‘ଡ୍ରିମଗାର୍ଲ’ ଚଳିଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ରିଙ୍କୁ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ !

‘ଡ୍ରିମଗାର୍ଲ’ ଚଳିଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ରିଙ୍କୁ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ !

କନକ ବ୍ୟୁରୋ : ଆୟୁଷ୍ମାନ୍ ଖୁରାନାଙ୍କ ସହ ‘ଡ୍ରିମଗାର୍ଲ’ ଚଳିଚିତ୍ରରେ ଅଭିନୟ କରି ବେଶ୍ ନାମ କମାଇଥିବା ଅଭିନେତ୍ରୀ ରିଙ୍କୁ ସିଂ ନିକୁମ୍ଭଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ କିଛିଦିନ ହେବ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ଚନ୍ଦା ସିଂ ନିକୁମ୍ଭ ସୂଚନା ଦେଇଛନ୍ତି ।

କହିରଖୁ କି ‘ଡ୍ରିମଗାର୍ଲ’ ଚଳଚିତ୍ର ପରେ ରିଙ୍କୁଙ୍କୁ ଅମାଜନ୍ ପ୍ରାଇମ୍ ଫିଲ୍ମ ‘ହେଲ୍ଲୋ ଚାର୍ଲି’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ତାଙ୍କୁ ଟିଭି ଶୋ‘ଚିଡିଆ ଘର’ ‘ମେରୀ ହାନିକାରକ୍ ବିବି’ରେ ବି ଦେଖିବାକୁ ମିଳିଥିଲା । ରିଙ୍କୁଙ୍କ ଭଉଣୀ ଚନ୍ଦା କହିଛନ୍ତି କି, ମେ ୨୫ ତାରିଖରେ ରିଙ୍କୁଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ । ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଥାଉକି କରୋନା କବଳରେ କବଳିତ ହୋଇ ଅନେକ ଚଳଚିତ୍ର ଓ ଟିଭି କଳାକାରଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ଅନେକ କଳାକାର କରୋନାରେ ପୀଡିତ ହେବାପରେ ପୁଣି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *