ଧାରାବାହିକ “ଦିଆ ଓର୍ ବାତି ହମ୍”ରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ୬ ବର୍ଷ ପରେ ଆଜି ମଧ୍ୟ ଦେଖାଯାଉଛନ୍ତି ଖୁବ୍ ସୁନ୍ଦର  !

ଧାରାବାହିକ “ଦିଆ ଓର୍ ବାତି ହମ୍”ରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ୬ ବର୍ଷ ପରେ ଆଜି ମଧ୍ୟ ଦେଖାଯାଉଛନ୍ତି ଖୁବ୍ ସୁନ୍ଦର !

ଆପଣ ସମସ୍ତେ ଷ୍ଟାର୍ ପ୍ଲସର ଲୋକପ୍ରିୟ ଧାରାବାହିକ “ଦିଆ ଓର୍ ବାତି ହମ୍ ତ” ନିଶ୍ଚୟ ରୂପେ ଦେଖିଥିବେ । ଯାହାକି ଏକ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା । ଏହି ଧାରାବାହିକରେ ସବୁ ଚରିତ୍ରରେ କଳାକାର ଖୁବ୍ ସୁନ୍ଦର ରୂପେ ପ୍ରଦର୍ଶନ କରିଥିଲେ । ବହୁତ ଲୋକପ୍ରିୟ ହୋଇଯାଇଥିଲେ ସେଥିମଧ୍ୟରୁ ଗୋଟିଏ ଚରିତ୍ର ସନ୍ଧ୍ୟା ରାଠୀ ଦେବ ରାଣୀ ମୀରାଙ୍କ ଥିଲା । ଯିଏକି ଧାରାବାହିକରେ ନେଗେଟିବ୍ ଚରିତ୍ରରେ ଅଭିନୟ ସହ ନିଜ ଚଞ୍ଚଳତା ଯୋଗୁଁ ସଭିଙ୍କ ହୃଦୟକୁ ଜିତିଥିଲେ । ଘରେ ଘରେ ସେ ବହୁତ ପ୍ରସିଦ୍ଧ ହୋଇଯାଇଥିଲେ । ଏହି ଧାରାବାହିକ ବିତି ବହୁତ ସମୟ ହୋଇଯାଇଛି । କଣ ଆପଣ ଜାଣନ୍ତି କି ଏହି ଧାରାବାହିକରେ ସନ୍ଧ୍ୟା ରାଠୀର ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ଆଜି କେଉଁଠାରେ ଅଛନ୍ତି, କଣ କରନ୍ତି ଓ କିପରି ଦେଖା ଯାଆନ୍ତି । ତେବେ ଚାଲନ୍ତୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ଧାରାବାହିକ “ଦିଆ ଓର୍ ବାତି ହମ୍”ରେ ମୀରାଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ଅସଲି ନାମ ହେଉଛି କନିକା ମହେଶ୍ୱରୀ । ଯାହାଙ୍କ ଜନ୍ମ ୨୪ ଏପ୍ରିଲ ୧୯୮୧ରେ ଦିଲ୍ଲୀରେ ହୋଇଥିଲା । ତାଙ୍କ ଅଭିନୟ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ନିଜ କ୍ୟାରିଅର ୨୦୦୧ରେ ଆସିଥିବା ଧାରାବାହିକ “କାଭି ନା ଆୟେ ଜୁଦାଇ”ରୁ ଆରମ୍ଭ କରିଥିଲେ । ଯେଉଁଥିରେ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଲିଫଷ୍ଟିକରେ କାମ କରିଥିଲେ କିନ୍ତୁ ଏଥିରୁ ତାଙ୍କର କିଛି ଖାସ୍ ପରିଚୟ ସୃଷ୍ଟି ହୋଇପାରିନଥିଲା । ଯାହାପରେ ସେ ବହୁତ ପରିଶ୍ରମ କରି ସେ ଅନେକ ଅଡ଼ିସନରେ ଭାଗ ନେଲେ । ଯାହାପରେ ତାଙ୍କ ଭାଗ୍ୟରେ ଧାରାବାହିକ କାହାଣୀ “ଘାର୍ ଘାର୍ କା”ରେ ନିଳିମା ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏହି ଧାରାବାହିକରେ ନିଜ ଦମଦାର୍ ଅଭିନୟ ଦ୍ୱାରା ସେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ ।

google
google

ଏହାପରେ ତାଙ୍କୁ ଅନେକ ଧାରାବାହିକରେ କାମ କରିବାକୁ ସୁଯୋଗ ମିଳିଥିଲା । ବର୍ତ୍ତମାନ ସମୟରେ ସେ ଟିଭି ଜଗତରୁ ଦୂରରେ ରହି ୩ ବର୍ଷ ହୋଇଗଲା । କଣ ଆପଣ ଜାଣନ୍ତି କି, ଆପଣ ଭଲ ପାଉଥିବା ଅଭିନେତ୍ରୀ କନିକା ମହେଶ୍ୱରୀ ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି । ଆଜି ସେ ୩୯ ବର୍ଷର ହୋଇଗଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସେହିଭଳି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସେ ନିଜ କ୍ୟାରିଅର ପୁଣିଥରେ ଆରମ୍ଭ କରିଲେ ୱେବ୍ ସିରିଜ୍ “ବୋସ୍”ରେ ଦେଖିବାକୁ ପାଇଥିଲୁ । ସେ ୨୦୧୨ରେ ଅଙ୍କୁଶ ଘାଇ ସହିତ ପ୍ରେମ କରି ବିବାହ କରିଥିଲେ । ସେ ଏକ ବିଜିନେସ୍ ମ୍ୟାନ୍ ଅଟନ୍ତି । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି, ଯାହାର ନାମ ରିହାନ୍ସ ଘାଇ ଅଟେ । ସେ ନିଜ ଛୋଟ ପରିବାର ସହିତ ଖୁସିରେ ଜୀବନଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *