୨୦ ବର୍ଷ ପରେ ଏତେ ବଦଳି ଯାଇଛନ୍ତି “ମହୋବତେ” ଚଳଚିତ୍ରର ଅଭିନେତ୍ରୀ ପ୍ରୀତି । ହୋଇ ସାରିଛନ୍ତି ଦୁଇ ସନ୍ତାନର ମାଁ !

୨୦ ବର୍ଷ ପରେ ଏତେ ବଦଳି ଯାଇଛନ୍ତି “ମହୋବତେ” ଚଳଚିତ୍ରର ଅଭିନେତ୍ରୀ ପ୍ରୀତି । ହୋଇ ସାରିଛନ୍ତି ଦୁଇ ସନ୍ତାନର ମାଁ !

ବଲିଉଡ଼ ଅଭିନେତ୍ରୀ ପ୍ରୀତି ଝଙ୍ଗୀୟାନି ଆଜି ନିଜର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଲାଇମଲାଇଟ ଠାରୁ ଦୂରେଇ ରହୁଥିବା ଏହି ଅଭିନେତ୍ରୀଙ୍କ ବିଷୟରେ ବୋଧହୁଏ ଆପଣମାନେ ଜାଣି ନଥିବେ । ଯଦି ଏପରି ହୋଇଥାଏ ତେବେ ଚାଲନ୍ତୁ ଆମେ ତାଙ୍କ ବିଷୟରେ ଆପଣଙ୍କୁ ଜଣାଇ ଦେବୁ ଯେ ପ୍ରକୃତରେ ଏହି ଅଭିନେତ୍ରୀ ଜଣକ କିଏ । ଆପଣ ସମସ୍ତେ ଫିଲ୍ମ ମହୋବତେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଅଭିନେତା ଜିମୀ ଶେରଗିଲ ଙ୍କ ସହିତ ଯେଉଁ ଅଭିନେତ୍ରୀ ଜଣକ ଥିଲେ ସେ ହେଉଛନ୍ତି ଏହି ପ୍ରୀତି ଝଙ୍ଗୀୟାନି । ୧୮ ଅଗଷ୍ଟ ୧୯୮୦ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ଜନ୍ମ ହୋଇଥିବା ପ୍ରୀତି ଆଜି ୪୦ ବର୍ଷର ହୋଇ ଯାଇଛନ୍ତି । ଏହି ଖାସ ଅବସରରେ ଆମେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ କ୍ୟାରିଅର ବିଷୟରେ କହିବୁ ।

newstrend

ପ୍ରୀତି ପ୍ରଥମଥର ପାଇଁ ରାଜଶ୍ରୀ ପ୍ରଡକ୍ସନର ମ୍ୟୁଜିକ୍ ଏଲବମର ଦୁଇଟି ଗୀତ ଛୁଇ ମୁଇ ସୀ ତୁମ ଲଗତୀ ହୋ ଏବଂ କୁଡ଼ି ଜଚ ଗୟି ଖୁବ୍ ପ୍ରସିଦ୍ଧ ହୋଇଥିଲା । ଏହି ଏଲବମର ସଫଳତା ପରେ ପ୍ରୀତିଙ୍କୁ ନିରମା ବିଜ୍ଞାପନ ବ୍ୟତୀତ ଅନ୍ୟ ବିଜ୍ଞାପନ ମାନଙ୍କରେ ମଧ୍ୟ ଦେଖା ଯାଇଥିଲା । ହୁଏତ ତାଙ୍କୁ ଅଭିନୟ ଦୁନିଆରେ ଏତେ ବଡ଼ ସଫଳତା ମିଳି ପାରି ନଥିଲା ତେଣୁ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

newstrend

ପ୍ରୀତି ୨୦୦୮ରେ ଏହି ମୋଡେଲଙ୍କୁ ବିବାହ କରିଥିଲେ :-

ପ୍ରୀତି ଝଙ୍ଗୀୟାନି ୨୦୦୮ରେ ମୋଡେଲ ଏବଂ ଅଭିନେତା ପ୍ରବୀଣ ଡବାସଙ୍କୁ ବିବାହ କରିଥିଲେ । ୨୦୧୧ରେ ସେ ନିଜର ପ୍ରଥମ ପୁଅ ଜୟବୀରଙ୍କୁ ଜନ୍ମ ଦେଇଥିଲେ । ଏହାର ପାଞ୍ଚ ବର୍ଷ ପରେ ପ୍ରୀତି ତାଙ୍କର ଆଉ ଜଣେ ପୁଅ ଦେବଙ୍କୁ ଜନ୍ମ ଦେଇଥିଲେ । ଏହାପରେ ଏହି ଅଭିନେତ୍ରୀ ଜଣକ ସମ୍ପୂର୍ଣ୍ଣ ଭାବରେ ଗୃହସ୍ଥୀ କାର୍ଯ୍ୟରେ ବ୍ୟସ୍ତ ରହିଗଲେ । ନିଜର ସ୍ଵାମୀ ପ୍ରବୀଣ ଡବାସଙ୍କ ସମେତ ପୁରା ପରିବାର ସହିତ ସେ ମୁମ୍ବାଇର ବାନ୍ଦ୍ରାରେ ରହନ୍ତି ଏବଂ ନିଜର ସବୁ ସମୟ ପରିବାର ପାଇଁ ଦିଅନ୍ତି ।

newstrend
newstrend

ପ୍ରୀତି ପ୍ରବୀଣଙ୍କୁ ବିବାହ କରିବା ପୂର୍ବରୁ ଫିଲ୍ମ ନିର୍ମାତା ଫିରୋଜ ନାଡିୟାଡୱାଲଙ୍କ ଭାଇ ମୁସ୍ତାକଙ୍କୁ ଏଙ୍ଗେଜମେଣ୍ଟ କରିଥିଲେ । କିନ୍ତୁ କୌଣସି କାରଣରୁ ନିର୍ବନ୍ଧ ଭାଙ୍ଗି ଯାଇଥିଲା । କିନ୍ତୁ ଖାସ୍ କଥା ଏହିକି ଯେ ନିର୍ବନ୍ଧ ଭାଙ୍ଗିବା ପରେ ଉଭୟ ପକ୍ଷରୁ ପରସ୍ପର ଉପରେ କେହି ମଧ୍ୟ ଆରୋପ ଲଗାଇ ନଥିଲେ ।

ପ୍ରୀତିଙ୍କ ଫିଲ୍ମ କ୍ୟାରିଅର :-

newstrend

ପ୍ରୀତି ପ୍ରଥମଥର ପାଇଁ ୧୯୯୯ ମସିହାରେ ମାଲୟଲମ ଫିଲ୍ମ “ମଝାବିଲଲୁ”ରୁ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା କଞ୍ଚାକୋ ବୋବନ କାମ ନଜର ଆସିଥିଲେ । ଏହାପରେ ତାଙ୍କୁ ତେଲୁଗୁ ଫିଲ୍ମ ଥମ୍ମୁଡୁରେ ମଧ୍ୟ ଦେଖା ଯାଇଥିଲା । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିବା ପରେ ପ୍ରୀତି ବଲିଉଡ଼ ଦିଗରେ ପାଦ ବଢ଼ାଇ ଥିଲେ । ମହୋବତେ ଫିଲ୍ମ ତାଙ୍କର ପ୍ରଥମ ବଲିଉଡ଼ ଫିଲ୍ମ ଥିଲା । ଏହି ଫିଲ୍ମ ବୋକ୍ସଅଫିସରେ ଖୁବ୍ ହିଟ୍ ମଧ୍ୟ ହୋଇଥିଲା । ଏହି ଫିଲ୍ମରେ ପ୍ରୀତିଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଏହାପରେ ସେ ୨୦୦୨ରେ ଅୱାରା ପାଗଳ ଦିୱାନା ଏବଂ ୱା ତେରା କ୍ୟା କେହେନା ଭଳି ଫିଲ୍ମ ରେ କାମ କରିଥିଲେ । କିନ୍ତୁ ଏହି ଫିଲ୍ମରେ ଅନ୍ୟ ବଡ଼ ଅଭିନେତା ଥିଲେ ତେଣୁ ପ୍ରିତୀଙ୍କ ଚରିତ୍ରକୁ କୌଣସି ଖାସ୍ ମହତ୍ୱ ଦିଆଯାଇନଥିଲା ।

newstrend

୨୦୦୫ରେ ପ୍ରୀତି ଝଙ୍ଗୀୟାନିଙ୍କର ଏକ ଫିଲ୍ମ ଆସିଥିଲା, ଯାହାର ନାମ ଥିଲା ଚାହତ୍ : ଏକ ନଶା । ଏହି ଫିଲ୍ମରେ ପ୍ରୀତି ଅତି ବୋଲ୍ଡ ଏବଂ ଇଣ୍ଟିମେଟ୍ ସୀନ୍ ଦେଇଥିଲେ । ଏହି ଫିଲ୍ମରେ ତାଙ୍କ କୋ ଆକ୍ଟର ଭାବରେ ଆର୍ଯ୍ୟନ ବୈଦ କାମ କରିଥିଲେ । ଫିଲ୍ମରେ ପ୍ରୀତି ରଶ୍ମୀ ଜେଟଲୀ ଭୂମିକାରେ ଅଭିନୟ କରିଥିଲେ । ବୋଲ୍ଡ ସୀନ୍ ଥିବା ସତ୍ୱେ ମଧ୍ୟ ଫିଲ୍ମକୁ କୌଣସି ଖାସ୍ ସଫଳତା ମିଳି ନଥିଲା ।

newstrend

ପ୍ରୀତି ବଲିଉଡ଼ ଆଉ ଅନ୍ୟ ଫିଲ୍ମ ଯେପରି ବାଜ୍, ଏଲଓସୀ କାରଗିଲ, ଆନ୍, ଓଁକାରାରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଏସବୁ ଫିଲ୍ମରେ ମଧ୍ୟ ପ୍ରୀତିଙ୍କର କୌଣସି ବଡ଼ ଭୂମିକା ନଥିଲା । ପ୍ରୀତି ନିଜ ସମ୍ପୂର୍ଣ୍ଣ କ୍ୟାରିଅରରେ ପ୍ରାୟ ୩୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେଥିମଧ୍ୟରୁ ତେଲୁଗୁ, ତାମିଲ, ମାଲୟଲମ, କନ୍ନଡ଼, ପଞ୍ଜାବୀ, ଊର୍ଦ୍ଦୁ ଏବଂ ବେଙ୍ଗଲି ଫିଲ୍ମ ମଧ୍ୟ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *