ପ୍ରକୃତରେ ମରୀନା କୁମ୍ବର କିଏ, ଯାହାଙ୍କ ଭିଡ଼ିଓକୁ ନେଇ ସୋନୂ ନିଗମ ଟୀ- ସିରିଜର ମାଲିକକୁ ଏକ୍ସପୋଜ୍ କରିବାକୁ ଧମକ୍ ଦେଇଥିଲେ!

ପ୍ରକୃତରେ ମରୀନା କୁମ୍ବର କିଏ, ଯାହାଙ୍କ ଭିଡ଼ିଓକୁ ନେଇ ସୋନୂ ନିଗମ ଟୀ- ସିରିଜର ମାଲିକକୁ ଏକ୍ସପୋଜ୍ କରିବାକୁ ଧମକ୍ ଦେଇଥିଲେ!

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବୋଲିଉଡ଼ ଜଗତର ରହସ୍ୟ ଗୁଡିକ ଗୋଟିଏ ପରେ ଗୋଟିଏ ବହାରିବାରେ ଲାଗିଛି । ଇଣ୍ଡଷ୍ଟ୍ରିରେ ଚାଲି ଆସୁଥିବା ବଂଶଗତ ପକ୍ଷପାତକୁ ଏହି ଘଟଣା ପାଇଁ ଦାୟୀ କରାଯାଇଛି । ଏସବୁ ମଧ୍ୟରେ ପ୍ରସିଦ୍ଧ ଗାୟକ ସୋନୂ ନିଗମ ମଧ୍ୟ ଆଉ ଏକ ଅସ୍ଚାର୍ଜଜନକ ଘଟଣା ସ୍ପଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରି ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମାଫିଆ ରାଜ ଉପରେ ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ମଧ୍ୟ ଆତ୍ମହତ୍ୟା ଭଳି ଖବର ଆସିପାରେ ।

ଏବେ ସୋନୂ ନିଗମ ଆଉ ଏକ ଭିଡ଼ିଓ ଜରିଆରେ ଟୀ – ସିରିଜର ମାଲିକ ଭୂଷଣ କୁମାର ଙ୍କୁ ଧମକ ଦେଇଛନ୍ତି ଯେ,ଯଦି ସେ ସୁଧୁରିବେ ନାହିଁ ତେବେ ସେ ମରୀନା କୁମ୍ବରଙ୍କ ଭିଡ଼ିଓ ୟୂଟ୍ୟୁବରେ ଅପଲୋଡ଼ କରିଦେବେ । ଏହି କାରଣରୁ ମରୀନା ଏବେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ମରୀନା କୁମ୍ବର ପ୍ରକୃତରେ କିଏ ?

google

ମରୀନା ଜଣେ ଟିଭି ଅଭିନେତ୍ରୀ ଏବଂ ମୋଡେଲ ଅଟନ୍ତି ଏବଂ ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ୩ ବର୍ଷ ପୂର୍ବରୁ ଡେରା ସଚ୍ଚା ସୌଦା(DSS) ପ୍ରମୁଖ ଗୁରମୀତ ରାମ ରହୀମଙ୍କୁ ନେଇ ଏକ ରହସ୍ୟ ପଦାକୁ ଆଣିଥିଲେ । ରାମ ରହୀମଙ୍କୁ ଦୁଇ ସାଧ୍ବୀଙ୍କ ବଳାତ୍କାର ମାମଲାରେ କୋର୍ଟ ୨୦ ବର୍ଷ ପାଇଁ ଦଣ୍ଡ ଆଦେଶ ଦେଇଥିଲେ । ଯେତେବେଳେ ରାମ ରହୀମଙ୍କୁ ଜେଲ ପଠାଯାଇଥିଲା ସେତେବେଳେ ମରୀନା କୁମ୍ବର ତାଙ୍କ ସମସ୍ତ ଘୃଣ୍ୟ କାମର ପର୍ଦାଫାସ କରିଥିଲେ ।

google

ମରୀନା ରାମ ରହୀଙ୍କ ବିଷୟରେ କହିଥିଲେ ଯେ, ରାମ ରହୀମ ତାଙ୍କୁ ଫିଲ୍ମ ଦେବା ବାହାନାରେ ଅପବ୍ୟବହାର କରିଥିଲେ ଏବଂ ତାଙ୍କୁ ଗୁମ୍ଫାକୁ ନେଇଯାଇଥିଲେ । ମରୀନା ୨୦୧୮ରେ ନିର୍ଦ୍ଦେଶକ ସାଜିଦ ଖାନ ଏବଂ ଭୂଷଣ କୁମାରଙ୍କ ଉପରେ ଶୋଷୋଣର ଆରୋପ ଲଗାଇଥିଲେ । ସେ ଏକ ଇନ୍ଟାରଭିଉରେ ଆରୋପ ଲଗାଇଥିଲେ ଯେ, ଭୂଷଣ କୁମାର ତାଙ୍କୁ ଭିଡ଼ିଓରେ କାମ ଦେବା ନାମରେ ନିଜ ଘରକୁ ଡାକିଥିଲେ ଏବଂ ତାଙ୍କ ସହିତ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ।

Leave a Reply

Your email address will not be published. Required fields are marked *