ଟିଭିର ଏହି ଅଭିନେତ୍ରୀମାନେ ପରଦାରେ ମାଁ ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ଅଟନ୍ତି ବହୁତ ଗ୍ଲେମର୍ସ…

ଟିଭିର ଏହି ଅଭିନେତ୍ରୀମାନେ ପରଦାରେ ମାଁ ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ଅଟନ୍ତି ବହୁତ ଗ୍ଲେମର୍ସ…

ବଲିଉଡ଼ ଇଣ୍ଡଷ୍ଟ୍ରିରେ ସୁନ୍ଦର ସୁନ୍ଦର ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଫ୍ୟାନ୍ସମାନଙ୍କ କୌଣସି ଅଭାବ ନାହିଁ କିନ୍ତୁ ଯଦି ଆମେ ଟିଭି ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିବା ତେବେ ଛୋଟ ପରଦାର ଅଭିନେତ୍ରୀମାନେ ମଧ୍ୟ ସୁନ୍ଦରତା ଓ ଫ୍ୟାନ୍ ଫୋଲୋଇଂ ମାମଲାରେ ବଲିଉଡ଼ ଅଭିନେତ୍ରୀଙ୍କୁ ଟକ୍କର୍ ଦିଅନ୍ତି । ଛୋଟ ପରଦାର ଏପରି ଅନେକଗୁଡ଼ିଏ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଧାରାବାହିକରେ ନିଜ ଚରିତ୍ରରୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣି ନେଇଛନ୍ତି । ଟିଭିର ଏହି ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଓ ତାଙ୍କର ଅଭିନୟର ଲକ୍ଷ ଲକ୍ଷ ଲୋକ ଦିୱାନା ଅଟନ୍ତି ।

ସେମିତିରେ ଦେଖିବାକୁ ଗଲେ ଟିଭିରେ ଆସିବାକୁ ଥିବା ଧାରାବାହିକରୁ ଫ୍ୟାନ୍ସମାନେ ନିଜକୁ ଏତିକି ଯୋଡ଼ି ନିଅନ୍ତି ଯେ ସମସ୍ତ ଚରିତ୍ରକୁ ବାସ୍ତବ ଜୀବନରେ ସେପରି ଭାବିବାକୁ ଲାଗନ୍ତି । ପରଦାରେ ଏପରି ଅନେକଗୁଡ଼ିଏ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମାଁ’ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ବାସ୍ତବ ଜୀବନର ଫୋଟ ଦେଖିବା ତେବେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ଟିଭିର ଅଭିନେତ୍ରୀମାନେ ଛୋଟ ପରଦାରେ ଶାଢ଼ୀ, ସୁଟ୍ ସଲୱାରରେ ମାଁ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସନ୍ତି କିନ୍ତୁ ବାସ୍ତବ ଜୀବନରେ ଏହା ପୁରାପୁରି ଅଲଗା ଅଟେ ।

ହିନା ଖାଁ

ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ହୀନା ଖାଁଙ୍କୁ କିଏ ବା ନ ଜାଣେ । ହିନା ଖାଁ ଅନେକଗୁଡ଼ିଏ ଧାରାବାହିକ ଓ ଟିଭି ରିଏଲିଟି ଶୋ’ ମାନଙ୍କରେ ନଜର ଆସି ସାରିଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ହିନା ଖାଁ ଅଭିନେତ୍ରୀ ହେବାରେ ରୁଚି ନଥିଲା କିନ୍ତୁ ନିଜ ଭିତର ପ୍ରତିଭା ଯୋଗୁଁ ହିନା ଖାଁ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କଲେ । ହିନା ଖାଁ ନିଜ ଟେଲିଭିଜନ୍ ଡେବ୍ୟୁ ଷ୍ଟାର୍ ପ୍ଲସର ଶୋ ‘ୟେ ରିଷତା କ୍ୟା କହଲାତା ହେ”ରୁ କରିଥିଲେ ଏବଂ ଏହି ଧାରାବାହିକରୁ ସେ ଭଲ ଲୋକପ୍ରିୟତା ହାସଲ କରିଥିଲେ ।

“ୟେ ରିଷତା କ୍ୟା କହଲାତା ହେ” ଧାରାବାହିକରେ ହିନା ଖାଁ ଅକ୍ଷରା ସିଂଘାନିଆର ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ଧାରାବାହିକରେ ହିନା ଖାଁ କେବଳ ସ୍ତ୍ରୀ ଓ ବୋହୂ ନୁହେଁ ବରଂ ମାଁ ଚରିତ୍ରରେ ମଧ୍ୟ ନଜର ଆସିଥିଲେ । ହିନା ଖାଁ ବାସ୍ତବ ଜୀବନରେ ପୁରାପୁରି ଅଲଗା ଅଟନ୍ତି । ସେ ବାସ୍ତବ ଜୀବନରେ ବହୁତ ବୋଲଡ଼ ଓ ଗ୍ଲେମର୍ସ ଅଟନ୍ତି । ସୋସିଆଲ୍ ମିଡିଆରେ ସେ ଖୁବ୍ ସକ୍ରିୟ ରୁହନ୍ତି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରତିଦିନ ନିଜ ସୁନ୍ଦର ସୁନ୍ଦର ଫୋଟ ଗୁଡିକ ସେୟାର୍ କରନ୍ତି ।

କାମ୍ୟା ପଞ୍ଜାବୀ

ଟିଭିର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ବାସ୍ତବ ଜୀବନରେ ଷ୍ଟାଇଲ୍ ମାମଲାରେ କାହାଠାରୁ କମ୍ ନୁହଁନ୍ତି । କାମ୍ୟା ପଞ୍ଜାବୀ ଧାରାବାହିକ ମାନଙ୍କରେ ଅଧିକାଂଶ ସମୟରେ ମାଁ’ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଖୁବ ଗ୍ଲେମର୍ସ ଅଟନ୍ତି । ସେ ସୋସିଆଲ୍ ମିଡ଼ିଆରେ ନିଜ ଗ୍ଲେମର୍ସ ଲୁକର ଫୋଟଗୁଡିକ ସେୟାର୍ କରନ୍ତି ଏବଂ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଫଟୋଗୁଡିକୁ ଖୁବ୍ ପସନ୍ଦ କରନ୍ତି ।

ସୃତି ଝା

ଭାରତୀୟ ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ସୃତି ଝା’ଙ୍କ ପ୍ରମୁଖତା କୁମକୁମ୍ ଭାଗ୍ୟରେ ନିଜ ଭୂମିକାରୁ ବଢ଼ିଛି । ସେ ଏହି ଶୋ ‘ରେ ପ୍ରଜ୍ଞା ଭୂମିକାରେ ନଜର ଆସନ୍ତି । ସେ ଶୋ’ରେ ଖୁବ କମ୍ ବୟସରେ ୨ଟି ସନ୍ତାନର ମାଁ ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ କିନ୍ତୁ ବାସ୍ତବ ଜୀବନରେ ସେ ଷ୍ଟାଇଲ୍ ମାମଲାରେ କାହାଠାରୁ କମ୍ ନୁହଁନ୍ତି । ସୃତି ଝା’ ବାସ୍ତବ ଜୀବନରେ କୁଲ୍ ଓ ଗ୍ଲେମର୍ସ ଷ୍ଟାଇଲ୍ ଫୋଲୋ କରନ୍ତି ।

ଦିବ୍ୟାଙ୍କା ତ୍ରିପାଠୀ

ଦିବ୍ୟାଙ୍କା ତ୍ରିପାଠୀ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରେ ଜଣାଶୁଣା । ଦିବ୍ୟାଙ୍କା ତ୍ରିପାଠୀଙ୍କୁ ନିଜ ଅଭିନୟ ବଳରେ ଖୁବ୍ ଭଲପାଇବା ମିଳିଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ଧାରାବାହିକ “ୟେ ହେ ମୋହବତେ”ରେ ଦିବ୍ୟାଙ୍କା ତ୍ରିପାଠୀ ଦୁଇଟି ସନ୍ତାନର ମାଁ ଭୂମିକାରେ ନଜର ଆସିଥିଲେ । ଏହାବ୍ୟତୀତ ଧାରାବାହିକରେ ସେ ପାରମ୍ପରିକ ଲୁକରେ ନଜର ଆସିଥିଲେ । କିନ୍ତୁ ବାସ୍ତବ ଜୀବନରେ ସେ ପୁରାପୁରି ଅଲଗା ଅଟନ୍ତି । ବାସ୍ତବ ଜୀବନରେ ଦିବ୍ୟାଙ୍କା ତ୍ରିପାଠୀ ବହୁତ ଗ୍ଲେମର୍ସ ଅଟନ୍ତି ।

Leave a Reply

Your email address will not be published. Required fields are marked *