ଚୀନ ଆପ୍ ଗୁଡିକୁ ରୋକ ଲଗାଇବା ପରେ ଚୀନକୁ ବଡ ଝଟକା ! ଭାରତ, ଡ୍ରାଗନ୍ ସମେତ ଅନ୍ୟ ଦେଶମାନଙ୍କୁ ମଧ୍ୟ ଦେଲେ କଡା ସନ୍ଦେଶ….

ଚୀନ ଆପ୍ ଗୁଡିକୁ ରୋକ ଲଗାଇବା ପରେ ଚୀନକୁ ବଡ ଝଟକା ! ଭାରତ, ଡ୍ରାଗନ୍ ସମେତ ଅନ୍ୟ ଦେଶମାନଙ୍କୁ ମଧ୍ୟ ଦେଲେ କଡା ସନ୍ଦେଶ….

ସେ କୌଣସି ମଧ୍ୟ ଦେଶ ହେଉନା କାହିଁକି… ଦୁନିଆର କେତେ ମଧ୍ୟ ବଡ଼ ଶକ୍ତିଶାଳୀ ହେଉ ନା କାହିଁକି… କିନ୍ତୁ ଗୋଟିଏ କଥା ସମ୍ପୁର୍ଣ୍ଣ ଭାବେ ସ୍ପଷ୍ଟ ଅଟେ କି, ଯଦି କୌଣସି ମଧ୍ୟ ଦେଶ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଥାଏ, ତେବେ ତାହାକୁ ଭାରତ ମଧ୍ୟ କଡ଼ା ଜବାବ ଦେବା ବହୁତ ଭଲ ଭାବେ ଜାଣିଛି । ଏହି କଥାର ନିଶ୍ଚିତତା ପୁଣିଥରେ ଭାରତ ଚୀନ ସହିତ ହେବାକୁ ଥିବା କମାଣ୍ଡର ସ୍ତରୀୟ ବୈଠକ ପୂର୍ବରୁ ହିଁ କରିଦେଇଛି । ଭାରତ ଚୀନର ୫୯ ଗୋଟି ଆପ ଉପରେ ପ୍ରତିବନ୍ଧ ଲଗାଇ ଏହି କଥା ସ୍ପଷ୍ଟ କରିଦେଇଛି କି, ସେ କୌଣସି ମଧ୍ୟ ଦେଶର ଷଡ଼ଯନ୍ତ୍ରର କଡା଼ ଜବାବ ଦେବା ଜାଣିଛି । ଏହି ସମସ୍ତ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଭାରତ ଅନେକ ବଡ଼ ବଡ଼ ସଙ୍କେତ ସମଗ୍ର ଦୁନିଆକୁ ଦେବାର ଦେବାରେ ଲାଗିଛି ।

google

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ଭାରତ ଚୀନର ଆର୍ଥିକ ଦିଗ ଉପରେ ଆଘାତ ଦେବା ପାଇଁ ତା’ର ୫୯ ଗୋଟି ଆପ୍ କୁ ରଦ୍ଦ କରିଦେଇଛି, ଯେଉଁଥିରେ Tik tok, Cam scanner, Share It, Helo, Vigo Video, UC Browser, Club Factory, Mi-Video call-Xiaomi (ଶାଔମୀ), Viva video, WeChat ଏବଂ UC News ପରି ଆପ୍ ସାମିଲ ରହିଛି । କହିରଖୁଛୁ କି, ଭାରତ ଏହିପରି ପଦକ୍ଷେପ ଠିକ ସମୟରେ ନେଇଛି, ଯେତେବେଳେ ସୀମାରେ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ମଧ୍ୟ ଭାରତ ଅନେକ କାର୍ଯ୍ୟକଳାପ ହେତୁ ଭାରତ ଚୀନୀ ଆପ୍ ସହିତ ଚୀନ ଜାତୀୟ ସାମଗ୍ରୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଆସିଛି । ଯାହାକୁ ଧ୍ୟାନରେ ରଖି ଭାରତ ଏହିସବୁ ଶକ୍ତ ପଦକ୍ଷେପ ନେଇଛି । ମାନଯାଉଛି କି, ଭାରତର ଏହିପରି ପଦକ୍ଷେପ ପରେ ଚୀନର ଆର୍ଥିକ ଦିଗ ଉପରେ ଶକ୍ତ ଝଟକା ଲାଗିପାରେ ।

google

ଭାରତ ନିଜର ଏହି ପଦକ୍ଷେପ ନେବା ପରେ ଭାରତ ଚୀନ ସମେତ ସମଗ୍ର ଦୁନିଆକୁ ଏହି ସମସ୍ତ ଆପ୍ କୁ ନେଇ ବହୁତ ବଡ଼ ସନ୍ଦେଶ ଦେବାର ମୋନେକରୁଛି । ଏହି ପ୍ରସଙ୍ଗରେ ଭାରତୀୟ ସୂଚନା ଏବଂ ପ୍ରଦ୍ୟୋଗିକ ମନ୍ତ୍ରାଳୟ ବୟାନ ଜାରି କରିଛି ଯେ, ଏହି ସମସ୍ତ ଆପ୍ ଗୁଡିକୁ ସୀମା ବିବାଦକୁ ନଜରରେ ରଖି ରଦ୍ଦ କରାଯାଇ ନାହିଁ ବରଂ ଏହି ସମସ୍ତ ଆପ୍ କୁ ନେଇ ଅନେକ ସ୍ଥାନରେ ଏହାର ଦୁରୁପଯୋଗ କରାଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି, ଯାହାକୁ ଧ୍ୟାନରେ ରଖି ଏହିପରି ଶକ୍ତ ପଦକ୍ଷେପ ନେବା ପାଇଁ ଭାରତ ସରକାର ଫଇସଲା ନେଇଛି ।

