ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ ଆଦିତ୍ୟ ଚୋପଡାଙ୍କ ବୟାନ । ୩ ଘଣ୍ଟା ଧରି କରାଗଲା ଜାରି ।

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ ଆଦିତ୍ୟ ଚୋପଡାଙ୍କ ବୟାନ । ୩ ଘଣ୍ଟା ଧରି କରାଗଲା ଜାରି ।

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବହୁତ ସମୟ ହୋଇ ଗଲାଣି କିନ୍ତୁ ଏପଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ଖବରର ପର୍ଦାଫାସ ହୋଇନାହିଁ । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ବହୁତ ତଥ୍ୟ ଭାଇରାଲ ହୋଇଛି ।ପୋଲିସ୍ ମଧ୍ୟ ଏଥିରେ କଡା ପଦକ୍ଷେପ ନେଉଛି । ସୁଶାନ୍ତଙ୍କ ନିକଟତର ଥିବା ଲୋକ ଓ ବିଭିନ୍ନ ବଲିଉଡ଼ ଅଭିନେତାଙ୍କୁ ପଚରାଉଚରା ଚାଲିଛି । ପୋଲିସ୍ ବର୍ତ୍ତମାନ ୟସ୍ ରାଜ୍ ପ୍ରଡ୍କକ୍ସନର ଚେୟାରମ୍ୟାନ୍ ଆଦିତ୍ୟ ଚୋପ୍ରାଙ୍କୁ ସୁଶାନ୍ତଙ୍କ ସହ ଜଡ଼ିତ ବହୁତ ଗମ୍ଭୀର ପ୍ରଶ୍ନ ପଚରା ଯାଇଛି ।

google

ମୁମ୍ବାଇର ବରସୋବା ପୋଲିସ୍ ଷ୍ଟେସନ ଆଦିତ୍ୟ ଚୋପ୍ରାଙ୍କୁ ଦୀର୍ଘ ୩ ଘଣ୍ଟା ଧରି ପୋଲିସ୍ ଜେରା କରିଥିଲା । ସେ ୯ ଟାରେ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ ଓ ୧୨ ଟାରେ ପୋଲିସ୍ ଷ୍ଟେସନରୁ ବାହାରି ଥିଲେ । ଅଦିତ୍ୟଙ୍କୁ କରାଯାଇଥିବା ଜେରା ବିଷୟରେ କୌଣସି ତଥ୍ୟ ଏପଯ୍ୟନ୍ତ ମିଳିନାହିଁ କିନ୍ତୁ ଜଣାଯାଉଛି ଯେ ତାଙ୍କର ନୂତନ ଫିଲ୍ମ ‘ପାନୀ’ ସହିତ ଜଡିତ ପ୍ରଶ୍ନ ପଚରା ଯାଇଥିଲା । ସୁଶାନ୍ତଙ୍କ ପାଇଁ ପାନୀ ଫିଲ୍ମଟି ଏକ ବହୁତ ବଡ଼ ଫିଲ୍ମ ଥିଲା ଏଥିପାଇଁ ସୁଶାନ୍ତ ବହୁତ ଫିଲ୍ମକୁ ମନା କରିଦେଇଥିଲେ କିନ୍ତୁ ଫିଲ୍ମ କଂଟ୍ରାକ୍ଟରେ ମତଭେଦ ହେତୁ ଆଦିତ୍ୟ ଚୋପ୍ରା ଓ ଶେଖର୍ କପୁରଙ୍କ ଭିତରେ ମତଭେଦ ହୋଇଥିଲା ଯାହାପାଈଁ ଫିଲ୍ମ ‘ପାନୀ’ ହୋଇପାରି ନଥିଲା ।

google

ସୁଶାନ୍ତ ୟଶ ରାଜ୍ ଫିଲ୍ମ ପ୍ରଡ଼କ୍ସନ ପାଇଁ ବହୁତ ଫିଲ୍ମ କରିଛନ୍ତି ଯେପରିକି ‘ସୁଧ ଦେଶୀ ରୋମାନ୍ସ’ ଓ ‘ବ୍ୟୋମକେଶ ବକ୍ଶି’ ଭଳି ଭଲ ଫିଲ୍ମ କରିଛନ୍ତି । ପୋଲିସ୍ ଏପଯ୍ୟନ୍ତ ୩୫ ଲୋକଙ୍କ ବୟାନ ନେଇସାରିଛି । ସେଥିରେ ଆଦିତ୍ୟ ଚୋପ୍ରା ଓ କାଷ୍ଟିଂଙ୍ଗ ଡ଼ାଇରେକ୍ଟର ଶାନୁ ଶର୍ମା, ରିୟା ଚକ୍ରବତି, ସଂଜୟ ଲୀଳା ଆଦି ସାମିଲ ଅଛନ୍ତି । ସୁଶାନ୍ତଙ୍କ ଘରଲୋକଙ୍କୁ ମଧ୍ୟ ପଚରା ଚାଲିଛି ତାଙ୍କ ରୋସାଇଆ ଓ ଭଉଣୀ, ସାଙ୍ଗ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ପଚରା ଚାଲିଛି ।

Leave a Reply

Your email address will not be published. Required fields are marked *