

ଜି ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଯୋଦ୍ଧା ଆକବର’ରେ ଯୋଦ୍ଦାଙ୍କ ଚରିତ୍ରରେ ଅଭିନୟ କରିଥିବା ପରିଧି ଶର୍ମାଙ୍କୁ ଏହି ଧାରାବାହିକରୁ ଖୁବ୍ ପରିଚୟ ମିଳିଲା ଏବଂ ତାଙ୍କ ପ୍ରସିଦ୍ଧି ଖୁବ୍ ବଢ଼ିଲା । ବର୍ତ୍ତମାନ ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଶୋ’ର ଲୋକପ୍ରିୟତା ଯୋଗୁଁ ତାଙ୍କୁ ସମଗ୍ର ଭାରତରେ ପରିଚୟ ମିଳିଲା । ୨୦୧୭ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଓ ଏହା ପରେ ଟିଭି ଜଗତରୁ ଦୂରେଇ ଗଲେ ଯେବେକି ତାଙ୍କ ପାଖରେ ଆଉ କିଛି ଶୋ’ର ସୁଯୋଗ ରହିଥିଲା ।