ଦମଦାର୍ ଅଭିନେତ୍ରୀ ୱହିଦା ରହମାନଙ୍କ ଝିଅ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି । ଆପଣ ମଧ୍ୟ ଥରେ ନିଶ୍ଚୟ ଦେଖନ୍ତୁ…

ୱହିଦା ରହମାନ୍ ଭାରତୀୟ ଚଳଚିତ୍ରର ଅଭିନେତ୍ରୀ ଅଟନ୍ତି । ଯିଏ କି ହିନ୍ଦୀ ସହ ତେଲୁଗୁ, ବଙ୍ଗାଳି ଓ ତାମିଲ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୱହିଦା ରହମାନ୍ ୫୦, ୬୦ ଓ ୭୦ ଦଶକର ଏକ ଦମଦାର୍ ଅଭିନେତ୍ରୀ ଥିଲେ । ତାଙ୍କ ଦମଦାର୍ ଅଭିନୟ ଯୋଗୁଁ ଅନେକ ଥର ସେ ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ବଲିଉଡ଼ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଥିଲେ । ସେ ନିଜ କ୍ୟାରିଅରରେ ଅନେକ ଜବରଦସ୍ତ ଚଳଚିତ୍ରରେ ହୃଦୟ ସ୍ପର୍ଶୀ ଅଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ଜାଗା ଅକ୍ତିଆର କରିଥିଲେ ଓ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ରାଜ୍ କରିଥିଲେ ।

ୱହିଦା ରହମାନଙ୍କ ଜନ୍ମ ୨୨ ଫେବୃଆରୀ ୧୯୩୮ରେ ହୋଇଥିଲା । ସେ ଛୋଟ ବେଳରୁ ଡ଼ାକ୍ତର ହେବାକୁ ଚାହୁଁଥିଲେ । କିନ୍ତୁ ସେ ଏତେ ପାଠ ପଢିବାକୁ ସକ୍ଷମ ନଥିଲେ । ସେ ଭାରତ ନାଟ୍ୟମ କରୁଥିଲେ ଓ ସେଠାରୁ କିଛି ଲୋକଙ୍କ ଦ୍ୱାରା ଅଭିନୟ କରିବାକୁ ପ୍ରେରଣା ମିଳିଲା । ୧୯୫୫ରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଲଗାତାର ଦୁଇଟି ଚଳଚିତ୍ରରେ କାମ କରିବାକୁ ସୁଯୋଗ ମଧ୍ୟ ମିଳିଥିଲା । ସେ ନିଜ କ୍ୟାରିଅର ତେଲୁଗୁ ଚଳଚିତ୍ରରୁ ଆରମ୍ଭ କରିଥିଲେ । ସେ ବଲିଉଡ଼ରେ ସି.ଆଇ.ଡ଼ି ଚଳଚିତ୍ରରେ ଭଲ ନାମ ଅର୍ଜନ କରିଥିଲେ । ଯେଉଁଥିରେ କି ସେ ନେଗେଟିବ୍ ରୋଲ୍ (ଭୂମିକ)ରେ ଅଭିନୟ କରିଥିଲେ । ୧୯୭୪ ମସିହାରେ ଅଭିନେତା ଶଶୀରେଖୀ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ, ଯାହାକୁ ସେ ସ୍ୱୀକାର କରିଥିଲେ । ତାଙ୍କ ବୈବାହିକ ଜୀବନ ବହୁତ ସୁଖମୟ ରହିଲା ।

୨୦୦୦ ମସିହାରେ ସ୍ୱାମୀ ଶଶୀରେଖୀଙ୍କ ମୃତ୍ୟୁ ହୋଇଥିଲା, ଏହାପରେ ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । କିନ୍ତୁ ସେ ଏଠାରେ ନ ଅଟକି ପୁଣିଥରେ ଚଳଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । ୱାଟେର୍, ରଂଗଦେ ବସନ୍ତି, ଦିଲ୍ଲୀ-୬ ଆଦି ଚଳଚିତ୍ରରେ ଅଭିନୟ କରିଥିବା ଦେଖିବାକୁ ପାଇଲେ ଦର୍ଶକ ବୃନ୍ଦ । ତାଙ୍କର ଏକ ସୁନ୍ଦର ଝିଅ ରହିଛି, ଝିଅର ନାମ ହେଉଛି କାଶ୍ମୀ ରେଖୀ । ସେ ଏକ ଜ୍ଵେଲେରି ଡ଼ିଜାଇନର୍ ଅଟନ୍ତି । ୨୦୦୫ରେ ପ୍ରସ୍ତୁତ ହୋଇଥିବା ଚଳଚିତ୍ର “ମଙ୍ଗଳ ପାଣ୍ଡେ”ରେ ସ୍କ୍ରିପ୍ଟ ସୁପର ଭାଇଜର୍ ସହ ଚଳଚିତ୍ର ଦୁନିଆରେ ପାଦ ରଖିବାକୁ ପ୍ରୟାସ ମଧ୍ୟ କରିଥିଲେ । ଏହି ବିଷୟରେ ବହୁତ କମ ଲୋକ ହିଁ ଜାଣିଥିବେ । କାଶ୍ମୀ ରେଖୀ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

Be the first to comment

Leave a Reply

Your email address will not be published.


*