ତିରିଶି ବର୍ଷ ହୋଇଗଲେ ଏହି ଜାଗାରେ ଇନଭେଷ୍ଟ କରିବା ଆରମ୍ଭ କରନ୍ତୁ ! କେବେ ହେଲେ ହେବ ନାହିଁ ଫାଇନାନ୍ସ ପ୍ରୋବ୍ଲମ୍…

ତିରିଶି ବର୍ଷ ହୋଇଗଲେ ଏହି ଜାଗାରେ ଇନଭେଷ୍ଟ କରିବା ଆରମ୍ଭ କରନ୍ତୁ ! କେବେ ହେଲେ ହେବ ନାହିଁ ଫାଇନାନ୍ସ ପ୍ରୋବ୍ଲମ୍…

ଯଦି ଆପଣଙ୍କୁ ତିରିଶି ବର୍ଷ ବୟସ ହୋଇସାରିଲାଣି ତେବେ ଆପଣ ନିଜ ଭବିଷ୍ୟତ ପାଇଁ ଆଜିଠୁ ଚିନ୍ତା କରିବା ଆବଶ୍ୟକ । ଖର୍ଚ୍ଚ ସହିତ ଆପଣ ନିଜ ସେଭିଙ୍ଗ ଉପରେ ମଧ୍ୟ ଫୋକସ୍ କରିବା ଉଚିତ୍ କାରଣ ତିରିଶି ବର୍ଷରେ ପାଦ ଦେବା ପରେ ଆମେ ନିଜ ହାରାହାରୀ ଆୟୁଷ ଠାରୁ ଅଧିକ ବର୍ଷ ବଞ୍ଚି ସାରିଥାଉ । ତେଣୁ ତିରିଶି ବର୍ଷପରେ ଆମେ ନିଜର ଫାଇନାନ୍ସ ପ୍ଲାନିଙ୍ଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା ଆମେ ଆମ ଭବିଷ୍ୟତ ପାଇଁ କିପରି ଫାଇନାନ୍ସ ପ୍ଲାନିଙ୍ଗ କରିବା ଦରକାର ।

ଘର କିଣିବା ପ୍ଲାନିଙ୍ଗ

ଭଡାଘରେ ରହିବା ପାଇଁ ଆମକୁ ନିଜ ଦରମାର ଏକ ମୋଟା ଅଂଶ ଭଡା ଘରେ ଦେବାକୁ ପଡିଥାଏ । ତେଣୁ ତିରିଶି ବର୍ଷ ପରେ ନିଜର ଏକ ଘର ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆପଣ ଅନାବଶ୍ୟକ ଜାଗାରେ ପଇସା ଖର୍ଚ୍ଚ ନକରି ନିଜ ପାଇଁ ଘର କିମ୍ବା ଫ୍ଲାଟ୍ କିଣିବାରେ ଏହି ପଇସାରେ ଖର୍ଚ୍ଚ କରନ୍ତୁ ।

ଠିକ୍ ସ୍ଥାନରେ ଇନଭେଷ୍ଟ କରନ୍ତୁ ନିଜ ପଇସା

ନିଜ ପଇସା ବ୍ୟାଙ୍କରେ ଇନଭେଷ୍ଟ ନକରି ବରଂ ଏହାକୁ ଏକ ଭଲ ଇଣ୍ଟରେଷ୍ଟ ଦେଉଥିବା ଏଫଡି କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ ଇନଭେଷ୍ଟ କରନ୍ତୁ । ଆପଣ ଚାହିଁଲେ ଏହି ପଇସାରେ କୌଣସି ପ୍ରପର୍ଟି ମଧ୍ୟ କିଣିପାରିବେ, ଏହା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଏକ୍ସଟ୍ରା ‘ଇନ୍-କମ୍’ର ରାସ୍ତା ବାହାର କରନ୍ତୁ

ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ଏପରି ଏକ ପାର୍ଟ-ଟାଇମ୍ କାମ ଦେଖନ୍ତୁ ଯାହା ଆପଣ ଘରେ ବସି ଖାଲି ଟାଇମ୍ ବା ଛୁଟି ଦିନରେ କରିପାରିବେ । ଏହା ଦ୍ୱାରା ଆପଣ ନିଜ ପର୍ସନାଲ୍ ଖର୍ଚ୍ଚ ପାଇଁ ନିଜ ସେଭିଙ୍ଗ ଉପରେ ନିର୍ଭରଶୀଳ ହେବେ ନାହିଁ । ଆପଣ ନିଜ ଯୋଗ୍ୟତାକୁ ଚାହିଁ ନିଜ ପାଇଁ କାମ ଖୋଜନ୍ତୁ ।

ଇନସୁରାନ୍ସ ପଲିସି ନିଶ୍ଚିତ କିଣନ୍ତୁ

ବଡ ବଡ ଇନସୁରାନ୍ସ ପଲିସି ନନେଇ ଆପଣ ନିଜ ଇନ୍-କମ୍ ଅନୁସାରେ ପ୍ଲାନ୍ ନିଅନ୍ତୁ । କୌଣସି ଇନସୁରାନ୍ସ ପଲିସି କିଣିବା ଆଗରୁ ଆପଣ ଏହା ବିଷୟରେ ‘ଇଣ୍ଟରନେଟ୍’ରେ ଭଲଭାବେ ପଢି ବୁଝିନିଅନ୍ତୁ, ବିଭିନ୍ନ ଏଜେଣ୍ଟମାନଙ୍କ ଠାରୁ ବିଭିନ୍ନ ପଲିସି ବିଷୟରେ ବୁଝନ୍ତୁ ଏହାପରେ ଆପଣଙ୍କୁ ଯେଉଁ ପଲିସି ଭଲ ଲାଗୁଛି ସେହି ପଲିସି କିଣନ୍ତୁ । ମନେରଖନ୍ତୁ ଆପଣ ଯେତେ ଜଲଦି ପଲିସି କ୍ରୟ କରିବେ ଆପଣଙ୍କ ପଲିସିଟି ସେତେ ଜଲଦି ମ୍ୟାଚୁଅର୍ ହୋଇଯିବ ।

ହେଲଥ୍ ପଲିସି କିଣନ୍ତୁ

କରୋନା ହେଉ କିମ୍ବା ଅନ୍ୟ କୌଣସି ରୋଗ, କେତେବେଳେ କାହାକୁ ହେବ ସେକଥା କେହି ଜାଣନ୍ତି ନାହିଁ ତେଣୁ ହେଲଥ୍ ଇନସୁରାନ୍ସ କରିବା ନିହାତି ଆବଶ୍ୟକ । ଯଦି ଆପଣ କିମ୍ବା ଆପଣଙ୍କ ପରିବାର ଲୋକ କେହି ରୋଗରେ ପଡନ୍ତି ଏବଂ ଆପଣଙ୍କ ପାଖେ ହେଲଥ୍ ଇନସୁରାନ୍ସ ଥାଏ ତେବେ ଆପଣଙ୍କୁ ଆର୍ଥିକ ସମସ୍ୟା ଦେଇ ଗତିକରିବାକୁ ପଡିବ ନାହିଁ ।

ସର୍ବଦା ସେଭିଙ୍ଗ ବିଷୟରେ ଭାବନ୍ତୁ

ଦରମା ଆସିବା ମାତ୍ରେ ସେଭିଙ୍ଗ କଥା ଭାବନ୍ତୁ । ଆପଣ କିଛି ସଞ୍ଚୟ କରିବା ନିହାତି ଆବଶ୍ୟକ । ଛୋଟ ଛୋଟ ସଞ୍ଚୟ ଆପଣଙ୍କୁ ବଡ ବିପଦରୁ ରକ୍ଷାକରିବ । ତେଣୁ ସର୍ବଦା ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *