ସକାଳର ଚା’ରେ ମିଶାନ୍ତୁ କେବଳ ଏହି ଦୁଇଟି ଜିନିଷ, ରୋଗପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ ମିଳିବ !

ସକାଳର ଚା’ରେ ମିଶାନ୍ତୁ କେବଳ ଏହି ଦୁଇଟି ଜିନିଷ, ରୋଗପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ ମିଳିବ !

ଲୋକଙ୍କ ମୁହଁରେ କରୋନା ଭୁତାଣୁ କାରଣରୁ ଚିନ୍ତାର ଛାୟା ଖେଳିଯାଇଛି । ସମସ୍ତେ ଏହି ମହାମାରୀ ଯୋଗୁଁ ଭୟଭୀତ ହୋଇ ଯାଇଛନ୍ତି । କରୋନା ଭୁତାଣୁର ଦ୍ଵିତୀୟ ଲହର କୌଣସି ସୁନାମୀ ଠାରୁ କମ ନୁହେଁ । ପ୍ରତିଦିନ ଭାରତରେ ହଜାର ହଜାର ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି । ପ୍ରତିଦିନ ଭୁତାଣୁ ଶହ ଶହ ଲୋକଙ୍କୁ ନିଜର ଶିକାର କରୁଅଛି । କେବଳ ଏତିକି ନୁହେଁ, ଅନେକ ଲୋକ ଏହି ଭୁତାଣୁ ଯୋଗୁଁ ନିଜ ଜୀବନ ହରାଇ ସାରିଛନ୍ତି । ପ୍ରତିଦିନ କ୍ରମାଗତ ଭାବରେ ଏହି କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଅଛି ଏବଂ ଲୋକମାନଙ୍କ ଜୀବନ ମଧ୍ୟ ଯାଉଅଛି । କରୋନା କାଳରେ ସମସ୍ତଙ୍କୁ ମୁହଁରୁ କେବଳ ଗୋଟିଏ କଥା ଶୁଣିବାକୁ ମିଳୁଅଛି, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ।

ଯଦି ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ଦୃଢ଼ ରହିବ, ତେବେ ଏହା ଦ୍ୱାରା ରୋଗ ସହ ଲଢ଼ିବାର କ୍ଷମତା ମଧ୍ୟ ବଢିବ । ଯଦି ରୋଗପ୍ରତିରୋଧକ ଶକ୍ତି ଦୃଢ଼ ରହିବ, ତେବେ ଏହାଦ୍ଵାରା କରୋନା ଭୁତାଣୁରୁ ନିଜକୁ କ୍ଵିଚିତ ମାତ୍ରାରେ ସୁରକ୍ଷିତ ରଖିପାରିବେ । ଯଦି କାହାକୁ କରୋନା ହୋଇଛି, ତେବେ ଘରେ ଆଇସଲେସନରେ ରହି ମଧ୍ୟ ସହଜରେ କରୋନା ବିପକ୍ଷରେ ସଂଗ୍ରାମ କରି କରୋନା ଠାରୁ ନିଜକୁ ସୁରକ୍ଷିତ କରିପାରିବେ । କରୋନା ମହାମାରୀ ମଧ୍ୟରେ ଲୋକମାନେ ନିଜ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇ ତୁଳସୀର କାଢା ସେବନ କରୁଛନ୍ତି । କେବଳ ଏତିକି ନୁହେଁ ହଳଦୀ ଯୁକ୍ତ କ୍ଷୀର ଏବଂ ଗିଲୋୟ ମଧ୍ୟ ସେବନ କରୁଛନ୍ତି । ଅନେକ ଲୋକ ଆମଲା ଖାଇବା ପାଇଁ ପରାମର୍ଶ ଦେଉଛନ୍ତି ।

ତେବେ ଦେଖାଗଲେ ଆୟୁର୍ବେଦରେ ଏଭଳି ଅନେକ ଜଡିବୁଟି ଅଛି, ଯାହା ସାହାଯ୍ୟରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଇପାରିବ । ଆୟୁର୍ବେଦରେ ଏଭଳି ଅନେକ ଜଡ଼ିବୁଟି ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟତା କରିବ । ଯଦି ଆପଣ ଆପଣଙ୍କର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ କୌଣସି ଛୋଟ ଉପାୟ ନାହିଁ । ଆପଣଙ୍କୁ ସୁସ୍ଥକର ଜିନିଷକୁ ପ୍ରତିଦିନ ସେବନ କରିବାକୁ ପଡିବ କାରଣ ଗୋଟିଏ ଦିନରେ ରୋଗପ୍ରତିରୋଧକ ଶକ୍ତି ବଢି ଯାଏନାହିଁ ।

