ପାଣିରେ ଏହି ଜିନିଷ ମିଶାଇ ପିଇଲେ ମୋଟାପଣ ଦୂର ହୋଇଥାଏ….

ପାଣିରେ ଏହି ଜିନିଷ ମିଶାଇ ପିଇଲେ ମୋଟାପଣ ଦୂର ହୋଇଥାଏ….

କିଛି ମାସ ମଧ୍ୟରେ ୩୮ ଅଣ୍ଟାକୁ ୨୮ କରିଦେବ ଏହି ଯାଦୁ ଭରା ଡ୍ରିଙ୍କ, ଆଜିଠାରୁ ଆରମ୍ଭ କରିଦିଅନ୍ତୁ ଏହାର ସେବନ । ବର୍ତ୍ତମାନ ମୋଟାପଣ ସବୁଠାରୁ ଗମ୍ଭୀର ସମସ୍ୟା ହେବାକୁ ଲାଗିଲାଣି । ମୋଟା ଲୋକଙ୍କ ବିଷୟରେ ଯଦି କୁହାଯାଏ ତେବେ ଭାରତରେ ୪୭% ଜନ ସଂଖ୍ୟା ମୋଟାପଣର ଶିକାର ହେବା ସହ ସମ୍ପୂର୍ଣ୍ଣ ପୃଥିବୀରେ ଭାରତ ୨ୟ ସ୍ଥାନରେ ରହିଛି । ମୋଟାପଣର ସମସ୍ୟା ବଂଶଗତ ଅଟେ ଯାହା ବ୍ୟକ୍ତିର ଜିନରେ ଥାଏ ।

କିଛି ଲୋକଙ୍କ ଖରାପ ଜୀବନଶୈଳୀ ଏବଂ ଖାଦ୍ୟ- ପାନୀୟର ଅସୁବିଧା କାରଣରୁ ମୋଟାପଣ ବଢ଼ିବାକୁ ଲାଗେ । ପରେ ସେମାନେ ଓଜନ କମ କରିବା ପାଇଁ ଜିମ ଏବଂ ଡ଼ାଇଟର ସାହାଯ୍ୟ ନିଅନ୍ତି ।

ଜିମ ଓଜନ କମାଇବାରେ ସାହାଯ୍ୟ କରେ କିନ୍ତୁ ଓଜନ କମେଇବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିଥାଏ । ଜିମ ଯିବାପାଇଁ ହେଲେ ଆପଣଙ୍କୁ ସମୟ ଦେବା ସହ ସମର୍ପଣ କରିବାକୁ ହେବ । ଓଜନ କମିବା ପରେ ଥକାପଣ ଲାଗି ରହିଥାଏ ଯାହା ଆପଣଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରେ । ଜିମରେ ଯୋଗ ଦେବା ପାଇଁ ମଧ୍ୟ ମନବଳର ଆବଶ୍ୟକତା ରହିଛି କାହିଁକି ନା ୱର୍କଆଉଟ ଆପଣକୁ ଓଜନ କମିବାରେ ସାହାଯ୍ୟ କରେ କିନ୍ତୁ ଏହା ଧୀରେ ଧୀରେ କରିଥାଏ ।

ଅନେକ ଲୋକ ଡ଼ାଇଟିଙ୍ଗ କରି ମଧ୍ୟ ଓଜନ କମ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଖାଇବାର ମଧ୍ୟ ଅନେକ ପ୍ରକାର ଶୈଳୀ ରହିଛି ବିନା ଡାକ୍ତର ପରାମର୍ଶରେ ଡ଼ାଇଟିଙ୍ଗ କରିବା ଆରମ୍ଭ କରିଦିଅନ୍ତି ଯାହାଫଳରେ ପରେ ସେମାନଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିଥାଏ । ଯାହା ଆଗକୁ ଯାଇ ସେମାନଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । ଜିମ ଭଳି ଡାଇଟ ଜରିଆରେ ଓଜନ କମାଇବା ପାଇଁ ସମୟ ଲାଗେ, କାହିଁକି ନା ଏହା ଏକ ଧୀର ପ୍ରକ୍ରିୟା ଅଟେ । କିନ୍ତୁ ଆମେ ଆପଣଙ୍କ ଓଜନ କମ ହେବା ପାଇଁ ଗୋଟିଏ ଭଲ ଉପାୟ ନେଇଅସିଛୁ । ଆପଣ ଏହି ଉପାୟ ବିଷୟରେ ଆଗରୁ ଶୁଣିନଥିବେ ।ଏହି ସହଜ ଘରୋଇ ଉପାୟ ଦ୍ଵାରା କିଛି ଦିନରେ ଓଜନ କମ କରିପାରିବେ ।

ଏହାପାଇଁ ଆପଣଙ୍କୁ ଗୋଟିଏ ସାମଗ୍ରୀ ଆବଶ୍ୟକ ପଡ଼ିବ- ଜିରା । ଜିରା ଜିଙ୍କ ଏବଂ ଫସଫରସରେ ଭରପୁର ରହିଥାଏ ଯାହା ପାଚନ ତନ୍ତ୍ର ହିଲୀଙ୍ଗ ଦ୍ଵାରା ଓଜନ କମ କରିବାରେ ସାହାଯ୍ୟ କରେ । ଶେଷରେ ଆମେ କହିବୁ ଜିରାରେ ଓଜନ କିଭଳି କମ ହୁଏ ।

ଆବଶ୍ୟକୀୟ ସାମଗ୍ରୀ

ଏହି ରାମବାଣ ପଦ୍ଧତି ପ୍ରସ୍ତୁତ ପାଇଁ ଆବଶ୍ୟକ ଜିରା ଗୁଣ୍ଡ ଏବଂ ଲେମ୍ବୁ ରସ । ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଜିରାକୁ ମିକ୍ସିରେ ଭଲ ଭାବରେ ଚୁନା କରନ୍ତୁ । ଜିରା ଗୁଣ୍ଡ କରିବା ପରେ ଗୋଟିଏ ଲେମ୍ବୁ କାଟି ଭଲ ଭାବରେ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

ଏବେ ଗୋଟିଏ ଗ୍ଲାସ୍ ଗରମ ପାଣିରେ ଗୋଟିଏ ଚାମଚ ଜିରାଗୁଣ୍ଡ ଏବଂ ଅଧା କଟା ଲେମ୍ବୁ ରସ ମିଶେଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହାକୁ ଆପଣ ଗରମ ଗରମ ପିଇବାକୁ ପଡ଼ିବ ଏବଂ ଏହାକୁ ସକାଳେ ଖାଲି ପେଟରେ ପିଇଲେ ଭଲ ପରିଣାମ ମିଳିବ ।

ପିଇବା ପରେ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ କିଛି ମଧ୍ୟ ଖାଆନ୍ତୁ ନାହିଁ । କିଛି ଦିନ ପର୍ଯ୍ୟନ୍ତ ଏହାର ବ୍ୟବହାର କରନ୍ତୁ କିଛି ଦିନ ମଧ୍ୟରେ ଆପଣ ନିଜ ଶରୀରରେ ପରିବର୍ତ୍ତନ ଦେଖିବେ । ଆପଣଙ୍କୁ ହାଲୁକା ଭାବନା ଆସିବ ଏବଂ ଦେଖିବେ ଆପଣଙ୍କ ପେଟରେ ଜମାଥିବା ଚର୍ବି ଖୁବ ଶୀଘ୍ର କମ ହୋଇଯାଇଛି ।

ଏହା କମ ସମୟ ମଧ୍ୟରେ ଓଜନ କମ କରିବାର ସବୁଠାରୁ ସହଜ ଉପାୟ ଅଟେ । ଗୋଟିଏ ଥର ଯେତେବେଳେ ଆପଣ ଏହାର ସେବନ କରିବେ ତେବେ ଦେଖିବେ ଆପଣଙ୍କୁ ଏହାର ଫଳ ମିଳିବାରେ ଲାଗିବ ।

Leave a Reply

Your email address will not be published. Required fields are marked *