ଗାଁରେ ସ୍କୁଲ ନଥିବା କାରଣରୁ ଛାଡ଼ିବାକୁ ପଡ଼ିଥିଲା ଘର ! ୧୮ ବର୍ଷ ପରେ IAS ହୋଇ ଫେରିଲେ ନିଜ ଗାଁକୁ…

ଗାଁରେ ସ୍କୁଲ ନଥିବା କାରଣରୁ ଛାଡ଼ିବାକୁ ପଡ଼ିଥିଲା ଘର ! ୧୮ ବର୍ଷ ପରେ IAS ହୋଇ ଫେରିଲେ ନିଜ ଗାଁକୁ…

ପ୍ରତ୍ୟେକଥର UPSC ଫଳାଫଳରେ ବିହାରର ଯୁବକଙ୍କର ଏକ ତରଫା ରାଜତ୍ୱ ଜାରି ରହିଥାଏ । ଦଶକରୁ ବିହାର ସେହି ରାଜ୍ୟ ମାନଙ୍କ ମଧ୍ୟରେ ସାମିଲ୍ ରହିଛି ଯାହାକି ଦେଶକୁ ସବୁଠାରୁ ଅଧିକ IAS ଅଫିସର ତିଆରି କରିଛି । କିନ୍ତୁ ବିହାରରେ ଆଜିବି ଯଦି ଶିକ୍ଷା ବିଷୟରେ ଆଲୋଚନା କରାଯାଏ ତେବେ କୌଣସି ଭଲ ବ୍ୟବସ୍ଥା କରାଯାଇନାହିଁ । ବିହାରର ଶିକ୍ଷା ବିଷୟରେ କହିଲେ ପ୍ରତି ବର୍ଷ ସେଠାରେ ଆୟୋଜିତ ହେଉଥିବା ବୋର୍ଡ଼ ପରୀକ୍ଷାର ନକଲ ରାଜ୍ୟ ସ୍ତରରେ ଚର୍ଚ୍ଚାରେ ରହିଥାଏ । ବିହାରରେ ଫରଜି ଟପ୍ପର୍ ମଧ୍ୟ ବନାଇ ଦିଆଯାଏ ଏହି ଖବର ମଧ୍ୟ ଆପଣ ଶୁଣିଥିବେ । ତାସହିତ ବିହାରର ଅନ୍ୟ ରହସ୍ୟ ଏହିକି ଯେ ଏଠାକାର ଯୁବକମାନେ ଯାହା ନିଶ୍ଚିତ କରନ୍ତି ତାହା ଯଦି ଦେଶର ସବୁଠାରୁ କଠିନ ପରୀକ୍ଷା UPSC ହୋଉଥାଉ ନା କାହିଁକି ତାହାକୁ ମଧ୍ୟ ପାସ୍ କରି ଯାଆନ୍ତି । ଆଜି ମଧ୍ୟ ଆମେ ଜଣେ ବିହାରର ଯୁବକଙ୍କ ବିଷୟରେ କହିବୁ ଯିଏ କେବଳ ଥରେ ନୁହେଁ ବରଂ ଦୁଇ ଦୁଇ ଥର UPSC ପରୀକ୍ଷା ପାସ୍ କରି ଦେଖାଇଛନ୍ତି ।

କିଏ ଏହି ବ୍ୟକ୍ତି :-

ବାସ୍ତବରେ ଏହି ଯୁବକଙ୍କ ନାମ ସୁମିତ କୁମାର ଅଟେ । ସୁମିତ ମୂଳ ରୂପରେ ବିହାରର ଜମୁଇ ଜିଲ୍ଲା ସିକନ୍ଦରା ଗାଁ’ର ଅଟନ୍ତି । ତାଙ୍କ ବାପା ସୁଶାଲ୍ ବଣବାଲ୍ ଯିଏ କି ଖୁବ୍ ଗରିବ ଥିଲେ । ସୁମିତଙ୍କ ପିତାଙ୍କର ପିଲାଦିନରୁ ସ୍ୱପ୍ନ ଥିଲା ଯେ ପୁଅ ବଡ଼ ମଣିଷ ହେଉ କିନ୍ତୁ ତାଙ୍କ ଗାଁ’ରେ ଏପରି କିଛି ସୁବିଧା ନଥିଲା ଯାହାକି ସୁମିତଙ୍କ ଭବିଷ୍ୟତକୁ ଗଢ଼ି ପାରିବ । ଏହି କାରଣରୁ ସୁମିତଙ୍କୁ ୮ ବର୍ଷ ବୟସରେ ଯେତେବେଳେ ଖେଳକୂଦରେ ଦିନ କାଟିବା କଥା ସେହି ସମୟରେ ଘର ଛାଡ଼ିବାକୁ ପଡ଼ିଥିଲା ଯାହାଦ୍ୱାରା ତାଙ୍କ ଭବିଷ୍ୟତ ନିର୍ମାଣ ହୋଇପାରିବ । ସୁମିତ ୨୦୦୭ରେ ମ୍ୟାଟ୍ରିକ୍ ଏବଂ ୨୦୦୯ରେ ଇଣ୍ଟର୍ ପରୀକ୍ଷା ପାସ୍ କରିଥିଲେ । ୨୦୦୯ରେ ତାଙ୍କର ଚୟନ IIT କାନପୁରରେ ହୋଇଥିଲା । ଏହାପରେ ସେ IIT କାନପୁରରୁ ନିଜର ‘B tech” କରିଥିଲେ । ଏହି ଫଳାଫଳ ପରେ ସୁମିତ UPSC କରିବାକୁ ଚିନ୍ତା କରିଲେ ।

୨୦୧୭ରେ ପାସ୍ କରିଲେ UPSC :-

କହିରଖୁଛୁ ଯେ ସୁମିତ କୁମାର ୨୦୧୭ରେ UPSC ପରୀକ୍ଷା ପାସ୍ କରିଥିଲେ । ସେଥିରେ ତାଙ୍କର ୪୯୩ ରେଙ୍କ ମଧ୍ୟ ଆସିଥିଲା ଏବଂ ଡିଫେନ୍ସ କେଡର୍ ମିଳିଗଲା । ଏହି ରେଙ୍କରେ ସୁମିତଙ୍କର ମନ ମାନି ନଥିଲା । ସୁମିତ ଠିକ୍ କରିଲେ ଯେ ପୁଣିଥରେ ପରୀକ୍ଷା ଦେବେ ବୋଲି । ୨୦୧୮ରେ ସେ ପୁଣିଥରେ ପରୀକ୍ଷା ଦେଲେ ଏବଂ ଇତିହାସ ସୃଷ୍ଟି କରିଲେ । ଏଥର ସେ ସାରା ଦେଶରେ ୫୩ ତମ ରେଙ୍କ ଅଧିକାର କରିଲେ ।

ଖୁବ୍ ସଂଘର୍ଷରେ ବିତି ଥିଲା ଜୀବନ :-

ପୁଣି ସୁମିତ କହନ୍ତି ଯେ ତାଙ୍କ ଜୀବନର ଯାତ୍ରା ସହଜ ନଥିଲା । ପ୍ରାୟ ୮ ବର୍ଷ ବୟସରେ ସେ ଘର ଛାଡ଼ି ଦେଇଥିଲେ । ସୁମିତଙ୍କ କହିବା କଥା ଯେ ଗାଁ’ରେ କେହିବି ଭାବି ନଥିଲେ ଯେ ସୁମିତ ଏବେ ସିଧାସଳଖ IAS ଅଫିସର ହୋଇ ଗାଁ କୁ ଫେରିବେ ବୋଲି । କିନ୍ତୁ ଯେତେବେଳେ ଗାଁ’ରେ ଏହି ଖବର ପହଞ୍ଚିଲା ସେତେବେଳେ ପୁରା ଗାଁ ଏହି ଖବର କୁ ଖୁବ୍ ଉଲ୍ଲାସର ସହିତ ମନାଇଥିଲା । ତାଙ୍କର ପୁରା ପରିବାର ମଧ୍ୟ ଖୁସିରେ ନାଚି ଉଠୁଥିଲା । ସୁମିତ ନିଜର ସଫଳତାର ଶ୍ରେୟ ନିଜର ମାତା ପିତାଙ୍କୁ ଦିଅନ୍ତି କାରଣ ଯଦି ପିଲାଦିନେ ତାଙ୍କ ବାପା-ମା ତାଙ୍କ ପାଇଁ କଡ଼ା ନିଷ୍ପତ୍ତି ନେଇ ନଥାନ୍ତେ ତେବେ ଆଜି ସଫଳତା ସମ୍ଭବ ହୋଇ ନଥାନ୍ତା ।

Leave a Reply

Your email address will not be published. Required fields are marked *