ଚା’ରେ ମିଶାନ୍ତୁ ଜଷ୍ଟିମଧୁ ଏବଂ ଲବଙ୍ଗ:-

ଯଦି ଆପଣ ଆପଣଙ୍କର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ପ୍ରତିଦିନ ଚା’ରେ ଆୟୁର୍ବେଦିକ ଜଡ଼ିବୁଟିକୁ ଅନ୍ତର୍ଭୁକ୍ତ କରିପାରିବେ । ଆପଣ ଆପଣଙ୍କ ଗୋଟିଏ କପ ଚା’ରେ କେବଳ ଜଷ୍ଟିମଧୁ ଏବଂ ଲବଙ୍ଗ ମିଶାନ୍ତୁ । ଯଦି ଆପଣ ଏଭଳି କରନ୍ତି, ତେବେ ଏହାଦ୍ଵାରା ଆପଣଙ୍କୁ ଅନ୍ୟ କୌଣସି ଇମ୍ୟୁନ ବୁଷ୍ଟରର ଆବଶ୍ୟକତା ପଡିବ ନାହିଁ ।

ଜାଣନ୍ତୁ ଲବଙ୍ଗର ଲାଭ:-

ସାଧାରଣତଃ ସମସ୍ତ ଲୋକଙ୍କ ଘରର ରୋଷେଇ ଘରେ ଲବଙ୍ଗ ଉପଲବ୍ଧ ରହିଥାଏ । ଲବଙ୍ଗରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ରହିଛି । ଅନେକ ଔଷଧ ପ୍ରସ୍ତୁତିରେ ଲବଙ୍ଗର ବ୍ୟବହାର ହୋଇଥାଏ । ଯଦି ଆପଣ ପ୍ରତିଦିନ ଲବଙ୍ଗକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବେ, ତେବେ ଏହାଦ୍ଵାରା ଆପଣ ଅନେକ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ । ଲବଙ୍ଗ ଆମର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଥଣ୍ଡା କାଶ ଭଳି ରୋଗ ସହ ଲଢ଼ିବାର କ୍ଷମତା ମଧ୍ୟ ଲବଙ୍ଗର ହୋଇଥାଏ । ଛୋଟିଆ ଲବଙ୍ଗ ଆପଣଙ୍କୁ ଅନେକ ଲାଭ ଦେଇପାରେ ।

ଜାଣନ୍ତୁ ଜଷ୍ଟିମଧୁର କେଉଁ ଲାଭ ହୋଇଥାଏ :-

ଜଷ୍ଟିମଧୁ ଏଭଳି ଏକ ଆୟୁର୍ବେଦିକ ଔଷଧ ଅଟେ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ଜଷ୍ଟିମଧୁ ବ୍ୟବହାର କରାଯାଏ, ତେବେ ଏହାଦ୍ଵାରା ଶରୀର ଦୃଢ଼ ହୋଇଥାଏ । ଏହା ଶରୀରରେ ଶକ୍ତି ବୁଷ୍ଟର ଭଳି କାମ କରିଥାଏ । ଜଷ୍ଟିମଧୁରେ ରହିଥିବା ଏନଜାଇମ ଆମ ଶରୀରରେ ଲିମ୍ଫୋସାଇଟ୍ସ ଏବଂ ମାଇକ୍ରୋଫେଜର ଉତ୍ପାଦନ କରିବାରେ ସହାୟତା କରିଥାଏ । ଏହି ଦୁଇଟି ରୋଗ ତିଆରି କରୁଥିବା ରୋଗାଣୁ, ପ୍ରଦୂଷକ, ଏଲର୍ଜି ଏବଂ ହାନିକାରକ କୋଷକୁ ବିକଶିତ ହେବାରୁ ରୋକିଥାଏ । ଜଷ୍ଟିମଧୁରେ ଏଣ୍ଟିଭାଇରାଲ ଏବଂ ଏଣ୍ଟିଇନଫ୍ଲାମେଟରୀ ଗୁଣ ମଧ୍ୟ ରହିଥାଏ । ଯଦି ଆପଣ ଏହାକୁ ବ୍ୟବହାର କରିବେ, ତେବେ କାଶ, ନିଃଶ୍ଵାସ ନେବାରେ ଅସୁବିଧା ଏବଂ ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *