ଅପ୍ସରା ଊଲାଲା ଊଲାଲା ଏବଂ ଫୋର ଲେଟର୍ସ ପରି ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ବର୍ତ୍ତମାନ ସେ RGVଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ।
ଦୀର୍ଘ ସମୟ ଧରି ମିଡ଼ିଆ ଠାରୁ ଦୂରେଇ ରହିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ରାମ ଗୋପାଳ ବର୍ମା ବର୍ତ୍ତମାନ ଜଣେ ଅଭିନେତ୍ରୀଙ୍କୁ ନେଇ ଶୀର୍ଷରେ ରହିଛନ୍ତି । ନିକଟ ଅତୀତରେ ସେ ଜଣେ ବୋଲ୍ଡ ଅଭିନେତ୍ରୀଙ୍କ ପ୍ରଶଂସା କରିବା ସହ ଗୋଟିଏ ପୋଷ୍ଟ କରିଥିଲେ ଯାହାପରେ ସେ ଟ୍ରୋଲର ଶିକାର ହୋଇଥିଲେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଅପ୍ସରା ରାନୀ ଯିଏ କି ନିଜ ନାମ ପରି ବହୁତ ସୁନ୍ଦର ଅଟନ୍ତି । ବର୍ତ୍ତମାନ ରାମ ଗୋପାଳ ବର୍ମା ଅପ୍ସରାଙ୍କ ବିଷୟରେ ଯେଉଁ କଥା ଲେଖିଛନ୍ତି, ସେଥିରେ କିଛି ଜଣ ତାଙ୍କୁ ସହମତି କରୁଛନ୍ତି କିନ୍ତୁ କିଛି ଲୋକମାନେ ତାଙ୍କୁ ବହୁତ ଖରାପ ଭାବେ ଟ୍ରୋଲ୍ ମଧ୍ୟ କରିଦେଇଛନ୍ତି । ଆପଣଙ୍କୁ କହିରଖୁଛୁ କି, କିଏ ଅଟନ୍ତି ଏହି ଅପ୍ସରା ରାନୀ ଯିଏକି ପ୍ରତ୍ୟେକଙ୍କୁ ନିଜର ସୌନ୍ଦର୍ଜ୍ୟର ଦିୱାନା କରିଦେଇଛନ୍ତି ।

ଅପ୍ସରାଙ୍କ ପ୍ରଶଂସକ ହେଲେ ରାମ ଗୋପାଳ ବର୍ମା
ରାମ ଗୋପାଳ ବର୍ମା ଲେଖିଥିଲେ କି- ଅପ୍ସରାଙ୍କୁ ମିଶିବା ପୂର୍ବରୁ ମୁଁ ୧୯୯୯ ମସିହା ପର ଠାରୁ ଓଡ଼ିଶା ବିଷୟରେ ଶୁଣି ନଥିଲି । ଅପ୍ସରାଙ୍କ ସହିତ ମିଶିବା ପରେ ମୋତେ ଅନୁଭବ ହେଲା କି ଏହିପରି ଭାବେ ଝଡ଼-ତୋଫାନ ହୋଇଥାଏ । ଏହା ବହୁତ ଖୁସି ଖବର ଅଟେ କି, ଓଡ଼ିଶାରେ ଏତେ ସାରା ସୁନ୍ଦରତା ରହିଛି….. ଆହୁରି ସୁନ୍ଦରତା ମିଳୁ ଓଡିଶାକୁ । ବାସ୍ତବରେ ଅପ୍ସରା ରାନୀ ଓଡିଶା ସହିତ ଯୋଗାଯୋଗ ରଖିଥାନ୍ତି । ବହୁତ ଶୀଘ୍ର ଅପ୍ସରା ରାମ ଗୋପାଳ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ” Thriller”ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।
Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020
ଏହି ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ହିଁ ନିଜ ଵୋଲ୍ଡ ଫୋଟୋକୁ ନେଇ ଅପ୍ସରା ଲୋକମାନଙ୍କୁ ନିଜର ଦିୱାନା କରିସାରିଛନ୍ତି । ତାଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ରାମ ଗୋପାଳ ବର୍ମା କହିଛନ୍ତି କି, ସେ ଦେହରାଦୂନ ଠାରେ ଜନ୍ମ ହୋଇଥିଲେ ଏବଂ ସେଠାରେ ବଡ଼ ହୋଇଥିଲେ । ବର୍ତ୍ତମାନ ଅପ୍ସରା ହାଇଦ୍ରାବାଦରେ ଅଛନ୍ତି । ସେ କେବଳ ଜଣେ ସୁନ୍ଦର ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଜବରଦସ୍ତ ନୃତ୍ୟକାର ମଧ୍ୟ ଅଟନ୍ତି ।
ପ୍ରଶଂସକ ମାନଙ୍କୁ ପସନ୍ଦ ଆସିଛନ୍ତି ଅପ୍ସରା

ନିକଟ ଅତୀତରେ ରାମ ଗୋପାଳ ବର୍ମା ଅପ୍ସରାଙ୍କୁ ଟ୍ୟାଗ୍ କରିବା ସହ ତାଙ୍କର ଏକ ଫୋଟୋ ସେୟାର କରିଛନ୍ତି । ଫୋଟୋ ଦେଖିବା ମାତ୍ରେ ହିଁ ତାଙ୍କ ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କହିରଖୁଛୁ କି, ଯେ ୨୦୨୦ ମସିହା ଜୁଲାଇ ମାସ ଆରମ୍ଭରେ ହିଁ ସେ ନିଜ ଟ୍ୱିଟରରେ ଏକ ପେଜ୍ ତିଆରି କରିଥିଲେ । ହୃଦୟସ୍ପର୍ଶୀ କଥା ଏହିକି ଯେ, ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ କରିବାର ପାଖାପାଖି ୭ ଘଣ୍ଟା ମଧ୍ୟରେ ଅପ୍ସରାଙ୍କ ୧୦ ହଜାର ଅନୁସରଣକାରୀ ବୃଦ୍ଧି ପାଇଛନ୍ତି । ଅପ୍ସରା ରାତାରାତି ଇଣ୍ଟରନେଟ୍ ସେନ୍ସେସନ ପାଲଟିଯାଇଛନ୍ତି ।
WOWWW 10,000 tweet followers in 7 hours ..That must be a record for a newcomer ..Hey @apsara_rani_ u are THRILLERing https://t.co/9t4iWF7h3x
— Ram Gopal Varma (@RGVzoomin) July 6, 2020
ପ୍ରଶଂସକ ମାନେ ରାମ ଗୋପାଳ ବର୍ମାଙ୍କୁ ଟ୍ରୋଲ କରିଦେଇଛନ୍ତି
ଅପ୍ସରା ରାନୀଙ୍କ ଶୈଳୀ ପ୍ରଶଂସକମାନଙ୍କୁ ପସନ୍ଦ ଆସୁଛି, କିନ୍ତୁ ରାମ ଗୋପାଳ ବର୍ମା ତାଙ୍କ ପ୍ରଶଂସା କରିବା ପ୍ରଶଂସକମାନଙ୍କୁ ଭଲ ଲାଗି ନାହିଁ । ଜଣେ ବ୍ୟନହାରକାରୀ ଲେଖିଛନ୍ତି କି, ଆପଣ ସର୍ଵଦା ମହିଳାଙ୍କ ପ୍ରତି କାହିଁକି ଦୟାଳୁ ଅଟନ୍ତି ? ପୁରୁଷମାନଙ୍କୁ ସୁଯୋଗ ଦିଅନ୍ତି ନାହିଁ କାହିଁକି ? କେବେ ସମାନତାର ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ଆମେ ମଧ୍ୟ କହିବୁ । କହିରଖୁଛୁ କି, ରାମ ଗୋପାଳ ବର୍ମା ନିକଟ ଅତୀତରେ ଟ୍ୱିଟ୍ କରିଥିଲେ କି, ଆରଜୀବୀ ୱାର୍ଲ୍ଡ ଥିଏଟରର ଆଗାମୀ ଚଳଚ୍ଚିତ୍ରର ଅଭିନେତ୍ରୀ ଅପ୍ସରା ରାନୀ ହେବେ ।

ଏହି ଚଳଚ୍ଚିତ୍ରର ନାମ “ଥ୍ରିଲର” ହେବ। ଏହା କ୍ଳାଇମାକ୍ସ ଏବଂ ନେକେଡର ସଫଳତା ପରବର୍ତ୍ତୀ କାହାଣୀ ହେବ । ଏହା ସହିତ ହିଁ ସେ ଅପ୍ସରାଙ୍କ ୮ଟି ଫୋଟୋ ସେୟାର କରିଥିଲେ । ପ୍ରଶଂସକ ମାନଙ୍କୁ ଅପ୍ସରାଙ୍କ ଏହି ସମସ୍ତ ଫୋଟୋ ଗୁଡ଼ିକ ବହୁତ ପସନ୍ଦ ଆସିଥିଲା ।
Here are @apsara_rani_ ‘s pics shot by @bnaveenkalyan1 for THRILLER https://t.co/iJZvilq8ND… ..Our whole unit thanks her for dropping from the sky like an angel(Apsara) into our RGVWORLDTHEATRE ..Her social media and talent is being managed by @shreyaset pic.twitter.com/PrW5nCjFdz
— Ram Gopal Varma (@RGVzoomin) July 6, 2020
କହିରଖୁଛୁ କି କିଛି ସମୟ ପୂର୍ବରୁ ଅପ୍ସରା ବିଳମ୍ବିତ ରାତିରେ ଏକ ପୋଷ୍ଟ ସେୟାର କରିବା ସହିତ ଲେଖିଥିଲେ କି, ଅଧା ରାତି ହୋଇଯାଇଛି । ମୁଁ ବହୁତ ଉତ୍ସାହିତ ଅଛି ଯେ ମୋର ୧୫ ହଜାର ଅନୁସରଣକାରୀ ହୋଇଯାଇଛନ୍ତି । ଏହାର ଜବାବରେ ରାମ ଗୋପାଳ ବର୍ମା ଲେଖିଛନ୍ତି ଯେ ଗୋଟିଏ ସନ୍ଦେହ ଅଛି, ରାତ୍ର ୧୨.୫୯ ମିନିଟରେ ଏହି ଫୋଟୋ କିଏ ଉଠାଇଛନ୍ତି । ଏହାର ଉତ୍ତରରେ ଅପ୍ସରା ମଧ୍ୟ ଲେଖିଛନ୍ତି କି ମୋ ମାଆ, ସେ ଜଣେ ବହୁତ ଭଲ ଫଟୋଗ୍ରାଫର ଅଟନ୍ତି । କହିରଖୁଛୁ କି, ଅଭିନେତ୍ରୀ ଊଲାଲା ଊଲାଲା ଏବଂ ଫୋର ଲେଟର୍ସ ଭଳି ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ଏବଂ ଆରଜୀବୀ ଏହି ଅଭିନେତ୍ରୀଙ୍କ ସହ ପୁଣି ଥରେ ମଇଦାନକୁ ଓଲ୍ହାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ଦେଖିବା ବହୁତ ହୃଦୟସ୍ପର୍ଶୀ ହେବ କି, ଅପ୍ସରାଙ୍କ ସୁନ୍ଦରତାର ସହ ତାଙ୍କ ଅଭିନୟ ମଧ୍ୟ ପ୍ରଶଂସକ ମାନଙ୍କୁ ପସନ୍ଦ ଆସୁଛି ନ ନାହିଁ ।