google

ଏହା ହେଉଛି ଦୀର୍ଘକାଳୀନ ସନ୍ଦେଶ :

ପ୍ରଥମ ସନ୍ଦେଶ:

ଭାରତ ନିଜର ଏହିପରି ପଦକ୍ଷେପ ଦ୍ୱାରା ଚୀନକୁ ଏକ ସ୍ପଷ୍ଟ ସୂଚନା ଦେଇ ଦେଇଛି କି, ଦୁନିଆର ଯେତେ ମଧ୍ୟ ଶକ୍ତିଶାଳୀ ଦେଶ ହେଉନା କାହିଁକି, ଯଦି ସେ ଭାରତ ବିରୁଦ୍ଧରେ କୌଣସି ମଧ୍ୟ ପଦକ୍ଷେପ ନିଏ, ତେବେ ଏହାକୁ ଆଦୌ ସହ୍ୟ କରାଯିବ ନାହିଁ । ତାଙ୍କ ବିରୋଧରେ ଭାରତ କୌଣସି ପ୍ରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେବ ନାହିଁ । ମାନଯାଉଛି କି, ଭାରତ ସରକାରଙ୍କ ଏହିପରି ପଦକ୍ଷେପ ହେତୁ ଚୀନର ଆର୍ଥିକ ଦିଗରେ ଗଭୀର ଆଘାତ ପହଞ୍ଚାଇଛି ।

ଦ୍ଵିତୀୟ ସନ୍ଦେଶ :

ଭାରତ ସରକାର ନିଜେ ଏହିପରି ପଦକ୍ଷେପ ଦ୍ୱାରା ସମଗ୍ର ଦୁନିଆକୁ ଏହି ସନ୍ଦେଶ ଦେବାର ଇଛା ପ୍ରକାଶ କରୁଛି କି, ଚୀନ ଆପ୍ ଗୁଡିକ ସେମାନଙ୍କ ପାଇଁ ଠିକ୍ ନୁହେଁ । ବାସ୍ତବରେ, ଚାଇନା ଆପ୍ ଉପରେ ସର୍ବଦା ଅଭିଯୋଗ ଲଗାଯାଇଥାଏ କି, ସେ ଅନ୍ୟ ଦେଶ ମାନଙ୍କରୁ ତଥ୍ୟ ସଂଗ୍ରହ କରି ଏହାକୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆକୁ ଦେଇଥାଏ । ତେଣୁ ଭାରତ ସରକାର ସମଗ୍ର ଦୁନିଆକୁ ଚୀନ ଆପ୍ ବ୍ୟବହାର କରିବାରୁ ବଞ୍ଚିତ ରହିବାକୁ କହିଛନ୍ତି ।

ତୃତୀୟ ସନ୍ଦେଶ :

ଯଦି ଭାରତ ପଡୋଶୀ ଦେଶ ଚୀନ ବିରୁଦ୍ଧରେ ଏହିପରି ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ନିଜ ପାଖରେ ରଖିଛି, ତେବେ ଆମେରିକା ସମେତ ଅନ୍ୟ ୟୁରୋପୀୟ ଦେଶମାନେ ଏପରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କାହିଁକି ପରିହାର କରୁଛନ୍ତି ।

ଚତୁର୍ଥ ସନ୍ଦେଶ :

ଭାରତ ନିଜର ଏହିପରି ଫଇସଲା ଦ୍ୱାରା ଆତ୍ମନିର୍ଭରଶୀଳତା ଦିଗ ଉପରେ ଗୁରୁତ୍ୱାରୋପ କରିଛି । ଭାରତ ବର୍ତ୍ତମାନ ଆପ୍ କୁ ନେଇ ଅନ୍ୟ ଦେଶ ଉପରେ ଥିବା ନିଜର ନିର୍ଭରଶୀଳତାକୁ ଶେଷ କରିବାକୁ ଚାହିଁବ । ସେ ନିଜେ ହି ଆପ୍ ପ୍ରସ୍ତୁତ କରିବ ଏବଂ ବ୍ୟବହାର କରିବ । ବର୍ତ୍ତମାନ, ଏହା ମାନାଯାଉଛି କି, ଭାରତ ସରକାରଙ୍କ ଏହିପରି ପଦକ୍ଷେପ ହେତୁ ଚୀନର ଆର୍ଥିକ ଦିଗରେ ଗଭୀର ଆଘାତ ପହଞ୍ଚିପାରେ ।

Leave a Reply

Your email address will not be published. Required fields are marked *