କାହିଁକି ବ୍ରେକ୍ ଅପ୍ ପରେ ମଧ୍ୟ କ୍ୟାଟ୍ରିନା ଓ ରଣବିର ମଧ୍ୟରେ କେବେ ହେଲା ନାହିଁ ବିବାଦ ? ଅଭିନେତ୍ରୀ ଖୋଲିଲେ ଏହାର ରହସ୍ୟ !

କାହିଁକି ବ୍ରେକ୍ ଅପ୍ ପରେ ମଧ୍ୟ କ୍ୟାଟ୍ରିନା ଓ ରଣବିର ମଧ୍ୟରେ କେବେ ହେଲା ନାହିଁ ବିବାଦ ? ଅଭିନେତ୍ରୀ ଖୋଲିଲେ ଏହାର ରହସ୍ୟ !

ଏକ ସମୟ ଏପରି ଥିଲା ଯେଉଁ ସମୟରେ କୁହାଯାଉଥିଲା ଯେ କ୍ୟାଟ୍ରିନା ଓ ରଣବିର ବିବାହ କରିନେବେ କିନ୍ତୁ ଏପରି କିଛି ହେଲା ନାହିଁ

ବଲିଉଡ଼ ଜଗତରେ ହୃଦୟ ମିଳିବାକୁ ସମୟ ଲାଗେ କିନ୍ତୁ ଖବର ତିଆରି ହେବାରେ ସମୟ ଲାଗେ ନାହିଁ । ବର୍ତ୍ତମାନ ବଲିଉଡ଼ର ଶିଲା ଅର୍ଥାତ କ୍ୟାଟ୍ରିନା କୈଫ ମଧ୍ୟ ନୂଆଁ ଅଫେୟାରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ରଣବିର କପୂର ଓ ସଲମାନ ଖାନଙ୍କ ସହିତ ସମ୍ପର୍କ ଓ ବ୍ରେକ୍ ଅପ୍ ପରେ କ୍ୟାଟ୍ରିନା ବର୍ତ୍ତମାନ ବିକ୍କୀ କୌଶଳଙ୍କ ସହିତ ଲିଙ୍କ ଅପ୍ କରୁଥିବାର ନଜର ଆସୁଅଛନ୍ତି । ଯଦିଓ କ୍ୟାଟ୍ରିନା ଅନେକ ଥର କହିଛନ୍ତି ଯେ ବିକ୍କୀ କେବଳ ତାଙ୍କର ଜଣେ ଭଲ ବନ୍ଧୁ ଅଛନ୍ତି । ବିକ୍କୀ କୌଶଳ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କିଛି କହି ନାହାଁନ୍ତି । ଅନ୍ୟପକ୍ଷରେ କ୍ୟାଟ୍ରିନା ନିଜ ପୂର୍ବତନ ପ୍ରେମିକ ରଣବିର କପୂରଙ୍କ ବିଷୟରେ ଅଧିକାଂଶ ସମୟରେ ଚର୍ଚ୍ଚା କରୁଥିବାର ନଜର ଆସନ୍ତି ।

newstrend

ବ୍ରେକ୍ ଅପ୍ ବିଷୟରେ ଖୋଲାଖୋଲି ଭାବେ କହିଲେ କ୍ୟାଟ୍ରିନା

ଚଳଚ୍ଚିତ୍ର ‘ଅଜବ୍ ପ୍ରେମ କି ଗଜବ୍ କହାନୀ’ ସମୟରେ କ୍ୟାଟ୍ରିନା ଓ ରଣବିର ପରସ୍ପର ନିକଟକୁ ଆସିଯାଇଥିଲେ । ସେହି ସମୟରେ ରଣବିର ଦୀପିକାଙ୍କ ଠାରୁ ଅଲଗା ହୋଇଥିଲେ । ଅନ୍ୟପକ୍ଷରେ କ୍ୟାଟ୍ରିନାଙ୍କ ବ୍ରେକ୍ ଅପ୍ ମଧ୍ୟ ସଲମାନଙ୍କ ସହ ହୋଇଥିଲା । ଏହିପରି ଏହି ଯୋଡ଼ି ଅଧିକାଂଶ ସମୟରେ ପରସ୍ପର ସହ ନଜର ଆସିବାକୁ ଲାଗିଲେ । ଦୁଇଜଣଙ୍କ ବିବାହର ଖବର ସାମନାକୁ ଆସିବାକୁ ଲାଗୁଥିଲା । ଯଦିଓ କିଛି ସମୟ ପରେ ଏହି ସମ୍ପର୍କ ମଧ୍ୟ ଭାଙ୍ଗିଗଲା । ଏମାନଙ୍କ ବ୍ରେକଅପର କୌଣସି ପ୍ରମୁଖ କାରଣ ଜଣାପଡିନଥିଲା । ଏହା ପରେ ରଣବିର ଏହା ବିଷୟରେ ବେଶି କିଛି କହିଲେ ନାହିଁ କିନ୍ତୁ କ୍ୟାଟ୍ରିନା ଅଧିକାଂଶ ସମୟରେ ନିଜ ହୃଦୟର କଥା ମିଡ଼ିଆ ସମ୍ମୁଖରେ କହି ଦିଅନ୍ତି ।

newstrend

ଏକ ଇଣ୍ଟରଭ୍ୟୁରେ କ୍ୟାଟ୍ରିନା ରଣବିରଙ୍କ ନାମ ନନେଇ କହିଥିଲେ ଯେ, “ଯେକୌଣସି ବ୍ୟକ୍ତି ହୁଅନ୍ତୁ ତାଙ୍କ ପାଇଁ ମୋ ମନରେ କେବେହେଲେ ତିକ୍ତତା ନାହିଁ । ” ମୋତେ ଲାଗେ ନାହିଁ ଯେ କିଏ ମୋ ହୃଦୟକୁ କଷ୍ଟ ଦେଇଛନ୍ତି । ସମସ୍ତେ ଆପଣଙ୍କ ପାଇଁ ଭଲ କରିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ବହୁତ ଭଲ କରିବା ବଦଳରେ ଆପଣ ନିଜର କ୍ଷତି କରି ବସନ୍ତି । ମୋତେ ବନ୍ଧୁ ମାନଙ୍କ ଠାରୁ ଅଧିକ ଶତ୍ରୁ ମାନଙ୍କ ଉପରେ ବିଶ୍ବାସ ରହିଛି । ଏହି ବ୍ରେକ୍ ଅପ୍ ବହୁତ ଖରାପ ହୋଇଥାଏ । ଏହା ଦୁନିଆର ସବୁଠାରୁ ଖରାପ ଅନୁଭୂତି । ଆପଣଙ୍କୁ ଏପରି ଲାଗେ ଯେ ଆପଣଙ୍କ ଜୀବନ ଶେଷ ହୋଇଯାଇଛି ।’

ଅଫେୟାର ଓ ବ୍ରେକ୍ ଅପ୍ ଉଭୟର ହୋଇଥିଲା ଖୁବ ଚର୍ଚ୍ଚା

newstrend

ଜଣାଇଦେଉଛୁ ଯେ ‘ଜଗ୍ଗା ଜାସୁସ୍’ ଚଳଚ୍ଚିତ୍ରର ସୁଟିଂ ସମୟରେ ରଣବିର-କ୍ୟାଟ୍ରିନାଙ୍କ ବ୍ରେକ୍ ଅପ୍ ହୋଇଯାଇଥିଲା । ରଣବିର ଓ କ୍ୟାଟ୍ରିନା ଏକ ସମୟ ଥିଲା ଯେତେବେଳେ ଏକାଠି ନଜର ଆସୁଥିଲେ । ତାଙ୍କ ସମ୍ପର୍କ ଏତେ ଆଗକୁ ବଢି ଯାଇଥିଲା ଯେ ‘କଫି ୱିଥ୍ କରନ୍’ ଶୋ”ରେ କରିନା କ୍ୟାଟ୍ରିନାଙ୍କୁ ନିଜ ଭାଉଜ ବୋଲି ସମ୍ବୋଧିତ କରିଥିଲେ କିନ୍ତୁ ଏହି କଥାଟି ଆଗକୁ ବଢି ପାରିନଥିଲା । ଫ୍ୟାନ୍ସ ମାନଙ୍କୁ ମଧ୍ୟ ଏହା ଆଶ୍ଚର୍ଯ୍ୟ ଲାଗେ ଯେ କ୍ୟାଟ୍ରିନାଙ୍କ ସହିତ ବ୍ରେକ୍ ଅପ୍ ପରେ ମଧ୍ୟ ରଣବିର ସାଙ୍ଗରେ ତାଙ୍କର ବିବାଦ କଳହ ହୁଏ ନାହିଁ ।

newstrend

ଏହିପରି କ୍ୟାଟ୍ରିନାଙ୍କ ଉତ୍ତରରୁ ଏହା ବୁଝିପାରିବା ଯେ ସେ କାହା ସହିତ ମଧ୍ୟ ସମ୍ପର୍କରେ ତିକ୍ତତା ରଖିବାକୁ ଚାହଁନ୍ତି ନାହିଁ । ଜଣାଇଦେଉଛୁ ଯେ ଦୁହେଁ ଅଧିକାଂଶ ସମୟରେ ପାର୍ଟି କିମ୍ବା ଉତ୍ସବରେ ପରସ୍ପର ସମ୍ମୁଖକୁ ଆସିଯାଆନ୍ତି କିନ୍ତୁ ପରସ୍ପରକୁ ଅଣଦେଖା କରନ୍ତି ନାହିଁ ।

newstrend

ଜଣାଇଦେଉଛୁ ଯେ ଦୀପିକା, କ୍ୟାଟ୍ରିନାଙ୍କ ପରେ ରଣବିର ବର୍ତ୍ତମାନ ଆଲିୟା ଭଟ୍ଟଙ୍କ ସହିତ ସମ୍ପର୍କରେ ଅଛନ୍ତି । ଦୁହେଁ ଉଭୟ ପରିବାର ସହିତ ନଜର ଆସନ୍ତି । ରିଷି କପୂରଙ୍କ ନିଧନ ସମୟରେ ଆଲିୟା ସମ୍ପୂର୍ଣ୍ଣ ଭାବେ ରଣବିର ସହିତ ଥିଲେ ଏବଂ ତାଙ୍କୁ ସାନ୍ତ୍ୱନା ଦେଲେ । ରଣବିର ମଧ୍ୟ ଅଧିକାଂଶ ସମୟରେ ଆଲିୟାଙ୍କ ସହିତ ଦେଖାଯାଆନ୍ତି । ଖବର ଅନୁଯାୟୀ ଦୁହେଁ ଖୁବଶୀଘ୍ର ବିବାହ କରିପାରନ୍ତି ।

newstrend

ଅନ୍ୟପକ୍ଷରେ କ୍ୟାଟ୍ରିନା ବର୍ତ୍ତମାନ ବିକ୍କୀ କୌଶଳଙ୍କୁ ଡେଟ୍ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯଦିଓ ସେ ବିକ୍କୀଙ୍କ ସହିତ ନିଜ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନାହାଁନ୍ତି । ବିକ୍କୀ ଅଧିକାଂଶ ସମୟରେ କ୍ୟାଟ୍ରିନାଙ୍କ ସହିତ ଫ୍ଲର୍ଟିଂ କରୁଥିବାର ନଜର ଆସନ୍ତି । ଡେଟିଂ ଜଣାନାହିଁ କିନ୍ତୁ ଆଗାମୀ ଦିନରେ ବିକ୍କୀ ଓ କ୍ୟାଟ୍ରିନା ଏକାଠି ଏକ ଚଳଚ୍ଚିତ୍ରରେ ନଜର ଆସିପାରନ୍ତି ।

Leave a Reply

Your email address will not be published. Required fields are marked *