ବିବାହର ୬ ମାସ ପର୍ଯ୍ୟନ୍ତ ପ୍ରତି ରାତିରେ କାନ୍ଦୁଥିଲେ ଏହି ଅଭିନେତ୍ରୀ ! କିଛି ଏହିପରି କାମ କରୁଥିଲେ ତାଙ୍କ ସ୍ଵାମୀ ।

ବିବାହର ୬ ମାସ ପର୍ଯ୍ୟନ୍ତ ପ୍ରତି ରାତିରେ କାନ୍ଦୁଥିଲେ ଏହି ଅଭିନେତ୍ରୀ ! କିଛି ଏହିପରି କାମ କରୁଥିଲେ ତାଙ୍କ ସ୍ଵାମୀ ।

ଆଜିକାଲି ସୋସିଆଲ ମିଡିଆରେ ୟୁଜରଙ୍କ ଉପଲବ୍ଧତା ଏବଂ ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆର ବ୍ୟବହାର ଦୈନିକ ଦିନଚର୍ଯ୍ୟାର ଏକ ମହତ୍ୱପୂର୍ଣ୍ଣ ଅଂଶ ହୋଇ ଯାଇଛି । ଏଥିପାଇଁ କୌଣସି ମଧ୍ୟ କଥାକୁ ବ୍ୟାପିବାକୁ ସମୟ ଲାଗି ନଥାଏ । ଏହି କାରଣ ଅଟେ ଯେ ଷ୍ଟାରପ୍ଲସର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଗୋଟିଏ ହେଉଛି ୟେ ହେ ମୋହବ୍ବତେରେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଅନୀତା ହସନନ୍ଦାନୀଙ୍କ ବିଷୟରେ ଏକ ବଡ଼ ଖବର ସମ୍ନାକୁ ଆସିଛି । ଅନୀତାଙ୍କୁ ଟେଲିଭିଜିନ ଇଣ୍ଡଷ୍ଟ୍ରିର ଜଣେ ଷ୍ଟାଇଲିସ୍ ଅଭିନେତ୍ରୀ କୁହାଯାଇଥାଏ ।

google

ନିକଟରେ ଅନୀତାଙ୍କ ସ୍ଵାମୀ ରୋହିତ ରେଡ୍ଡୀ ତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଜଣେ ସେଲିବ୍ରିଟିକୁ ବିବାହ କରିବାର ତାଙ୍କର ଅନୁଭୂତି କଣ ଅଟେ । ଏହି କଥାର ଖୁଲାସା କରି ରୋହିତ ରେଡ୍ଡୀ କହିଥିଲେ ଯେ ଅନୀତା ୬ ମାସ ଧରି ରାତିରେ କାନ୍ଦୁଥିଲେ । ସେହି ସମୟରେ ଅନୀତା ମଧ୍ୟ ରୋହିତଙ୍କ ସହିତ ଏହି ଇଣ୍ଟରଭ୍ୟୁରେ ସାମିଲ ଥିଲେ ଏବଂ ଏହି କଥା ଶୁଣିବା ପରେ ସେ ଭାବୁକ ହୋଇ ଯାଇଥିଲେ ଏବଂ କାନ୍ଦି ପକାଇଥିଲେ ।

google

ଏହି ଖୁଲାସା ଟିଭି ଅଭିନେତ୍ରୀ ୱାହବଜୀଙ୍କ ଟୋକ୍ ଶୋ’ରେ ହୋଇଥିଲା । ରୋହିତ କହିଛନ୍ତି ଯେ ଅନୀତା ପ୍ରଥମ ଥର ପାଇଁ କୌଣସି ଶୋ’ରେ ନେଗେଟିଭ ରୋଲ କରିଥିଲେ । ସେ ସବୁବେଳେ ଶୁଟିଂରୁ ଆସିବା ପରେ କାନ୍ଦୁଥିଲେ । ତାଙ୍କର ଏହି କଥା ଶୁଣି ୱାହବଜୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ରୋହିତ ଆହୁରି ମଧ୍ୟ କହିଥିଲେ ଯେ ସେ ପାଖାପାଖି ୬ ମାସ ହେବ ଏହିଭଳି ରାତିରେ କାନ୍ଦୁଥିଲେ । ଏହା ଶୁଣି ଅନୀତା ରୋହିତଙ୍କୁ କହନ୍ତି ଯେ ଏସବୁ ଶୁଣି ମୁଁ ପୁଣି ଥରେ କାନ୍ଦି ପକାଇବି ଏବଂ ସେ ପୁଣି ଥରେ କାନ୍ଦି ପକାନ୍ତି ।

google

ଯେତେବେଳେ ରୋହିତଙ୍କୁ ପଚରା ଯାଇଥିଲା ଯେ ଅନୀତାଙ୍କର ଏପରି କାନ୍ଦିବାର କାରଣ କଣ । ରୋହିତ କହିଥିଲେ ଯେ ଲୋକମାନେ ଯଦି କୌଣସି ଅଭିନେତାଙ୍କୁ କୌଣସି ଚରିତ୍ରରେ ଦେଖି ନିଅନ୍ତି ତେବେ ତାଙ୍କୁ ସେହିପରି ଭାବି ନିଅନ୍ତି । ଅନୀତାଙ୍କ ନେଗେଟିଭ ରୋଲକୁ ଦେଖି ଫ୍ୟାନମାନେ ତାଙ୍କୁ ଖରାପ କମେଣ୍ଟ କରିବା ଆରମ୍ଭ କରି ଦେଇଥିଲେ । ଯେଉଁ କାରଣରୁ ସେ ଖୁବ୍ ଚିନ୍ତିତ ହୋଇ ଯାଇଥିଲେ । ସେ ନିଜ ଇମେଜକୁ ନେଇ ଖୁବ୍ ଗମ୍ଭୀର ହୋଇ ଯାଇଥିଲେ ।

ରୋହିତ ଏହା ମଧ୍ୟ କହିଥିଲେ ଯେ ଲୋକଙ୍କ ପାଖରେ ବର୍ତ୍ତମାନ ସୋସିଆଲ ମିଡିଆରେ କମେଣ୍ଟ କରିବାର ସହଜ ଉପାୟ ରହିଥାଏ କିନ୍ତୁ ତାହା ଦ୍ୱାରା ଅନ୍ୟ ମାନେ ଯେ କେତେ ପ୍ରଭାବିତ ହୋଇଥାନ୍ତି ତାହା ସେମାନେ ଭାବି ନଥାନ୍ତି । ପୁଣି ଯେତେବେଳେ ଶୋ’ରେ ଅନୀତାଙ୍କୁ ୱାହବଜୀ ପଚାରିଥିଲେ ଯେ ତାଙ୍କୁ କେଉଁ କାରଣରୁ ଅଧିକ ସମସ୍ୟା ହେଉଛି ସେ କହିଥିଲେ ଯେ ସେ ଫିଟନେସକୁ ନେଇ କ୍ରେଜି ଅଛନ୍ତି । ସେ ନିଜର ଫିଟନେସ ସହିତ କୌଣସି ରିସ୍କ ନେଇ ପାରିବେନି ।

Leave a Reply

Your email address will not be published. Required fields are marked *