୧୬ ବର୍ଷ ପରେ ଏହିପରି ଦେଖାଯାଆନ୍ତି “କଲ୍ ହୋ ନା ହୋ ” ଚଳଚିତ୍ରର ଛୋଟ ଜିୟା । ବର୍ତ୍ତମାନ ଚିହ୍ନିବା କଷ୍ଟକର !

ଶାହରୁଖ ଖାନ୍, ପ୍ରୀତି ଜିଣ୍ଟା ଏବଂ ସୈଫ ଅଲୀ ଖାନଙ୍କ ସୁପରହିଟ୍ ଫିଲ୍ମ ‘ କଲ୍ ହୋ ନା ହୋ ‘ ଫିଲ୍ମ ଦର୍ଶକଙ୍କୁ କନ୍ଦାଇବା ସହିତ ହସାଇ ମଧ୍ୟ ଥିଲା । ଫିଲ୍ମ ‘ କଲ୍ ହୋ ନା ହୋ ‘ର ଗୀତ ଆଜି ମଧ୍ୟ ଲୋକମାନେ ଆଗ୍ରହର ସହିତ ଶୁଣିଥାନ୍ତି । ଏହି ଫିଲ୍ମର ସବୁ ଚରିତ୍ର ଆଜି ମଧ୍ୟ ଲୋକଙ୍କ ହୃଦୟରେ ଜୀବିତ ରହିଛି । ଯେଉଁ କରାଣରୁ ଅନେକ ଲୋକ ଏବେ ମଧ୍ୟ ଏହି ଫିଲ୍ମକୁ ଦେଖିଥାନ୍ତି । ଏହି ଫିଲ୍ମରେ ଜଣେ ଛୋଟ ଝିଅ ପ୍ରୀତି ଜିଣ୍ଟାଙ୍କ ସାନ ଭଉଣୀ ଭୂମିକାରେ ନଜର ଆସିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଜିୟା କପୂର ନିଜର ମନମୋହକ ହସ ଦ୍ଵାରା ସମସ୍ତଙ୍କ ହୃଦୟକୁ ଜିତି ଯାଇଥିଲେ ।

newstrend

ଫିଲ୍ମ ‘ କଲ୍ ହୋ ନା ହୋ ‘ରେ ପ୍ରୀତି ଜିଣ୍ଟାଙ୍କ ସାନ ଭଉଣୀ ଜିୟା କପୂରଙ୍କ କଥା ଆପଣଙ୍କର ନିଶ୍ଚିତ ଭାବରେ ମନେ ଥିବ । ଫିଲ୍ମ ‘ କଲ୍ ହୋ ନା ହୋ ‘ରେ ଜିୟା କପୂରଙ୍କ ଚରିତ୍ରରେ ଅଭିନୟ କରୁଥିବା ପିଲାର ନାମ ଝନକ୍ ଶୁକ୍ଳା । ଝନକ୍ ଶୁକ୍ଳା ଯେତେବେଳେ ଫିଲ୍ମ ‘ କଲ୍ ହୋ ନା ହୋ ‘ରେ ଜିୟା କପୂର ଭାବରେ ଅଭିନୟ କରିଥିଲେ , ସେତେବେଳେ ତାଙ୍କର ବୟସ ୭ ବର୍ଷ ଥିଲା । ଯେଉଁଠି ବର୍ତ୍ତମାନ ସେ ୨୩ ବର୍ଷର ହୋଇ ଗଲେଣି । ଝନକ୍ ଶୁକ୍ଳା ଅନେକ ସିରିଏଲରେ କାମ କରିଛନ୍ତି । ଯାହା ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ଏବଂ ସେ ବର୍ତ୍ତମାନ ଜଣେ ସମାଜ ସେବିକା ହେବାକୁ ଚାହାନ୍ତି ।

୨୩ ବର୍ଷୀୟ ହୋଇ ଯାଇଛନ୍ତି ଛୋଟ ଜିୟା କପୂର :-

newstrend

ଫିଲ୍ମ ‘ କଲ୍ ହୋ ନା ହୋ ‘ର ଛୋଟ ଜିୟା କପୂର ବର୍ତ୍ତମାନ ବହୁତ ବଡ଼ ହୋଇ ଗଲେଣି । କେବଳ ଏତିକି ନୁହେଁ , ପ୍ରଥମ ତୁଳନାରେ ତାଙ୍କର ରଙ୍ଗ ଢ଼ଙ୍ଗ ଏବଂ ଚାଲି ଚଳଣୀ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ନିରୀହ ଦେଖାଯାଉଥିବା ଜିୟା କପୂର ଅର୍ଥାତ ଝନକ୍ ଶୁକ୍ଳା ବର୍ତ୍ତମାନ ଅତ୍ୟନ୍ତ ସୁନ୍ଦର ହୋଇଯାଇଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ଫୋଟକୁ ଦେଖିଲେ ଆପଣ ମଧ୍ୟ ଜାଣି ପାରିବେନି ଯେ ସେ ଜିୟା କପୂର ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମ ‘ କଲ୍ ହୋ ନା ହୋ ‘ ଫିଲ୍ମରେ ସେ ନିଜର ମନମୋହକ ହସରେ ସମସ୍ତଙ୍କ ମନକୁ ଜିତି ନେଇଥିଲେ ।

ଏହି ସିରିଏଲରେ ମଧ୍ୟ ଦେଖାଯାଇଥିଲେ ଝନକ୍ ଶୁକ୍ଳା :-

newstrend

ଏହି ଶିଶୁ କଳାକାର ଫିଲ୍ମ ବ୍ୟତୀତ ଅନେକ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ସିରିଏଲ ‘ ସୋନପରୀ ‘ ଏବଂ ‘ କରିଶ୍ମା କା କରିଶ୍ମା ‘ରେ ନିଜର ଅଭିନୟର ପ୍ରତିଭା ପ୍ରଦର୍ଶନ କରିଥିବା ଝନକ୍ ଶୁକ୍ଳା ସେତେବେଳେ ପିଲାଙ୍କ ମଧ୍ୟରେ ଖୁବ୍ ଟ୍ରେଣ୍ଡ ଥିଲେ । ଧୀରେ ଧୀରେ ଝନକ୍ ଶୁକ୍ଳା ଘରେ ଘରେ ଲୋକପ୍ରିୟ ହେବାରେ ଲାଗିଥିଲେ , କିନ୍ତୁ ପରେ ଅଭିନୟ ଜଗତରେ ତାଙ୍କର ମନ ଭରିଗଲା ଏବଂ ସେ ନିଜର ପାଠପଢ଼ା ଉପରେ ଧ୍ୟାନ ଦେଇଛନ୍ତି । ଝନକ୍ ଶୁକ୍ଳା ହୁଏତ ବର୍ତ୍ତମାନ ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହିଥାନ୍ତି ।

ସମାଜ ସେବିକା ହେବାକୁ ଚାହାନ୍ତି ଝନକ୍ ଶୁକ୍ଳା :-

newstrend

ଝନକ୍ ଶୁକ୍ଳା ବର୍ତ୍ତମାନ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିବାରେ ଧ୍ୟାନ ଦେଉଛନ୍ତି କରିଛନ୍ତି । ଏହିପରି ତାଙ୍କୁ ଯେତେବେଳେ ଥରେ ପଚରା ଯାଇଥିଲା ସେତେବେଳେ ସେ ଉତ୍ତର ଦେଇଥିଲେ ଯେ , ଆକ୍ଟିଂଗରେ ମନ ଲାଗୁନାହିଁ, କାରଣ ପାଠ ପଢ଼ା ଠିକ୍ ଭାବରେ ହୋଇ ପାରୁନାହିଁ । ଝନକ୍ ଶୁକ୍ଳା ଆହୁରି ମଧ୍ୟ କହିଥିଲେ ଯେ ମୁଁ ଏକ ଏନଜୀଓ ଖୋଲିବାକୁ ଚାହୁଁଛି ଯେଉଁଠି ମୁଁ ଲୋକଙ୍କୁ ସାହାଯ୍ୟ କରିପାରିବି । ସୋସିଆଲ ମିଡିଆରେ ଝନକ୍ ଶୁକ୍ଳାଙ୍କର ହଜାର ହଜାର ଫୋଲର୍ସ ଅଛନ୍ତି ଏବଂ ସେ ପ୍ରାୟ ନିଜର ଫୋଟ ସବୁବେଳେ ସେୟାର କରିଥାନ୍ତି ।

Be the first to comment

Leave a Reply

Your email address will not be published.


*