୪୦ ବର୍ଷ ବୟସରେ ମଧ୍ୟ ଦେଖାଯାଆନ୍ତି ୨୦ ବର୍ଷୀୟ ଯୁବତୀ ଭଳି ! ନିଜକୁ ଏପରି ଫିଟ୍ ରଖନ୍ତି ସନୀ ଲିୟୋନୀ ! ଜାଣନ୍ତୁ ‘Fitness Secret’…

୪୦ ବର୍ଷ ବୟସରେ ମଧ୍ୟ ଦେଖାଯାଆନ୍ତି ୨୦ ବର୍ଷୀୟ ଯୁବତୀ ଭଳି ! ନିଜକୁ ଏପରି ଫିଟ୍ ରଖନ୍ତି ସନୀ ଲିୟୋନୀ ! ଜାଣନ୍ତୁ ‘Fitness Secret’…

‘ପୋର୍ନ ଷ୍ଟାର୍’ରୁ ବୋଲିଉଡ୍ ଅଭିନେତ୍ରୀ ହୋଇଥିବା ସନି ଲିୟୋନୀ ୪୦ ବର୍ଷୀୟା ହୋଇ ଯାଇଛନ୍ତି । ମଇ ୧୩,୧୯୮୧ରେ ସର୍ନିୟା ଅଣ୍ଟାରିୟୋ, କାନାଡ଼ାରେ ଜନ୍ମ ହୋଇଥିବା ସନୀଙ୍କ ପ୍ରକୃତ ନାମ କରନଜୀତ୍ କୌର୍ ବୋହରା ଅଟେ । ସେ ନିଜ ବୋଲିଉଡ୍ କ୍ୟାରିଅରର ପ୍ରାରମ୍ଭ ୨୦୧୨ରେ ଫିଲ୍ମ ‘ଜିସ୍ମ-2’ରୁ କରିଥିଲେ । ସେହିଠାରୁ ଏବେ ପର୍ଯ୍ୟନ୍ତ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି । ‘ଇଣ୍ଟରନେଟ୍’ରେ ଥିବା ସୂଚନା ମୁତାବିକ ସନୀ ଲିୟୋନୀ ପାଖାପାଖି ୧୬ ମିଲିୟନ୍ ଡଲାର୍ ସମ୍ପତ୍ତିର ମାଲିକାଣୀ ଅଟନ୍ତି । କହିରଖୁଛୁ ଯେ ସନୀ ଯେତିକି ନିଜ ଫିଲ୍ମରେ ଆକ୍ଟିଭ୍ ରହନ୍ତି ସେତିକି ନିଜ ଫିଟନେସ୍ ଉପରେ ମଧ୍ୟ ନଜର ରଖିଥାନ୍ତି । ଏବଂ ଏହି କାରଣରୁ ଏ ବୟସରେବି ମଧ୍ୟ ତାଙ୍କ ‘ନେଚୁରାଲ୍ ବ୍ୟୁଟି’ ଏବଂ ‘ପରଫେକ୍ଟ ଫିଗର୍’ରେ ଲୋକେ ଦିୱାନା । ଜନ୍ମଦିନ ଅବସରରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କିପରି ସନି ନିଜକୁ ଫିଟ୍ ରଖନ୍ତି ।

ସନୀ ଲିୟୋନୀ ଅନେକଥର ଇଣ୍ଟରଭିଉରେ କହି ସାରିଛନ୍ତି ଯେ ନିଜ ଫିଟନେସ୍ ପାଇଁ ଖୁବ୍ ପରିଶ୍ରମ କରନ୍ତି । ତାସହିତ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ସେବନ କରିଥାନ୍ତି । ସନୀ ଇଣ୍ଡଷ୍ଟ୍ରିରେ ନିଜର ବୋଲଡ୍ ବ୍ୟୁଟି ପାଇଁ ପରିଚିତ ।

ସନୀଙ୍କ କହିବା କଥା ଯେ ବୋଲ୍ଡ ବ୍ୟୁଟି ପାଇଁ ଏକ ସ୍ୱାସ୍ଥ୍ୟକର ଲାଇଫ୍ ଷ୍ଟାଇଲ୍ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଏମିତିରେ ସେ ନିଜର ତିନି ସନ୍ତାନଙ୍କ ଯତ୍ନ ନେବା ସହିତ ନିଜର ଧ୍ୟାନ ମଧ୍ୟ ରଖିଥାନ୍ତି ।

୪୦ ବର୍ଷ ବୟସରେ ତାଙ୍କ ଫିଗର୍ ଏବଂ ଚେହେରାର ଉଜ୍ଜ୍ୱଳତା କୁ ଦେଖି କେହି କହି ପାରିବେ ନାହିଁ ଯେ ତାଙ୍କ ବୟସ ୨୦ରୁ ଅଧିକ ହେବ ବୋଲି । ନିଜର ଏହି ସୌନ୍ଦର୍ଯ୍ୟ କୁ ବଜାୟ ରଖିବା ପାଇଁ ସେ ୱର୍କଆଉଟ୍ ଏବଂ ଯୋଗ କରନ୍ତି ।

ସନୀ ପ୍ରତିଦିନ ‘୩୦ ମିନିଟ୍’ର ମୋର୍ନିଂ ୱକ୍ କରନ୍ତି । ତାଙ୍କ ନୀତିଦିନ ‘ରୁଟିନ୍’ରେ ସାଇକେଲିଙ୍ଗ ମଧ୍ୟ ସାମିଲ୍ ଅଛି । ତାଙ୍କ କହିବା କଥା ଯେ ସାଇକେଲିଙ୍ଗ ଦ୍ୱାରା ଶରୀର ମଜବୁତ ହୋଇଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ ।

ନିଜ ଶରୀରର ଫ୍ୟାଟ୍ କୁ କମ୍ କରିବା ପାଇଁ ସେ ପ୍ରତିଦିନ ସ୍କ୍ବେଟସ୍ ଏକ୍ସସାଇଜ୍ କରନ୍ତି । ଏହାଦ୍ଵାରା ପେଟର ମାଂସପେଶୀରେ ଦୃଢ଼ତା ଆସିଥାଏ ଏବଂ ଶରୀରର ତଳ ଭାଗ ମଧ୍ୟ ଠିକ୍ ଗଠନରେ ରହିଥାଏ । ସେ ପ୍ରତିଦିନ ‘ଜିମ୍’ରେ ୱର୍କଆଉଟ୍ କରନ୍ତି ।

ସନୀ ଲିୟୋନୀ ପ୍ରତିଦିନ ସକାଳୁ ଶୀଘ୍ର ଉଠନ୍ତି । ଉଠିବା ପରେ ସର୍ବପ୍ରଥମେ ନଡ଼ିଆ ପାଣି କିମ୍ବା ଲେମ୍ବୁ ପାଣି ପିଅନ୍ତି । ଏହାବ୍ୟତୀତ କେବେ କେବେ ସତେଜ୍ ଫଳର ରସ ପିଇବାକୁ ମଧ୍ୟ ଭଲ ଲାଗିଥାଏ । ପୁରା ଦିନରେ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତି । ଏହାଦ୍ଵାରା ଶରୀରରେ ଜଳୀୟଅଂଶ ସବୁବେଳେ ବଜାୟ ରହିଥାଏ ।

ସନୀଙ୍କୁ କୋଫି ପିଇବା ଖୁବ୍ ପସନ୍ଦ ଅଟେ ସେଥିପାଇଁ ସେ ଜଳଖିଆ ସମୟରେ କୋଫି ପିଅନ୍ତି । ଏହାବ୍ୟତୀତ ଜଳଖିଆରେ ସେ ଓଟମୀଲ୍ ଖାଇବା ପସନ୍ଦ କରନ୍ତି । ଅଧିକ ଖାଦ୍ୟରୁ ବର୍ତ୍ତିବା ପାଇଁ ସେ ଓଟମିଲସର ଛୋଟ ଛୋଟ ପ୍ୟାକେଟ୍ ସବୁବେଳେ ନିଜ ସହିତ ରଖନ୍ତି । ହାଲୁକା ଜଳଖିଆ ପରେ ସନୀ ନିଜର ୱର୍କଆଉଟ୍ ଆରମ୍ଭ କରନ୍ତି ।

ସନୀ ଅଧିକ ମାତ୍ରାରେ ନେଚୁରାଲ୍ ଏବଂ କଞ୍ଚା ଜିନିଷ ଖାଇବାରେ ବିଶ୍ୱାସ ରଖନ୍ତି । ଏଥିପାଇଁ ଲଞ୍ଚରେ ତାଙ୍କୁ ଜୁସ୍ ପିଇବା ପସନ୍ଦ ଅଟେ । ଏହାବ୍ୟତୀତ କମ୍ ତେଲରେ ଭଜା ଯାଇଥିବା କଞ୍ଚା ପରିବା ଖାଆନ୍ତି ।

ରାତ୍ରି ଭୋଜନରେ ପ୍ରାୟତଃ ନିରାମିଷ ଭୋଜନ ସେବନ କରନ୍ତି । ରାତିରେ ବିନସ୍, ଶିମଲା ମିର୍ଚ୍ଚ, ବିଲାତି ଆଦି ଦ୍ୱାରା ପ୍ରସ୍ତୁତ ହୋଇଥିବା ପରିବା ତରକାରୀ ଖାଆନ୍ତି । ସେ କହନ୍ତି ଯେ ଫ୍ରାଇ ହୋଇଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ତେଣୁ ସେ ତାହା ଠାରୁ ଦୂରେଇ ରହନ୍ତି ।

Leave a Reply

Your email address will not be published. Required fields are marked *